ଓଲିଓଡ ଷ୍ଟାର ଅରିନ୍ଦମ ରାୟ ତାଙ୍କର ନିର୍ଘ 14 ବର୍ଷର ଅଭିନୟ କ୍ୟାରିଅର ମଧ୍ୟରେ ଅନେକ ସୁପରହିଟ ଓଡିଆ ଚଳଚିତ୍ରରେ ନଜର ଆସିଛନ୍ତି । ଆଉ ଗୋଟିଏ ପଟେ ଓଡିଶା ସବୁଠାରୁ ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର ତାଙ୍କର ଦୀର୍ଘ 28 ବର୍ଷର କ୍ୟାରିଅର ମଧ୍ୟରେ ଅନେକ ଗୁଡିଏ ସୁପର ଦୁପର ହିଟ ସିନେମା କରିଛନ୍ତି ଯେଉଁଥିରେ ସେ ନାୟକ, ଖଳନାୟକ, ଏବଂ ଚରିତ୍ର ଭୂମିକାରେ ଅଭିନୟର ଯାଦୁ ଦେଖାଇ ଓଡିଶା ବାସୀଙ୍କ ହୃଦୟକୁ ଜିତିବାରେ ସକ୍ଷମ ହୋଇଛନ୍ତି । ଆପଣେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦୁଇ ଲୋକପ୍ରିୟ ଅଭିନେତା ଏବେ ପର୍ଯ୍ୟନ୍ତ ମାତ୍ର 5ଟି ସିନେମାରେ ଏକାଠି ନଜର ଆସିଛନ୍ତି ।
ଓଡିଶାର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ସୁପର ଷ୍ଟାର ଅରିନ୍ଦମ ରାୟଙ୍କୁ ଏକାଠି ଅଭିନୟର ସୁଯୋଗ ଦେଇଥିଲେ ଓଡିଶାର ସୁନାମଧନ୍ୟ ପ୍ରଜଯୋକ ବସନ୍ତ ନାୟକ । ବ୍ରଜରାଜ ମୁଭି ବ୍ୟାନରରେ ନିର୍ମିତ ପ୍ରେମଋତୁ ଆସିଲାରେ ସିନେମା ଏହି ଦୁଇ ଲୋକପ୍ରିୟ ଅଭିନେତା ଏକାଠି ନଜର ଆସିଥିଲେ । ଦୁହେଁ ଉଭୟ ନୟାକ ଭୂମିକାରେ ନଜର ଆସିଥିଲେ । ଏହି ସିନେମା ଟିରେ ବଙ୍ଗୀୟ ନାୟିକା ନମ୍ରତା ଅରିନ୍ଦମଙ୍କ ନାୟିକା ଥିବା ବେଳେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ସିଦ୍ଧାନ୍ତଙ୍କ ନାୟିକା ଭାବେ ନଜର ଆସିଥିଲେ । ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ଯୋଡିଙ୍କୁ ଫୁଣି ଥରେ ବ୍ରଜାରାଜ ମୁଭିଜର ମୁ ତୋତେ ଲଭ କରୁଛି ସିନେମାରେ ଦେଖିବା ପାଇଁ ମିଳିଥିଲା ।
ଏହି ସିନେମାରେ ସିଦ୍ଧାନ୍ତ ଓ ଅରିନ୍ଦମ ଦୁଇ ସାଙ୍ଗ ଭୂମିକାରେ ନଜର ଆସିଥିଲେ । ଏହି ସିନେମାରେ ଉଭୟଙ୍କ ବିପକ୍ଷରେ ନମ୍ରତା ନାୟିକା ଭାବେ ଅଭିନୟ କରିଥିଲେ । ଏହାପରେ ସିଦ୍ଧାନ୍ତ ଓ ଅରିନ୍ଦମ ସଞ୍ଜୟ ନାୟକଙ୍କ ନିର୍ଦେଶିତ ତୋ ପାଇଁ ନେବି ମୁଁ ଶହେ ଜନମ, ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ କାଳୀଶଙ୍କର ଓ ସୁଧାଂଶୁ ସାହୁଙ୍କ ନିର୍ଦେଶିତ ସାର୍ଥକ ବ୍ୟାନରର ପର୍ଷୁରାମ ସିନେମାରେ ଅଭିନୟ କରିଛନ୍ତି । ଏହା ପରେ ଦୁହିଁଙ୍କୁ ଅନ୍ୟ କୌଣସି ଓଡିଆ ସିନେମାରେ ଦେଖିବା ପାଇଁ ମିଳି ନାହିଁ । ତେବେ ଫୁଣିଥରେ ଗୋଟିଏ ସିନେମାରେ ବର୍ଷା, ସିଦ୍ଧାନ୍ତ ଓ ଅରିନ୍ଦମ ରାୟଙ୍କୁ ରୋମାନ୍ସ କରୁଥିବାର ନଜର ଆସିବେ ।
ଏହି ସିନେମା ଟି ରେ ତ୍ରିକୋନୀୟ ପ୍ରେମ କାହାଣୀ ଦେଖିବା ପାଇଁ ମିଳିବ । ତେବେ ବର୍ଷାଙ୍କ ଯୋଡି ଅରିନ୍ଦମ ବା ସିଦ୍ଧାନ୍ତଙ୍କ ମଧ୍ୟରୁ କାହା ସହ ଭଲ ଲାଗିବ କମେଣ୍ଟରେ ଜଣାନ୍ତୁ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ