Breaking News

ଗୋଟେ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ଓଡିଆ ହୀରୋ ମାନେ !

ବନ୍ଧୁଗଣ ଆମ ଓଡିଆ ହୀରୋ ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି ??? ଏହା ଯଦି ଆପଣମାନେ ଜାଣିବେ ତେବେ ଆପଣମାନଙ୍କର ହୋସ ଉଡିଯିବ | ଆପଣମାନେ ତ ସମସ୍ତେ ଓଡିଆ ଫିଲ୍ମ ଦେଖୁଥିବେ ଏବଂ ହୀରୋ ମାନଙ୍କର ବିଷୟରେ ଜାଣିବାକୁ ମଧ୍ୟ ବେସ ଇଛୁକ ଥିବେ |
ଏମିତିକି ଅଧିକାଂଶ ଫ୍ଯାନ ମାନେ ଏହା ଜାଣିବାକୁ ଇଛୁକ ଥିବେ ଯେ ଓଲିଉଡ ର ହୀରୋ ମାନେ ଗୋଟେ ଫିଲ୍ମ କରିବାକୁ କେତେ ଟଙ୍କା ନେଇଥାନ୍ତି | ଏମିତିକି ହୀରୋ ମାନଙ୍କର ଗୋଟିଏ ଫିଲ୍ମ କରିବା ପାଇଁ ଚାର୍ଜ କେତେ ରହୁଛି | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଆଜି ଜାଣିବା ଯେ ହୀରୋ ମାନଙ୍କ ମଧ୍ୟରେ କିଏ କେତେ ଟଙ୍କା ନେଇଥାନ୍ତି | ତେବେ ଏସବୁ ବିଷୟରେ ଜାଣିବାପାଇଁ ଏହି ଆର୍ଟିକ୍ଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ |


ତେବେ ଆମ ଲିଷ୍ଟରେ ୧ ନମ୍ବରରେ ଆସୁଛନ୍ତି ସିଦ୍ଧାର୍ଥ ମହାପାତ୍ର | ଆପଣମାନଙ୍କର ମୁନ୍ନା ଭାଇ | ଫିଲ୍ମ ଶ୍ରଦ୍ଧାଞ୍ଜଳି ଜରିଆରେ ସେ ପ୍ରଥମ କରି ଓଲିଉଡ ରେ ପାଦ ଦେଇଥିଲେ | ଏହାଛଡା ସେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭାର ମେମ୍ବର ମଧ୍ୟ ରହିଥିଲେ | ଏବଂ ତାଙ୍କୁ ଆପଣମାନେ ଓଡିଶାର ହୀରୋ କହିଲେ ମଧ୍ୟ ଭୁଲ ହେବ ନାହିଁ |
ସେ ୨୦୧୦ ପର୍ଯ୍ୟନ୍ତ ଗୋଟିଏ ଚଳଚିତ୍ର ପାଇଁ ୧ ରୁ ୫ ଲକ୍ଷ ଟଙ୍କା ନେଉଥିଲେ | ହେଲେ ବର୍ତ୍ତମାନ ସମୟରେ ସେ ଗୋଟିଏ ଚଳଚିତ୍ର ପାଇଁ ପାଖାପାଖି ୧୦ ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି |


ଏହାପରେ ଆମ ଲିସ୍ଟରେ ୨ ନମ୍ବର ରେ ଆସୁଛନ୍ତି ସବ୍ୟସଚୀ ମିଶ୍ର | ସେ ଓଲିଉଡ ଇନଡସ୍ଟ୍ରି ରେ କାମ କରିବା ସହ ବେଙ୍ଗଲି ଇନଡସ୍ଟ୍ରି ରେ ମଧ୍ୟ କାମ କରିଥାନ୍ତି | ବେଙ୍ଗଲି ରେ ମଧ୍ୟ ଅଧିକାଂଶ ଚଳଚିତ୍ର ରେ ମଧ୍ୟ ସେ ହୀରୋ ଭାବେ କାମ କରିସାରିଛନ୍ତି | ଏପରେ ମଧ୍ୟ ବର୍ତ୍ତମାନ କରୋନା ମହାମାରୀ ସମୟରେ ସେ ଲୋକ ମାନଙ୍କର ଯେପରି ଉପକାର କରିଛନ୍ତି ଏଥିପାଇଁ ସମ୍ପୂର୍ଣ ଓଡିଶାରେ ତାଙ୍କର ଫ୍ଯାନ ଫଲୋଇଂ ବଢି ଯାଇଛି | ସେ ପାଗଳପ୍ରେମୀ ଫିଲ୍ମ ଜରିଆରେ ଓଲିଉଡ ଇନଡସ୍ଟ୍ରି ରେ ପାଦ ଦେଇଥିଲେ | ବର୍ତ୍ତମାନ ସମୟରେ ସେ ଗୋଟିଏ ଚଳଚିତ୍ର ପାଇଁ ପାଖାପାଖି ୧୨ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି |


ଏହାପରେ ଆମ ଲିଷ୍ଟ ର ତୃତୀୟରେ ଆସୁଛନ୍ତି ଅଭିନେତା ଅରିନ୍ଦମ ରୟ ସେ ମଧ୍ୟ ଓଲିଉଡ ଏବଂ ବେଙ୍ଗଲୀ ଇନଡସ୍ଟ୍ରିରେ କାମ କରିଛନ୍ତି | ସେ ୨୦୦୬ ମସିହାରେ ଓଲିଉଡ ଇନଡସ୍ଟ୍ରିରେ ପାଦ ଦେଇଥିଲେ | ଏବଂ ତାଙ୍କର ପ୍ରଥମ ଚଳଚିତ୍ର ଆସିଥିଲା “ପ୍ରେମଋତୁ ଆସିଲାରେ “ | ଆପଣମାନେ ମଧ୍ୟ ତାଙ୍କର ବଡି ଫିଟନେସ ବିଷୟରେ ଭଲଭାବରେ ଜାଣିଥିବେ | ସେ ବର୍ତ୍ତମାନ ସମୟରେ ଗୋଟିଏ ଚଳଚିତ୍ରରେ କାମ କରିବା ପାଇଁ ୮ ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି |


ଏହାପରେ ଆମ ଲିସ୍ଟରେ ୪ ନମ୍ବର ରେ’ ଆସୁଛନ୍ତି ସ୍ଵରାଜ ବାରିକ ଯାହାକୁବି ଆପଣମାନେ ପିଲାଟି ବେଳୁ ଓଲିଉଡ ଇନଡସ୍ଟ୍ରି ରେ ଦେଖି ଆସୁଛନ୍ତି | ସେ ବର୍ତ୍ତମାନ ସମୟରେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ପାଖାପାଖି ୫ ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି |
ଏହାପରେ ଆମ ଲିସ୍ଟରେ ୫ ନମ୍ବର ରେ ଆସୁଛନ୍ତି ବାବୁଶାନ ମହାନ୍ତି | ଯେ କି ଆପଣମାନଙ୍କର ଚକୋଲେଟ ବୟ ୨୦୦୯ ମସିହାରେ “ରୋମିଓ ଦି ଲଭର ବୟ” ରୁ ସେ ଓଲିଉଡ ଇନଡସ୍ଟ୍ରି ରେ ଏଣ୍ଟ୍ରି କରିଥିଲେ | ଏବଂ ତାପରେ ସେ ଗୋଟିଏ ପରେ ଗୋଟିଏ ହିଟ ଚଳଚିତ୍ର ଦେଇଚାଲିଛନ୍ତି | ବାବୁଶାନ ଙ୍କର ମଧ୍ୟ ଓଡିଶାରେ ଫ୍ଯାନ ଫଲୋଇଂର ମାତ୍ରା ବହୁତ ଅଧିକା ଏବଂ ସେ ବିବାହ କରିସାରିଛନ୍ତି ଏବଂ ଟଙ୍କା ସ୍ତ୍ରୀ ଙ୍କ ନାମ ହେଉଛି ତୃପ୍ତି ଶତପଥୀ | ସେ ଗୋଟିଏ ଚଳଚିତ୍ର ପାଇଁ ପାଖାପାଖି ୧୫ ରୁ ୨୦ ଲକ୍ଷ ଟଙ୍କା ନେଇଥାନ୍ତି |


ଏହାପରେ ଆମ ଲିସ୍ଟରେ ୬ ନମ୍ବର ରେ ଆସୁଛନ୍ତି ଆପଣମାନଙ୍କର ପ୍ରିୟ ଏବଂ କେନ୍ଦ୍ରପଡାର ସାଂସଦ ଅନୁଭବ ମହାନ୍ତି | ବସନ୍ତ ନାୟକ ଙ୍କ ଦ୍ଵାରା ନିର୍ଦେଶିତ ଫିଲ୍ମ “ଆଇ ଲଭ ୟୁ” ରେ ସେ ଓଲିଉଡ ଇନଡସ୍ଟ୍ରି ରେ ଏଣ୍ଟ୍ରି କରିଥିଲେ | ଏହି ଫିଲ୍ମଟି ୨୦୦୪ରେ ଫିଲ୍ମ ହଲ ରେ ରିଲିଜ ହୋଇଥିଲା ଏବଂ ଏହା ପୂର୍ବରୁ ସେ ଅନେକ ଆଲବମରେ କାମ କରିସାରିଥିଲେ | ସେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୨୨ ରୁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *