Breaking News

ବଡ଼ ଖବର : ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ ଖବର, ଆଜି ରାତିରୁ କାଳବୈଶାଖୀ…

ହେଲୋ ଫ୍ରେଣ୍ଡ୍ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ ଖବର । ଝଡ଼ ବର୍ଷା ନେଇ ରାଜ୍ୟରେ ସତର୍କ ସୂଚନା ଜାରି । ତେବେ 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ବିଜୁଳି ଘଡଘଡି ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏବେ ଆସନ୍ତୁ କେଉଁ କେଉଁ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ତାହା ସମ୍ପ୍ରକରେ ଜାଣିବା । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଜ୍ରପାତ ଓ ବର୍ଷା ସହ ଝଡ଼ ବର୍ଷା ଜନନିତ କାଳବୈଶାଖୀ ମଧ୍ୟ ସମ୍ଭାବନା ରହିଛି ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହି ପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ,ରାୟଗଡ଼ା, କୋରାପୁଟ, ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ସତର୍କ ସୂଚନାରେ କୁହାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଏହି 18 ଟି ଜିଲ୍ଲା କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ କାଳବୈସାକ୍ଷୀ ସମୟରେ ପଦାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଜାରି ସତର୍କ ସୂଚନା ଅନୁସାରେ ଉତ୍ତର ଉପକୂଳ ଓଡ଼ିଶାରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଓଡ଼ିଶାର ଜିଲ୍ଲାଗୁଡିକରେ ଆସନ୍ତା 3 ରୁ 4 ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା । ଦିନର ତାପମାତ୍ରା ରେ କୌଣସି ବଡ ଧରଣର ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ନାହିଁ । ଅନ୍ୟ ପଟେ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ ଏହାର ଆଖ ପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହିତ ଅପରାହ୍ନରେ କିମ୍ବା ସନ୍ଧ୍ୟା ବେଳକୁ ହାଲୁକା ବର୍ଷା ସହିତ ବର୍ଜ୍ରପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା ବେଳେ । ଅପରାହ୍ନ 4.30 ପାଖା ପାଖି ଆକାଶରେ ମେଘାଛନ୍ନ ରହିବା ସହିତ ଥଣ୍ଡା ପବନ ବହି ପରେ ବୋଲି କୁହାଯାଇଛି ।

About odisha news

Check Also

Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …

Leave a Reply

Your email address will not be published.