Breaking News

ଏହି ଜିନିଷ ରୁ ବଢାନ୍ତୁ ଶରୀର ର ଶକ୍ତି,ପାଖ ମାଡିବାନୀ କରୋନା ଭଳି ରୋଗ . . .

ଆଜିର ଏହି କରୋନା ସମୟରେ ପ୍ରାୟତହ ସମସ୍ତେ ନିଜ ନିଜ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି | କେତେକ ସକାଳ ସନ୍ଧ୍ୟାରେ ଆୟୁର୍ବେଦୀୟ କାଡ଼ା ସେବନ କରି ନିଜ ଇମ୍ୟୁନିଟି ବୁଷ୍ଟ କରୁଛି ତ କିଏ ଭଳିକି ଭଳି ଔଷଧ, ଭିଟାମିନ ଆଦି ଖାଇ ରୋଗ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି | କିନ୍ତୁ ଜାଣନ୍ତିକି ନିୟମିତ “ମସଲା କ୍ଷୀର” ପିଇ ଆପଣ ନିଜ ଇମ୍ୟୁନିଟି ଢ଼େର ଗୁଣା ବଢ଼ାଇ ପାରିବେ |

ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ: ୨ କପ କ୍ଷୀର, ୨ ଚାମଚ ଚିନି, ୮ ରୁ ୧୦ ଟି ବାଦାମ, ୧୦ ରୁ ୧୨ ଟି ପେସ୍ତା, ୩ ରୁ ଚାରୋଟି ଗୁଜୁରାତି,କିଛି ଜାଇଫଳ,ଚିମୁଟେ କେଶର |


ତିଆରି କରିବା ପ୍ରଣାଳୀ:
ପ୍ରଥମେ କ୍ଷୀରକୁ ଏକ ପ୍ୟାନରେ ବସାଇ ଗରମ କରନ୍ତୁ | ଏବେ ଏଥିରେ କିଛି ଚିନି ମିଶାନ୍ତୁ | ୮ ରୁ ୧୦ ମିନିଟ ଯାଏଁ ଫୁଟାନ୍ତୁ | ଏବେ ଉପରୋକ୍ତ ଡ୍ରାଏ ନଟ୍ସ , ଜାଇଫଳ, ଗୁଜୁରାତି ଗୁଡିକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିଦିଅନ୍ତୁ | ଏବେ ଏହି ଗୁଣ୍ଡ ଗୁଡିକୁ ଫୁଟା ଯାଇଥିବା କ୍ଷୀରରେ ମିଶାଇ ଦିଅନ୍ତୁ | ଏବେ ୪ ରୁ ୫ ମିନିଟ ପାଇଁ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ | ଏବେ ଆପଣଙ୍କ “ମସଲା କ୍ଷୀର” ପ୍ରସ୍ତୁତ ହୋଇଗଲା | ଏବେ ଏହାକୁ ଉଷୁମ ଉଷୁମ ପିଅନ୍ତୁ | ଏହି କ୍ଷୀରକୁ ଆପଣ ଦିନେ ଛଡ଼ା ଦିନେ କିମ୍ବା ଅସୁସ୍ଥ ଥିବା ସମୟରେ ପିଇ ପାରିବେ | ଦେଖିବେ କିଛି ସମୟ ଭିତରେ ଆପଣଙ୍କୁ କେତେ ହାଲ୍କା ଲାଗୁଛି |


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *