ସାଧାରଣତଃ ପୁଅ ଝିଅକୁ ବାହାରୁ ଦେଖିନ୍ତି ଆଉ ଝିଅ ଟି ଯଦି ବହୁତ ସୁନ୍ଦର ହୋଇ ଥାଏ ତେବେ ସେ ମନେ ମନେ ଏହି କଥା ଭାବି ନିଅନ୍ତି କି ଯଦି ଝିଅ ଟି ମୋର ଗାର୍ଲ ଫ୍ରେଣ୍ଡ ହୋଇଥାନ୍ତା ତେବେ ମୋତେ ବହୁତ ମଜା ଆସି ଯାଆନ୍ତା । ଆଉ ପୁଅ ଏହା ପରେ କୌଣସି କଥା ର ଆଗ ପଛ ବିଚାର ନକରି ସିଧା ଯାଇ ଝିଅକୁ କହି ଦିଏ ଆଇ ଲଭ ୟୁ । ଆଉ ଏହା ପରେ ଝିଅ ପୁଅକୁ ଅନେକ କିଛି କଥା କହି ଗାଳି ଦେଇଥାଏ । ଆଉ ଯଦି କୌଣସି ଭଲ ପିଲା ହୋଇଥାଏ ସେ ଏମିତି କିଛି କରି ପାରି ନଥାଏ ଆଉ ମନେ ମନେ ଭଗବାନକୁ କହିଥାଏ ଏହି ଝିଅକୁ ମୋ ଜିଏଫ କରି ଦିଅ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଝିଅ କୁ କେବେ, କେମିତି ଓ କେଉଁଠି ପ୍ରପୋଜ କରିବା ଦ୍ଵାରା ଆପଣଙ୍କୁ ୧୦୦% ସକାରାତ୍ମକ ଫଳ ମିଳିବ ।
ଯେମିତି ଆପଣ ମାନେ ଫୋନ କିଣିବା ପୂର୍ବରୁ କେବଳ ଫୋନ ସୁନ୍ଦର ଲାଗୁଥିଲେ କିଣି ନଥାଏ, ଫୋନରେ ରାମ କେତେ ଅଛି, ସେଥିରେ କେଉଁ ପ୍ରୋସେସର ବ୍ୟବହାର କରାଯାଇଛି , ତାର କ୍ୟାମେରା କେତେ ସବୁ ବିଷୟରେ ଜାଣିବା ଚେଷ୍ଟା କରିଥାଏ । ଯଦି କିଛି ନଜାଣି, ଫୋନ କୁ ନପରିଖି କିଣୁଛ ତେବେ ଆପଣ କ୍ଷତି ରେ ପଡୁଛ । ଠିକ ସେହି ପରି ଆମର କହିବା କଥା ହେଲା ଝିଅକୁ ବାହାରୁ ଦେଖିଲେ ସୁନ୍ଦର ଅଛି, ଭଲ ଲାଗୁଛି ଏହି ଚକରରେ ପଡି ସେମାନେ ପ୍ରପୋଜ କରି ଦିଅନ୍ତି ।
ତେବେ ଆପଣ ଟିକେ ଭାବନ୍ତୁ ସେ ଯାହାକୁ ଜାଣି ନାହିଁ, ଚିହ୍ନି ନାହିଁ , ସେ କଣ ପାଇଁ ତାର ପ୍ରପୋଜକୁ ହଁ କରିବ । ଆଉ ଶେଷରେ ଆପଣ ଝିଅ ଟି ଦ୍ଵାରା ଋଜେକ୍ଟ ହେଉଛନ୍ତି । ତେବେ କୌଣସି କାରଣରୁ ଝିଅ ଟି ତୁମକୁ ହଁ କରି ଦେଉଛି, ହେଲେ କାଲି ତମ ଠାରୁ ହ୍ୟାଣ୍ଡସମ ଟୋକା ତାକୁ ପ୍ରପୋଜ କରିବେ ସେ ପିଲାକୁ ସେ ହଁ କରିବ ନାହିଁ ବୋଲି କଣ ଗ୍ୟାରେଣ୍ଟି ଅଛି ?? ସେଥିପାଇଁ ଝିଅକୁ ଇମ୍ପ୍ରେସ କରିବା ପାଇଁ ହେଲେ ତାକୁ ଟାଇମ ଦିଅ, ନିଜକୁ ଟାଇମ ଦିଅ , ନିଜର ବ୍ୟକ୍ତିତ୍ଵ ତାଙ୍କ ପାଖରେ ଦୃଢ କରିବା ପାଇଁ ଚେଷ୍ଟା କର ।
ଯଦି ଝିଅକୁ ପଟେଇବାର ଅଛି ତାକୁ ପ୍ରଥମେ ଜାଣ, ତାକୁ ଚିହ୍ନ , କଣ ତାର ବ୍ୟାକ ଗ୍ରାଉଣ୍ଡ, କଣ ସେ ଚାହେଁ ଭଲ ଖରାପ ତାର ସବୁ ବିଷୟରେ ଜାଣନ୍ତୁ ତାପରେ ତାକୁ ଲଭ କର । ଆପଣଙ୍କ ପ୍ରେମ ଅନେକ ଦିନ ପର୍ଯ୍ୟନ୍ତ ରହିବ । ନଚେତ ଏମିତି ଲଭ କରି କିଛି ଲାଭ ନାହିଁ । ନଚେତ ଆପଣଙ୍କୁ ଭବିଷ୍ୟତରେ ବହୁତ ଅନୁତାପ କରିବା ପାଇଁ ପଡିବ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ