ଆପଣ ମନେ ସମସ୍ତେ ପପୁଲାର କମେଡି ସୋ ଘଟୁରୁ ଘୁଂ ଟିଭି ରେ ଦେଖିଥିବେ । କମେଡି ସୋ ଦେଖିବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି।ଏହି ସୋ ଆପଣ ମାନେ ଦେଖିଥିବେ ଜଣେ ଗେଡା ଅଭିନେତା ନଜର ଅସିଥାନ୍ତି ।ଯାହାଙ୍କ ଅଭିନୟ କୁ ଲୋକମାନେ ବହୁତ ପସନ୍ଦ କରନ୍ତି।ସେହି ଅଭିନେତା ଙ୍କ ନାମ ହେଉଛି କେକେ ଗୋସ୍ୱାମୀ।ସେ ଜନ୍ମ ହୋଇଥିଲେ 1973 ମସିହା ସେପ୍ଟେମ୍ବର 3 ତାରିଖ ରେ ତାଙ୍କ ଘର ବିହାର ର ମୁଜାଫରପୁର ରେ ।ଏବେ ତାଙ୍କ ବୟସ ପ୍ରାୟ 46 ବର୍ଷ ହୋଇ ସାରିଛି ସେ ଏବେ ବି ବହୁତ ଭଲ ଅଭିନୟ କରୁଛନ୍ତି।
ଏହି ଅଭିନେତା ଙ୍କର ଖାସ କଥା ହେଉଛି ସେ ଉଚ୍ଚତା ରେ ବହୁତ ଛୋଟ ।ଏହି ଛୋଟ ଉଚ୍ଚତା ସହିତ ସେ ଖୁବ ସୁନ୍ଦର ଅଭିନୟ କରନ୍ତି।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଅଭିନେତା ଙ୍କ ସ୍ତ୍ରୀ ତାଙ୍କ ଠାରୁ ଉଚ୍ଚତା ରେ ଦୁଇ ଗୁଣ ବଡ।ତାଙ୍କ ପତ୍ନୀ ଙ୍କର ନାମ ପିଙ୍କୁ ଅଟେ।
କେକେ ଗୋସ୍ୱାମୀ ଙ୍କର ଉଚ୍ଚତା ପ୍ରାୟ 3 ପୁଟ ହୋଇଥିବା ବେଳେ ତାଙ୍କ ପତ୍ନୀ ଙ୍କର ଉଚ୍ଚତା ପ୍ରାୟ 5 ପୁଟ ।ଏଠି ଆମେ ଆପଣଙ୍କୁ କହି ରଖୁଛୁ କି କେକେ ଗୋସ୍ୱାମୀ ପିଙ୍କୁ ଙ୍କୁ ବିବାହ କରିବା ପାଇଁ ବହୁତ ଗୁଡିଏ ସମସ୍ୟାର ସାମ୍ନା କରିଥିଲେ।କାରଣ ପିଙ୍କୁ ଙ୍କର ଘର ଲୋକ ଏହି ବିବାହ ପାଇଁ ରାଜି ନଥିଲେ।
ଏହି ଅଭିନେତା ଜଣଙ୍କ ଏକ ସାକ୍ଷାତକାର ରେ କହିଥିଲେ ଯେତେବେଳେ ସେ ପିଙ୍କୁ ଙ୍କୁ ଦେଖିବା ପାଇଁ ଯାଇଥିଲେ ତେବେ ଘରଲୋକ ତାଙ୍କୁ ନିଜ ଝିଅକୁ ଦେଖାଇବା ତ ଦୂରର କଥା ବରଂ ତାଙ୍କୁ ବାହାରୁ ହିଁ ମନା କରି ଦେଇଥିଲେ ।କିନ୍ତୁ ଭଗବାନ ଙ୍କର ଲୀଳା ଦେଖ ପିଙ୍କୁ ଙ୍କ ଘର ଲୋକ ରାଜିନଥିବା ସତ୍ତ୍ୱେ ପିଙ୍କୁ କିନ୍ତୁ ବାହା ହେବାକୁ ରାଜି ହୋଇଯାଇଥିଲେ।ପିଙ୍କୁ କହିଥିଲେ ଗୋସ୍ୱାମୀ ଙ୍କର ଉଚ୍ଚତା କୁ ନେଇ ମୋର କୌଣସି ଅସୁବିଧା ନାହିଁ।
ପିଙ୍କୁ ରାଜିଥିଲେ ମଧ୍ୟ ଗୋସ୍ୱାମୀ ଙ୍କର ମନରେ ଭୟ ଥିଲା କି ବାହା ବେଦୀ କୁ ଯିବା ପୂର୍ବରୁ କାଳେ ପିଙ୍କୁ ବାହା ହେବା ପାଇଁ ମନା କରିଦେବେ କି ଏମିତି ପ୍ରଶ୍ନ ଉଠୁଥିଲା ଗୋସ୍ୱାମୀ ଙ୍କର ମନରେ।ତେବେ ଏମିତି କିଛି ବି ହେଲା ନାହିଁ ଦୁଇ ଜଣଙ୍କର ବିବାହ ସୁରୁଖୁରୁ ରେ ହୋଇଗଲା ଏବଂ ଏବେ ଦୁଇଜଣ ଯାକ ବହୁତ ଖୁସି ରେ ଅଛନ୍ତି।