Breaking News

ଏଭଳି କଣ ଅଛି ମକ୍କା ଠାରେ ,ଯେଉଁଠିକୁ ଦୁନିଆ ର ସମସ୍ତ ମୁସଲମାନ ଯିବାପାଇଁ ଚାହିଁଥାନ୍ତି !! ଆସନ୍ତୁ ଜାଣିବା

ଦର୍ଶକ ବନ୍ଧୁ ହଜ୍ ବିଷୟରେ ଆପଣ ମାନେ ଶୁଣିଥିବେ।ହଜ୍ ହେଉଛି ସାଉଦି ଆରବ ର ମକ୍କା ଠାରେ ହେଉଥିବା ଏଭଳି ଏକ ଧାର୍ମିକ ଯାତ୍ରା ଯେଉଁଠିକୁ ଦୁନିଆ ର ସମସ୍ତ ମୁସଲମାନ ଯିବାପାଇଁ ଚାହିଁଥାନ୍ତି। ଇସଲାମ ର ୫ ଟି ସିଦ୍ଧାନ୍ତ ମଧ୍ୟ ରୁ ହଜ୍ ମଧ୍ୟ ଗୋଟେ।ଇସଲାମ ର ୫ ଟି ସିଦ୍ଧାନ୍ତ ଅର୍ଥାତ କଲ୍ମା ପଢିବା, ନମାଜ ପଢ଼ିବା, ରୋଜା ରଖିବା, ଯକାତ କରିବା ଏବଂ ହଜ୍ ଯିବା ଇତ୍ୟାଦି। ଯେଉଁ ମୁସଲମାନ ମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥାଏ,ସେମାନେ ହଜ୍ ଯାଇ ନିଜର ରୋଜଗାର ର କିଛି ଅଂଶ ଦାନ କରିଥାନ୍ତି ବା ଯକାତ କରିଥାନ୍ତି।

ହଜ୍ ଯାତ୍ରା ପାଇଁ ୫ ଟି ନିୟମ ଥାଏ।ପ୍ରଥମ ହେଉଛି ହେରମ୍ ପିନ୍ଧିବା। ହେରମ ହେଉଛି ଭଳି ଏକ ପୋଷାକ ଯାହା ୨ ଟି ଚାଦର କୁ ନେଇ ପ୍ରସ୍ତୁତ ହୋଇଥାଏ। ହେରାମ୍ ପିନ୍ଧି ସେ କାବା ଯାଇଥାନ୍ତି।ଯିବା ବାଟ ରେ ମୁସଲିମ ମାନେ ଲଗାତାର କୋରାନ ପାଠ କରିଥାନ୍ତି। ସେଠାରେ ପହଞ୍ଚି ମୁସଲମାନ ମାନେ କାବା ର ଚତୁଃପାଶ୍ୱର୍ରେ ପରିକ୍ରମା କରିଥାନ୍ତି। କାବା ସମସ୍ତ ମୁସଲମାନ ସମ୍ପ୍ରଦାୟ ର ଏକତା ର ପ୍ରତୀକ।କାବା ହେଉଛି ଏଭଳି ଏକ କୋଠା ,ଯାହାକୁ ମୁଁହ କରି ଦୁନିଆ ର ସମସ୍ତ ମୁସଲମାନ ନମାଜ ପଢ଼ିଥାନ୍ତି।ଏହା ପରେ ସଫା ଓ ମର୍ମା ପାହାଡ଼ କୁ ଯାଇ ମୁସଲିମ ମାନଙ୍କୁ ତା ମଧ୍ୟ ରେ ୭ ଥର ପରିକ୍ରମା କରିବାକୁ ପଡ଼େ।

ମକ୍କା ଠାରୁ ୫ କିମି ଦୂରରେ ମୀନା ନାମକ ଜାଗାରେ ସମସ୍ତେ ହଜ୍ କୁ ଯାଇଥିବା ଲୋକ ଏକାଠି ଏକାଠି ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ନମାଜ ପଢ଼ିଥାନ୍ତି। ପରବର୍ତ୍ତୀ ଦିନ ଆରାଫତ ନାମକ ଜାଗା ରେ ପହଞ୍ଚି ସେଠାରେ ଥିବା ଏକ ବଡ ପଡିଆ ରେ ବସି ସମସ୍ତ ମୁସଲିମ ଦୁଆ ମାଗିଥାନ୍ତି।ଏହା ପରେ ନିୟମ ଥାଏ ସୈତାନ୍ କୁ ପଥର ମାରିବାର। ପୁନର୍ବାର ସମସ୍ତ ମୁସଲମାନ ଆରାଫତ ଠାରୁ ମୀନା ଫେରିଥାନ୍ତି।ସେଠାରେ ୩ ଟି ଖମ୍ବ ଥାଏ।ଯାହାକୁ ମୁସଲମାନ ମାନେ ସୈତାନ୍ ର ପ୍ରତୀକ ବୋଲି ମାନିଥାନ୍ତି ଓ ତାହାକୁ ପଥର ମାରିଥାନ୍ତି।ଏହି ସମସ୍ତ ପ୍ରକ୍ରିୟା କୁ ରମି ଜମାରତ କୁହାଯାଏ।

ପଥର ମାରିବା ପରେ ପରବର୍ତ୍ତୀ ନିୟମ ଥାଏ ପଶୁ ବଳି ର।ପଶୁ ବଳି ଦେବା ପରେ ଶେଷ ନିୟମ ଥାଏ ଚୁଟି କରିବାର। ମୁସଲିମ ପୁରୁଷ ମାନେ ଏହି ସମସ୍ତ ପ୍ରକ୍ରିୟା ପରେ ଲଣ୍ଡା ହୋଇଥାନ୍ତି।ଏହି ବିଧି ଦିନ ହଜ୍ ଯାତ୍ରା ପୁରା ହୋଇନଥାଏ।ଚୁଟି କାଟିବା ପରେ ପୁନର୍ବାର ସମସ୍ତ ମୁସଲମାନ କାବା ଠାରେ ଏକାଠି ହୋଇ ଏହାର ପରିକ୍ରମା କରିଥାନ୍ତି।ଏହା ପରେ ହଜ୍ ଯାତ୍ରା ପୁରା ହୋଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *