Breaking News

ଇତିହାସର ଭ-ୟ-ଙ୍କ-ର ଭୁଲ ! ଘର ଚଟିଆ ନେଇଗଲା ୪ କୋଟି ଲୋକଙ୍କ ଜୀବନ , ଜାଣିଲେ ଆଶ୍ଚର୍ଯ ହେବେ …..

ଇତିହାସରେ ଏମିତି ଅନେକ ଗୁଡିଏ ଘଟଣା ଲୁଚି ରହିଛି ଯାହାକୁ କି ଆଜିଯାଏଁ ବି କେହି ଜାଣିନଥିବେ। ହଁ ଆଜ୍ଞା ଆଜି ଆମେ ଇତିହାସରେ ମନୁଷ୍ୟ ମାନଙ୍କ ଦ୍ଵାରା ହେଇଥିବା ଏମିତି ଏକ ଛୋଟିଆ ଭୂଲ ବିଷୟରେ କହିବୁ ଯୋଉଥି ପାଇଁ କି ଚାରି କୋଟି ଲୋକଙ୍କର ଜୀବନ ଚାଲି ଯାଇଥିଲେ। ୟା ପଛରେ ମୁଖ୍ୟ କାରଣ ଥିଲା କେବଳ ଗୋଟିଏ ଚଢେଇ। ଆଜିବି ଚାଇନାରୁ ବାହାରି ଥିବା ଏହି ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଛି। ଠିକ ସେମିତି ଇତିହାସରେ ଘଟିଥିବା ଏହି ଘଟଣାରେ ମଧ୍ୟ ଚାଇନାର ଗୋଟିଏ ଭୂଲ ପାଇଁ କୋଟି କୋଟି ଲୋକ ମୃତୁ ବରଣ କରିଥିଲେ।

ଘଟଣାଟି ଶୁଣିଲେ ନିଶ୍ଚିତ ଆପଣ ମାନଙ୍କ ମନରେ ରାଗ ଆସିବ। ତେବେ ଆସନ୍ତୁ ଜାଣିବେ ସମ୍ପୂର୍ଣ୍ଣ ଘଟଣାଟି ବିଷୟରେ। ଖବର ମୁତାବକ ୧୯୫୮ ମସିହାରେ ଚାଇନାରେ ଗୋଟିଏ କ୍ୟାମ୍ପେନ ଆରମ୍ଭ କରାଯାଇଥିଲା। କ୍ୟାମ୍ପେନ ଟିର ନାମଥିଲା ଦ ଗ୍ରେଟ ସ୍ପାରୋ କ୍ୟାମ୍ପେନ। ଅର୍ଥାତ କହିବାକୁ ଗଲେ ଏହି ଅଭିଯାନ ଟି ଥିଲା ଚାରିଟି କୀଟଙ୍କୁ ମାରିବାର ଅଭିଯାନ। ଏହି ଅଭିଯାନ ସେହି ବର୍ଷ ଆରମ୍ଭ ହେଇଥିଲା ଯୋଉବର୍ଷ ଚାଇନାର (peolpes repulbic ) ସଂସ୍ଥାର ଚେୟାରମ୍ୟାନ ମାଓ ଜେଡଙ୍ଗ ଏହାର ଫୈସାଲା କରିଥିଲେ କି ଚାଇନାର ଅର୍ଥବ୍ୟବସ୍ଥା ଯେମିତି ଆମେରିକାର ଅର୍ଥ ବ୍ୟବସ୍ଥାଠାରୁ ବି ଅଧିକ ଉର୍ଣ୍ଣତ ହେବ।

ତେଣୁ ମାଓ ଚାଇନାର ସବୁ ଜନତାଙ୍କୁ କହିଲେ ମସା, ମାଛି , ମୂଷା ଆଉ ଘରଚଟିଆ ଏହି ଚାରିଟି କୀଟ ଆମ ମାନଙ୍କର କିଛିବି ଉପକାରରେ ଆସୁନାହାନ୍ତି ବରଂ ଜନସଂଖ୍ୟାଲୋପ କରିଦେଉଛନ୍ତି ତେଣୁ ଆମେ ଯଦି ଏ ମାନଙ୍କର ସମ୍ପୂର୍ଣ୍ଣ ବିନାଶ କରିଦେବା ତାହେଲେ ଆମ ଦେଶରେ ଆର୍ଥିକ ବ୍ୟବସ୍ଥା ଆହୁରି ସୁଦୃଢ ହେଇଯିବ। ମାଓ ଏକଥା ବି କହିଲେ କି ଘରଚଟିଆ ଏମିତି ଏକ ଚଢେଇ ଯିଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଖାଦ୍ୟ ଶସ୍ୟ କୁ ଖାଇଦେଇଥାଏ ତେଣୁ ଆମେ ଯଦି ଘରଚଟିଆ ସବୁ କୁ ଲୋପ କରିଦେବା ତାହାଲେ ସେମାନେ ଖାଉଥିବା ଖାଦ୍ୟସବୁ ବଞ୍ଚିଯିବ। ଫଳରେ ତାଙ୍କ କଥା ମାନି ଲୋକେ ସବୁ ଦିନ ରାତି ଲାଗି ସବୁ କୀଟଙ୍କୁ ଲୋପ କରିଲେ।

କିନ୍ତୁ ସେମାନେ ଭୂଲି ଯାଇଥିଲେ କି ଘରଚଟିଆ ମଣିଷର କେତେ ଉପକାରରେ ଆସେ।ସବୁ ପ୍ରକାର ଛୋଟ କୀଟ ଯୋଉମାନେ କି ବିଲକୁ ନଷ୍ଟ କରିଦିଅନ୍ତି ସେମାନଙ୍କୁ ମାରିବାରେ ଘରଚଟିଆ ସବୁଠାରୁ ବଡ଼ ଭୂମିକା ରହିଛି। କିନ୍ତୁ କିଛିଦିନ ପରେ ଠିକ ଜାଣିପାରିଲେ ଯେତେବେଳେ କୋଟି କୋଟି ସଂଖ୍ୟାର ପଙ୍ଗୁପାଳ ଆସି ଦିନକରେ ଦୁଇ ତିନିଟି ଗାଁର ବିଲକୁ ନଷ୍ଟ କରିବାକୁ ଲାଗିଲେ ଏମିତି କରି କରି ସବୁନଷ୍ଟ କରିଦେଲେ। ଏବଂ ତାପରେ ଚାଇନା ଲୋକ ଧୀରେ ଧୀରେ ଖାଇବାକୁ ନପାଇ ମରିବାକୁ ଲାଗିଲେ। ଆଉ କେତେଜଣ ବୈଜ୍ଞାନିକ ଙ୍କ କହିବା ଅନୁସାରେ ଚାଇନା ଲୋକଙ୍କର ଏହି ଛୋଟିଆ ଭୂଲ ପାଇଁ ପ୍ରାୟ ୪ କୋଟି ଲୋକ ମୃତୁ ବରଣ କରିଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

PM Kisan Yojana କୁ ନେଇ ବଡ ଘୋଷଣା ଏବେ ଚାଷୀଙ୍କୁ 2000 ବଦଳରେ ମିଳିବ 5000 ଟଙ୍କା, କେମିତି ପାଇବେ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କୃଶକ ମାନ ଙ୍କ ପାଇଁ …

Leave a Reply

Your email address will not be published. Required fields are marked *