Breaking News

ଏଣିକି ଆଉ ଯିବାକୁ ପଡିବନି ବ୍ୟାଙ୍କ || ଏବେ ଘରେ ବସି ଖୋଲିପାରିବେ ବ୍ୟାଙ୍କ୍ ଖାତା !!

ଦର୍ଶକବନ୍ଧୁ ଏବେ ଆପଣ ମାନଙ୍କ ପାଇଁ ଖୁସି ଖବର।ଏବେ ଘରେ ବସି କରିପାରିବେ ସମସ୍ତ ପ୍ରକାର ବ୍ୟାଙ୍କ୍ କାମ।ଆଉ ଯିବାକୁ ପଡ଼ିବନି ବ୍ୟାଙ୍କ୍। କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଏବେ ଏଭଳି ପଦକ୍ଷେପ ନିଆଯାଇଛି ।ଏଣିକି ଆପଣ ଚାହିଁଲେ ଘରେ ବସି ବ୍ୟାଙ୍କ୍ ଖାତା ଖୋଲିପାରିବେ। ଭିଡିଓ କଲ୍ ମାଧ୍ୟମରେ କେୱାଇସି କରି ଖାତା କୁ ଚଲେଇ ପାରିବେ। ଏବେ ଦେଶ ରେ କରୋନା ଭୟାବହତା ଯେ କିପରି ରହିଛି ତାହା ସମସ୍ତେ ଜାଣିଛନ୍ତି lତେବେ ଏଭଳି କ୍ଷେତ୍ରରେ କରୋନା ଚେନ କୁ ଭାଙ୍ଗିବା ପାଇଁ ଅନେକ ରାଜ୍ୟ ଲକ୍ ଡାଉନ୍ ମଧ୍ୟ ଜାରି କରିଦେଇଛନ୍ତି।ହେଲେ ଏଭଳି କ୍ଷେତ୍ରରେ ଯଦି କୌଣସି ବ୍ୟକ୍ତି ଙ୍କର ବ୍ୟାଙ୍କ ଆକାଉଣ୍ଟ ର ଦରକାର ପଡୁଛି ତେବେ ସେ ଘରୁ ନ ବାହାରି ମଧ୍ୟ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି ପାରିବେ।

ଏହା ସହିତ ବ୍ୟାଙ୍କ ର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଘରେ ରହି କରିପାରିବେ।ଲୋକ କିଭଳି ଘରେ ସୁରକ୍ଷିତ ରହି ବ୍ୟାଙ୍କର ସୁବିଧା ପାଇପାରିବେ ସେ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ବ୍ୟାଙ୍କ। ଖାତା ଖୋଲିବା ସହିତ ଆପଣ ଭିଡିଓ କଲ୍ ମାଧ୍ୟମରେ ଅନ୍ୟାନ୍ୟ ବ୍ୟାଙ୍କ୍ କାମ ମଧ୍ୟ ସହଜରେ କରିପାରିବେ। କରୋନା କାଳରେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଉଛି।ହେଲେ ଏହି ସମୟରେ ଆର୍ଥିକ କାରବାର ଏକ ବଡ଼ କାମ। ସାଧାରଣତଃ ବ୍ୟାଙ୍କ୍ ଯାଇ ଲୋକେ ନିଜର ଜରୁରୀ କାରବାର କରିଥାନ୍ତି ।କିନ୍ତୁ ଏଭଳି ପରିସ୍ଥିତି ରେ ଲୋକ ମାନଙ୍କ ଜୀବନକୁ ବିପଦ ରହିଛି ତେଣୁ ଘରେ ରହି କିଭଳି ବ୍ୟାଙ୍କ୍ କାମ କରିହେବ ସେ ଦିଗରେ କିଛି ବ୍ୟାଙ୍କ୍ ଏବେ ପଦକ୍ଷେପ ନେଇଛନ୍ତି।


ଆପଣଙ୍କୁ ବ୍ୟାଙ୍କରେ ଖାତା ଖୋଲିବାକୁ ବ୍ୟାଙ୍କ୍ ଯିବାକୁ ପଡୁଥିଲା।ସେଠାରେ ଫର୍ମ ପୂରଣ ପରେ କର୍ମଚାରୀ ଆପଣଙ୍କ ଖାତା ଖୋଲୁଥିଲେ।ଏଥି ପାଇଁ ବିଭିନ୍ନ ଡକ୍ୟୁମେଣ୍ଟ ଦେବାକୁ ପଡୁଥିଲା।ହେଲେ ଏବେ ଏହାକୁ ଆହୁରି ସହଜ କରିବା ପାଇଁ କେୱାଇସି ଭିଡିଓ କଲ୍ ଆରମ୍ଭ କରିଛି ବ୍ୟାଙ୍କ୍।ଏହା ମାଧ୍ୟମରେ ଆପଣ ଘରେ ବସି ବ୍ୟାଙ୍କରେ ଖାତା ଖୋଲିପାରିବେ। ଏଭଳି ଘରେ ବସି ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବାକୁ ୪ଟି ପ୍ରଣାଳୀ ରହିଛି। ପ୍ରଥମେ ଆପଣ ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କ ପାନ୍ ଓ ଆଧାର କାର୍ଡ କୁ ଭେରିଫାଏ କରିବାକୁ ହେବ।

ଏହାପରେ ଆପଣଙ୍କୁ ଅନଲାଇନ ରେ ଆପଣଙ୍କର ସମସ୍ତ ବିବରଣୀ ପୁରଣ କରି ବ୍ୟାଙ୍କ୍ କର୍ମଚାରୀ ଙ୍କୁ ଦେବାକୁ ହେବ।ଏହାପରେ ଆପଣଙ୍କୁ ଭିଡିଓ କଲ୍ ମାଧ୍ୟମରେ କେୱାଇସି କରିବାକୁ ପଡ଼ିବ ଅର୍ଥାତ୍ ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟକୁ ବ୍ୟାଙ୍କ କର୍ମଚାରୀ ଙ୍କ ଦ୍ଵାରା ଯାଞ୍ଚ କରେଇବାକୁ ପଡ଼ିବ ।ଶେଷରେ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବାକୁ ଯାହା ସର୍ବନିମ୍ନ ଟଙ୍କା ରହିଛି ତାହା ପୈଠ କରିବାକୁ ହେବ।ଯାହା ଆପଣ ଅନଲାଇନ ମାଧ୍ୟମରେ ମଧ୍ୟ କରିପାରିବେ ।ଏହା ପରେ ଆପଣଙ୍କ ଆକାଉଣ୍ଟ୍ ବ୍ୟାଙ୍କରେ ଖୋଲିଯିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *