ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି ନିଜ ଗ୍ରାମରେ ଥିବା ବାର ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କାମ କରି ଯୁବପିଢ଼ି ପାଇଁ ଏକ ଉଦାହରଣ ପାଲଟି ପାରିଛନ୍ତି । ସେ ତାଙ୍କର ସେହି ବାର ଏକର ଜମିରେ ମାଛ ଚାଷ ଠାରୁ ଆରମ୍ଭ କରି କୁକୁଡ଼ା ଫାର୍ମ ଘୁଷୁରି ପାଳନ ଠେକୁଆ ପାଳନ କରିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ବି ଉତ୍ପାଦନ କରୁଛନ୍ତି ଯେମିତିକି ଧାନ ପରିବା ଇତ୍ୟାଦି। ସେ ନିଜେ ତ ଜଣେ ସଫଳ ଚାଷୀ ହୋଇଛନ୍ତି ତା ସହ ୨୦ ରୁ ୩୦ ଜଣ ଲୋକଙ୍କୁ ବି ରୋଜଗାର କ୍ଷମ କରାଇ ପାରିଛନ୍ତି। ତାହାଲେ ଆସନ୍ତୁ ଜାଣିବେ କଣ ରହିଛି ତାଙ୍କର ଚାକିରୀ ଛାଡି ଚାଷ ବାସ ରେ ମନଦେବାର କାରଣ।
ଏହି ଯୁବକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ସିଲନ୍ଦୀ ଗ୍ରାମର ବାସିନ୍ଦା। ନାମ ଇଂଜିନିୟର ଉଦୟନାଥ କର। ୨୦୧୪ ମସିହାରେ ଉଦୟ ମେକାନିକାଲ ଇଂଜିନିୟରିଂ ପାଠ ପଢା ସାରି ହାଇଦ୍ରାବାଦ ରେ ଏକ କଂମ୍ପାନିରେ ଚାକିରୀ କରୁଥିଲେ କିନ୍ତୁ ତାଙ୍କର ସେ ଚାକିରୀ ରେ ମନ ଲାଗି ନଥିଲା।ସେ ସିନା ଇଂଜିନିୟରିଂ ପଢୁଥିଲେ କିନ୍ତୁ ପିଲା ବେଳୁ ତାଙ୍କର ଇଚ୍ଛା ଥିଲା ସେ ଏକ ଭଲ ଚାଷୀ ହେବେ ତେଣୁ ସେ ଗାଁ କୁ ଫେରି ଆସି ଚାଷ କରିବାକୁ ଇଛା କରିଥିଲେ।ଏଥିପାଇଁ ତାଙ୍କୁ ଅଧିକ ସହାୟକ ହେଇଥିଲା ବାପାଙ୍କର ଥିବା ଏକର ଜମି। ସେ ୨୦୧୬ ମସିହାରେ ପ୍ରଥମେ ନିଜର କାମ ଆରମ୍ଭ କରିଥିଲେ ଆଉ ଏବେ ଦୀର୍ଘ ପାଞ୍ଚବର୍ଷ ପରେ ତାଙ୍କୁ ତାଙ୍କର ପରିଶ୍ରମ ର ଫଳ ମିଳିଛି।
ଖାଲି ସେତିକି ନୁହେଁ ତାଙ୍କ ପାଖରେ ପ୍ରତିଦିନ ୨୦ ରୁ ୩୦ କର୍ମଚାରୀ କାମ କରିଛନ୍ତି। ତା ଛଡା ସେ ସେମାନଙ୍କୁ ଦରମା ବାବଦକୁ ୧ ଲକ୍ଷ ଟଙ୍କା ପରେ ଖର୍ଚ୍ଚ କରୁଛନ୍ତି। ତାହାଲେ ଭାବନ୍ତୁ ସେ କେତେଟଙ୍କା ଏଥିରୁ କମାଉଛନ୍ତି ଯେ ଲକ୍ଷେ ଟଙ୍କା ପରେ ଲୋକଙ୍କୁ ଦରମା ଦେଇ ବି ତାଙ୍କର ଲାଭ ରଖିପାରୁଛନ୍ତି। ନିଶ୍ଚୟ ସେ ଅଧିକ ଲାଭ ପାଉଛନ୍ତି। ଆହୁରି ମଧ୍ୟ ପୁଅର ଏଭଳି କାମ ଦେଖି ବେଶ ଖୁସି ଅଛନ୍ତି ଉଦୟ ଙ୍କ ବାପା ମାଆ । ଇଂଜିନିୟର ଉଦୟନାଥ ଙ୍କ ଚାଷ କାମକୁ ଦେଖି ନିଶ୍ଚିନ୍ତ ଭାବେ ବର୍ତମାନ ସମୟରେ ଚାକିରି ପଛରେ ଧାଇଁ ନିରାଶ ହେଉଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ପ୍ରେରଣା ପାଇପାରିବେ।ଆହୁରି ମଧ୍ୟ ଚାଷ କାମ କୁ ଭୁଲି ଯାଉଥିବା ଲୋକେ ମଧ୍ୟ ଏହା ଦେଖି ବେଶ ପ୍ରୋତ୍ସାହିତ ହେବେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ