କୁଖ୍ୟାତ ଅପରାଧି ହାଇଦର ର ଏସସିବି ମେଡିକାଲ ରୁ ଫେରାର ହୋଇଯାଇଥିବା ଘଟଣା ସାରା ରାଜ୍ୟ ରେ ହଇଚଇ ସୃଷ୍ଟି କରିଥିଲା ।୧୨୦ ଘଣ୍ଟା ର ଅପରେସନ ପରେ ପୋଲିସ ତାକୁ ତେଲେଙ୍ଗାନା ରୁ ଗିରଫ କରିବାରେ ସଫଳ ହୋଇପାରିଥିଲା।ତେବେ ଗାଙ୍ଗଷ୍ଟାର ହାଇଦର ଗିରଫ ହେବା ପରେ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନା କୁ ଆସୁଛି।ତାର ଅପରାଧ ର ସାମ୍ରାଜ୍ୟ ଭିତରେ ରହିଛନ୍ତି ଏକା ଧିକ ଯୁବତୀ।ହାଇଦର ଘଟଣା କୁ ନେଇ ଏବେ ଚର୍ଚ୍ଚା ରେ ଅଛନ୍ତି ଜଣେ ଆଲବମ୍ ହେରୋଇନ୍।
C
ହାଇଦରର ଫେରାର ଘଟଣା କୁ ନେଇ ମଙ୍ଗଳାବାଗ ପୋଲିସ ଏବେ ଜଣେ ଆଲବମ୍ ହିରୋଇନ୍ କୁ ଗିରଫ କରିଛି। ଗିରଫ ଯୁବତୀ ଜଣକ ହେଲେ ବାଲେଶ୍ୱର ଭୋଗରାଇ ବ୍ଲକର ୧୮ ବର୍ଷୀୟ ଅର୍ଚ୍ଚନା ପରିଡ଼ା ଉର୍ଫ ଗେଲି।ସେ ଏସସିବି ଆସି ଅନେକ ଥର ହାଇଦର କୁ ଦେଖା କରିଥିବାର ସୂଚନା ମଧ୍ୟ ରହିଛି।କେବଳ ଅର୍ଚ୍ଚନା ନୁହନ୍ତି ପଟ୍ଟାମୁଣ୍ଡାଇ ଓ ମାହାଙ୍ଗା ର ଅନ୍ୟ ୨ ଯୁବତୀ ମଧ୍ୟ ହାଇଦର କୁ ଭେଟିଥିଲେ।
\
କେବଳ ଏଇୟା ନୁହେଁ ବରଂ ହାଇଦର ଫେରାର କେଶ୍ ର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ହାଇଦର ର ଧର୍ମ ପୁଅ ଇସ୍ତିଆଜ ଖାନ୍ ସହିତ ମଧ୍ୟ ଏହି ଯୁବତୀ ମାନଙ୍କ ସଂପର୍କ ଥିଲା। ଖାଲି ସେତିକି ନୁହଁ ହାଇଦର ଫେରାର ହେବା ସମୟରେ ମଧ୍ୟ ଏମାନେ ତା ସହିତ ଯୋଗାଯୋଗ ରେ ଥିଲେ। ଏହି କଲ୍ ରେକର୍ଡ଼ ହିଁ ଧରାପକାଇ ଦେଇଥିଲା ହାଇଦର କୁ।ତେବେ ଏହି ଯୁବତୀ ମାନଙ୍କ କାମ କଣ ଥିଲା ଏହାକୁ ନେଇ ଅଧିକ ଯାଞ୍ଚ୍ କରୁଛି ପୋଲିସ।
ଇସ୍ତଆଜ୍ ଓ ଅର୍ଚ୍ଚନା ସମେତ ମୋଟ ୭ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ।ତେବେ ଗିରଫ ହୋଇଥିବା ଯୁବତୀ ଙ୍କ ପରିବାର ଲୋକ ଙ୍କ କହିବା ଅନୁଯାୟୀ ଗତ ଡିସେମ୍ବର ୨୭ ତାରିଖ ରେ ଚାକିରି ପାଇଁ ଜିଦ୍ ଧରି ଘର ଲୋକ ଙ୍କ କଥା ନ ଶୁଣି ଝିଅ ଭୁବନେଶ୍ବର ଯାଇଥିଲା।କୌଣସି ଲକି ନାମକ ଝିଅ ର ସଂସ୍ପ ର୍ଶରେ ଆସି ସେ ଭୁବନେଶ୍ଵରସ୍ଥିତ ଭରଦ୍ୱାଜ ସପ୍ଲାଏ ରେ କାମ କରୁଥିଲେ।କିନ୍ତୁ ହାଇଦର ଲିଙ୍କ୍ ସମ୍ପର୍କ ରେ ସେମାନେ କିଛି ବି ଜାଣି ନଥିବା କହିଛନ୍ତି।
ତେବେ ଝିଅ ର ମାନସିକ ସମସ୍ୟା ଥିବା କଥା କହିଛନ୍ତି ଅର୍ଚ୍ଚନା ଙ୍କ ବାପା। ଏକାଧିକ ଯୁବତୀ ଙ୍କ ସହ ହାଇଦର ର ଲିଙ୍କ୍ ଥିବା ବେଳେ ଚର୍ଚ୍ଚା କୁ ଆସିଛି ଏକ କାର।ଯୋଉଥିରେ ହାଇଦର ଫେରାର ହୋଇଥିଲା। ତଦନ୍ତ ରୁ ଜଣାପଡ଼ିଛି କାର ଟିର ମାଲିକ ଖୋର୍ଦ୍ଧା ଜିଲ୍ଲା ର ତ୍ରିଲୋଚନ ସାହୁ।ତେବେ କଣ ରହିଛି ଏହି କାର୍ ଓ ଯୁବତୀ ମାନଙ୍କ ହାଇଦର ସହ ଲିଙ୍କ୍ , ଏ ବିଷୟରେ ଅଧିକ ତଦନ୍ତ କରୁଛି ପୋଲିସ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ