ଅତୀତରେ କରୋନା ର ପ୍ରକୋପ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ ତେବେ ଏହି କରୋନା ଏବେ ଧୀରେ ଧୀରେ ଲେଉଟିବାରେ ଲାଗିଛି । ପୁଣିଥରେ ଏହା ଧୀରେ ଧୀରେ ଚାରିପଟେ ଭୟାନକ ବାତାବରଣ ଖେଳାଇବାରେ ଲାଗିଛି ଏବଂ ଦେଶରେ କାୟା ମେଲାଇବାକୁ ଆରମ୍ଭ କଲାଣି ଏହି ଭାଇରସ୍ ।
ପୁଣି ଥରେ ଏହି ଭାଇରସ ପୁନେ ଠାରେ ତାହାର କାୟା ମେଲାଇଛି । ଯେଉଁଥି ପାଇଁ ସରକାର ପୁଣି ଥରେ ସବୁଥିରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଧ୍ୟ ହୋଇଛନ୍ତି । ତେବେ ଏହି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାଯୋଗୁଁ ପୁନର୍ବାର ପୁଣେର ସମସ୍ତ ସ୍କୁଲକୁ ଆସନ୍ତା ଫେବୃଆରୀ ୨୮ ଯାଏଁ ବନ୍ଦ କରିଦିଆଯାଇଛି ।
ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ପୁଣିଥରେ ସପ୍ତାହକ ପାଇଁ ବନ୍ଦ ଘୋଷଣା କରିଦିଆଯାଇଛି । ଏ ନେଇ ପୁନେର ଡିଭିଜନାଲ କମିସନର ପ୍ରେସ୍ କନଫରେନ୍ସ କରି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ମଧ୍ୟ ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ସେବା ଛଡା ଅନ୍ୟାନ ଯାନବାହନ ଯିବାଆସିବା ଉପରେ ରୋକ ଲଗାଯାଇଛି ।
ତେବେ ମହାରାଷ୍ଟ୍ରର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ସଚିବ ଅଜିତ ପାଓ୍ବାର ଏଥିପାଇଁ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ବୈଠକରେ କୋଭିଡ୍ ସଂକ୍ରମଣ କୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନେକ ଦିନ ବ୍ୟବଧାନରେ ଜାନୁଆରୀ ୨୦୨୧ରେ ସ୍କୁଲ ଏବଂ କଲେଜ୍ ଖୋଲାଯାଇଥିଲା । ହେଲେ ଏବେ ପୁନଶ୍ଚ ସେଠାରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଆସନ୍ତା ଫେବୃଆରୀ ୨୮ ଯାଏଁ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |