Breaking News

ଏହି ପୀଠ ରେ ଶୁଣନ୍ତି ମାଆ ଭକ୍ତ ଙ୍କ ଗୁହାରି . କ୍ଷଣି କରେ ପୂର୍ଣ ହୁଏ ମନସ୍କାମନା

କଥା ରେ ଅଛି ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ଅର୍ଥାତ ଯେଉଁଠି ବିଶ୍ଵାସ ଥାଏ ସେଠାରେ ହରିଙ୍କ ଦର୍ଶନ ମିଳିଥାଏ | ନଚେତ ମନ୍ଦିର ନୁହେଁ ପଥର | କିନ୍ତୁ ଭାରତରେ କିଛି ଏପରି ଜାଗା ରହିଛି ଯେଉଁ ଠାରେ ଭଗବାନ ଙ୍କ ବହୁତ ଅଲୌକିକ ଶକ୍ତି ରହିଛି | ସେହିପରି ଏକ ପୀଠ ରହିଛି ଦେବଭୂମି ଉତ୍ତରାଖଣ୍ଡ ରେ
କୁହାଯାଏ ଯେ ,ମାଆ ଭଦ୍ରକାଳୀ ଙ୍କ ମନ୍ଦିର ରେ ଯେ କେହିବି କିଛି ମାଗିଥାନ୍ତି ତାଙ୍କର ମନସ୍କାମନା ନିଶ୍ଚୟ ପୁରା ହୋଇଥାଏ | ମାଆ ଭଦ୍ରକାଳୀ ହେଉଛନ୍ତି ଶ୍ରୀକୃଷ୍ଣ ଙ୍କ ଇଷ୍ଟ ଦେବୀ | ମାଆ ଭଦ୍ର କାଳୀ ଙ୍କର ଏହି ମନ୍ଦିର ଜିଲ୍ଲା ମୁଖ୍ୟାଳୟ ରୁ ପ୍ରାୟ ୪୦ କିଲୋମିଟର ଦୂର ରେ ଭଦ୍ର କାଳୀ ନାମକ ଏକ ଗ୍ରାମରେ ଅବସ୍ଥିତ|


ଏହି ଧାମ ଏତେ ମନୋରମ ଯେ ତାହା କହିହେବ ନାହିଁ | କୁହାଯାଏ ଯେ , ଏହି ମନ୍ଦିର ର ପୂଜା ନଗ କନ୍ୟା ମାନେ କରିଥାନ୍ତି |ସନ୍ଡିଲ୍ୟ ରୁଷି ଙ୍କ ପ୍ରସଙ୍ଗରେ ଶ୍ରୀମୂଳ ନାରାୟଣ ଙ୍କ କନ୍ୟା ନିଜର ସାକ୍ଷୀ ମାନଙ୍କ ସହ ମିଶି କରି ଏହି ସ୍ଥାନ ଖୋଜିଥିଲେ|
ମାତା ଙ୍କ ପୁରୁଣା ମନ୍ଦିର ୨୦୦ ମିଟର ଏକ ବଡ ଭୂଖଣ୍ଡ ଉପରେ ବିରାଜମାନ | ଏହା ତଳେ ସୁନ୍ଦର ନଦୀ ୨୦୦ ମିଟର ଗୁମ୍ଫାତଳେ ବହୁଛି | ଏହି ଗୁମ୍ଫାରେ ଭଗବାନ ଶିବ ,ଗଣେଶ,ମାତା ଲକ୍ଷ୍ମୀ, ମାତା ସରସ୍ଵତୀ ବିରାଜମାନ କରିଛନ୍ତି |


ମାତା ଭଦ୍ରକାଳୀ ଙ୍କ ଏହି ଅଲୌକିକ ମନ୍ଦିର ୨୦୦୦ ବର୍ଷ ରୁ ବି ଅଧିକ ପୁରୁଣା ବୋଲି କୁହାଯାଇ ଥାଏ |
ଏବେ ଭଦ୍ର କାଳୀ ଗାଁ ର ଯୋଶୀ ପରିବାର ଏହି ମନ୍ଦିରରେ ପୂଜା କରୁଛନ୍ତି |
କୁହାଯାଏ ଯେ , ଇଂରେଜ ମାନେ ଏହି ସ୍ଥାନକୁ ଧାର୍ମିକ ସ୍ଥଳ ଭାବେ ଘୋଷଣା କରି କର ମୁକ୍ତ କରିଦେଇଥିଲେ | ଏହି ସ୍ଥାନ କୁ ମାତା ଙ୍କର ଏକାବନ ଶକ୍ତି ପୀଠ ବୋଲି ମନେ କରାଯାଏ | କୁହାଯାଏ ଦକ୍ଷ କୁମାରୀ ମାତା ସତୀ ଙ୍କର ପାଦ ଅଂଶ ଏହି ସ୍ଥାନ ରେ ପଡିଥିଲା | ଆହୁରି ମଧ୍ୟ କୁହାଯାଏ ଯେ ମାତା ଭଦ୍ରକାଳୀ ଏଠାରେ ତପସ୍ୟା କରିବା ସମୟରେ ଏଠାରେ ବନ୍ୟା ଆସିଥିଲା ଫଳରେ ମାତା ତାଙ୍କ ପାଦରେ ଏକ ପଥର ଫିଙ୍ଗି ଦେଇଥିଲେ ଫଳରେ ପାଣି ତାଙ୍କ ପାଦ ତଳେ ଦେଇ ବହିଗଲା |ଫଳସ୍ୱରୂପ ଆଜି ମନ୍ଦିର ତଳେ ଏହି ନଦୀ ବହିଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *