Breaking News

ଏବେ ସହଜରେ ପାଇପାରିବେ ଚୋରୀ ହୋଇଥିବା ମୋବାଇଲ , ବାସ୍ କରନ୍ତୁ ଏହି କାମ

ମୋବାଇଲ ହଜିବା କୌଣସି ନୂଆ କଥା ନୁହେଁ ଆମ୍ଭେମାନେ ସାଧାରଣତହ ମୋବାଇଲ କେଉଁଠି ରଖିଦେଇଥାଉ କି ଛାଡି ଦେଇଥାଉ | ଆଉ କେବେ କେବେ ମୋବାଇଲ କେଉଁଠି ଖସିଯାଇଥାଏ ତ କେଉଁଠି ଚୋରି ହେଇଯାଇଥାଏ | ମୋବାଇଲ ଚୋରୀ ହେବା ଯେତିକି ଚିନ୍ତା ଦେଇନଥାଏ ତାଠାରୁ ଅଧିକ ଚିନ୍ତା ଦେଇଥାଏ ସେଥିରେ ଥିବା ଡାଟା | ନିଜର ଫୋଟୋ ଭିଡିଓ ଏବଂଅନ୍ଯାନ୍ଯ ଗୁରୁତ୍ଵପୂର୍ଣ ଡାଟା ଲିକ ହେବାର ମଧ୍ୟ ସମ୍ଭାବନା ଥାଏ | ତେବେ ମୋବାଇଲ ଚୋରୀ ହେଲେ ଆମେ ମାନେ ବହୁତ ଚିନ୍ତା ରେ ପଡି ଯାଇଥାନ୍ତି |

ମୋବାଇଲ ରେ ପାସୱାର୍ଡ ପଡିଥିଲେ ବି ମୋବାଇଲ ରେ ଥିବା ଡାଟା ଚୋରି ହେବାର ଡର ଲାଗିରହିଥାଏ | ଏବେ ହଜିଯାଇଥିବା ମୋବାଇଲ ଫୋନ ରେମୋର୍ଟ ରେ ଖୋଜିବା ବେସ ସହଜ ହୋଇଗଲାଣି | ଆପଣ ରେମୋର୍ଟ ମାଧ୍ୟମରେ ଫୋନ ରେ ଆଲରାମ ବଜେଇପାରିବେ ଏବଂ ମେସେଜ କୁ ମଧ୍ୟ ଫୋନ ରେ ଡିସପ୍ଲେ କରାଇପାରିବେ | ଖାଲି ଏତିକି ନୁହେଁ ଆପଣ ରେମୋର୍ଟ ଦ୍ଵାରା ଫୋନ କୁ ଲକ ମଧ୍ୟ କରିପାରିବେ | ତେବେ ଆସନ୍ତୁ ଜାଣିବା କେମିତି ଏହି ସୁବିଧା ପାଇପାରିବେ ଆପଣ ଆପଣଙ୍କ ମୋବାଇଲ ରେ ଥିବା ଗୁଗଲ ପ୍ଲେସ୍ଟୋର ରୁ “Find my device” ଆପ୍ପ ଡାଉନଲୋଡ କରି ପାରିବେ |

ଏହି ଆପ୍ପ ମାଧ୍ୟମରେ ଆପଣ ଆପଣଙ୍କ ହଜିଯାଇଥିବା ଫୋନ କୁ ମଧ୍ୟ ଟ୍ରାକ କରିପାରିବେ | ଏହା ଦ୍ଵାରା ଆପଣ ଆପଣଙ୍କ ଫୋନ କୁ କଲ୍ଲ କରି ପାରିବେ ଏବଂ ଡାଟା କୁ ମଧ୍ୟ ଡିଲୀଟ କରିପାରିବେ | ଗୂଗଲ ର ଏହି ସନ୍ଦର ଆପ୍ପ ର ଅନେକ ବିକଳ୍ପ ମଧ୍ୟ ରହିଛି | ଆପଣ ଏହି ଆପ୍ପ ଦ୍ଵାରା ମେସେଜ କରିପାରିବେ ଯାହାଦ୍ୱାରା ମୋବାଇଲ ପାଇଥିବା ବ୍ୟକ୍ତି ଆପଣଙ୍କ ମେସେଜ ପାଇପାରିବେ | ଏହା ସହିତ ଆପଣ ଡିଭାଇସ ପ୍ରୋଟେକଶନ ରେନ୍ଦେରିଙ୍ଗ କୁ ଟ୍ରିଗର କରି ମୋବାଇଲ କୁ ବ୍ୟବହାର ଅନୁପଯୋଗୀ ମଧ୍ୟ କରିପାରିବେ |

ସର୍ବ ପ୍ରଥମେ ଏହି ଆପ୍ପ ରେ ଲଗିନ ହୋଇଯିବା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ମୋବାଇଲ ର କିଛି ଜରୁରୀ ଡୀଟେଲସ ଦେବାକୁ ପଡିବ | ଜରୁରୀ ସୂଚନା ଦେବା ପରେ ଆପଣଙ୍କ ମୋବାଇଲ ଯେଉଁ ସ୍ଥାନ ରେ ଥିବ ତାହାର ଲୋକେଶନ ଆପଣଙ୍କୁ ଦେଖାଯିବ | ଆପଣଙ୍କ ମୋବାଇଲ ମିଳିବା ପରେ ଆପଣ ସେହି ସ୍ଥାନ କୁ ଯିବେ ଏବଂ ସେହି ସ୍ଥାନରେ ଆପଣ ଏହି ଆପ୍ପ ରେ ଥିବା ସାଉଣ୍ଡ ପ୍ଲେ ର ଅପ୍ଶନ କୁ କ୍ଲିକ କରିବେ | ଯାହା ଦ୍ଵାରା ଆପଣଙ୍କ ମୋବାଇଲ ରେ ଲଗାତାର ୫ ମିନିଟ ପର୍ଯ୍ୟନ୍ତ ଆଲରାମ ବାଜିବ |

ଆପଣଙ୍କ ଫୋନ ସାଇଲେଣ୍ଟ ଥିଲେ ବି ଆଲରାମ ବାଜିବ | ଏହା ସହିତ ମୋବାଇଲ ହଜିଥିବା ନେଇ ଆପଣ ପୋଲିସ ରେ ଅଭିଯୋଗ କରିପାରିବେ | ଏହା ସହିତ ସିକିଓର ଡିଭାଇସ ଅପ୍ଶନ କୁ ଚୁଜ କରି ଆପଣଙ୍କ ଫୋନ କୁ ଲକ ମଧ୍ୟ କରିପାରିବେ | ସେହିପରି ଇରେଜ ଅପ୍ଶନ କୁ ଚୁଜ କରି ଫୋନ ର ସବୁ ଡାଟା କୁ ଡିଲୀଟ ମଧ୍ୟ କରି ପାରିବେ | ଏହି ଭଳି ସୁବିଧା ଆପଣ ଏହି ଆପ୍ପ ଦ୍ଵାରା ପାଇପାରିବେ |

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.