ଏବେ ସରକାର ସମାଜରେ ନାରୀମାନଙ୍କର ସମ୍ମାନର ସହ ବଞ୍ଚିବା ପାଇଁ ଅନେକ ପ୍ରକାରର ଲଢେଇ ଚଲାଇଛନ୍ତି କିନ୍ତୁ ଏଭଳି ବି ଜାଗା ରହିଛି, ଯେଉଁ ସ୍ଥାନରେ ବର୍ଷେ ପର୍ଯ୍ୟନ୍ତ ଭଡାରେ ମିଳନ୍ତି ସ୍ତ୍ରୀ । ଏ ପଟେ ସରକାର ମହିଳା ଏବଂ ପୁରୁଷଙ୍କୁ ସମାନ ମାନ୍ୟତା ଦେଉଥିବା ବେଳେ ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ମହିଳା ମାନଙ୍କୁ ଗାଈ ଗୋରୁ ପରି ମୂଲ ଲଗାଯାଉଛି । ସେମାନଙ୍କ କାରବାର ଷ୍ଟାମ୍ପ ପେପରରେ ହେଉଛି । ଆଜି ମଧ୍ୟ ଏହି ଅଞ୍ଚଳରେ ରେ ବୋହୂ ଏବଂ ପତ୍ନୀଙ୍କ ବ୍ୟବସାୟ ଭଡ଼ା ଆକାରରେ ହେଉଛି ।
ତେବେ ଏଥିପାଇଁ ଅନେକ ଦୂରରୁ ଲୋକମାନେ ଆସି ନିଜ ନିଜର ସ୍ଥିତି ଅନୁଯାଇ ବର୍ଷକ ପାଇଁ କିଣି ନେଇଥାନ୍ତି ଏବଂ ସମୟ ସରିଗଲେ ଫେରାଇଦିଅନ୍ତି । ଭଡାରେ ଦେବା ପାଇଁ ଷ୍ଟାମ୍ପରେ ଚୁକ୍ତି ହେବା ପରେ ମହିଳାଙ୍କୁ ଦିଆଯାଏ । ଏହାପରେ ଷ୍ଟାମ୍ପ ପେପରରେ ଲେଖାପଢି ହେବା ପୂର୍ବରୁ ମୂଲଚାଲ ମଧ୍ୟ ହୋଇଥାଏ । ଏହା ପରେ କେତେ ଦିନ ପାଇଁ ରଖାଯିବ ତାହା ସ୍ଥିର କରାଯାଇଥାଏ । ସମୟ ସରିବା ପରେ ମହିଳା ନିରାପଦରେ ଫେରିବା ଉଚିତ ବୋଲି ନିର୍ଦ୍ଦେଶ ସହିତ ଟଙ୍କା ନେଇ ମହିଳାଙ୍କୁ ହସ୍ତାନ୍ତର କରାଯାଏ । ନିର୍ଦ୍ଦେଶ ର ବିରୁଦ୍ଧ ଗଲେ ଜୋରିମାନା ଲାଗୁ ହୋଇଥାଏ ।
କିଏ କିଏ ପତ୍ନୀର ଅଭାବ କୁ ପୂରଣ କରିବା ପାଇଁ ଆସେ ଏବଂ ଆଉ କେଉଁମାନେ ମା’ର ସେବା ପାଇବା ପାଇଁ ଦୂରଦୂରାନ୍ତରୁ ଶିବପୁରୀକୁ ଆସିଥାନ୍ତି । ସେଠାରେ ପ୍ରଚଳିତ ଧଡିଚା ରୀତି ଅନୁଯାୟୀ ଏକ ବର୍ଷ ପାଇଁ ସ୍ତ୍ରୀ ଭଡାରେ ନିଅନ୍ତି । ଆଗରୁ ଏହି ଜିଲ୍ଲାରେ ଖୋ-ଲା-ଖୋଲି ଭାବେ ମହିଳା ବିକ୍ରୟ ପାଇଁ ବଜାର ଖୋଲୁଥିଲା । ବର୍ତ୍ତମାନ ପ୍ରଶାସନର ଭୟରେ ଲୁଚି କରି ଦଲାଲମାନଙ୍କ ସହାୟତାରେ ଏହି ବ୍ୟବସାୟ ଜାରି ରହିଛି । ଏହି ବ୍ୟବସାୟ ମହିଳାଙ୍କ ବୟସ ଓ ସୌନ୍ଦର୍ଯ୍ୟ ଉପରେ ନିର୍ଭର କରିଥାଏ ।
ଏହି ପ୍ରଥାନୁଯାଇ ବିଶେଷ କରି କୁମାରୀ ଝିଅ, କାହାର ପତ୍ନୀ କିମ୍ବା ବିଧବା ମହିଳାଙ୍କୁ ବ୍ୟବସାୟରେ ଲଗାଯାଏ । ଉକ୍ତ ଚୁକ୍ତିସ୍ଵାକ୍ଷର ଶେଷ ହେବା ପରେ ମହିଳାଙ୍କୁ କିଣିଥିବା ଲୋକ ସହିତ ବାହାଘର କରି ଦିଆଯାଇଥାଏ । ତେବେ ଯଦିଓ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଏକ ବର୍ଷ ପାଇଁ ନିଅନ୍ତି, କିନ୍ତୁ ପରେ ମହିଳାଙ୍କୁ ବର୍ଷେ ପରେ ମଧ୍ୟ ନିଜ ପାଖରେ ରଖିବାକୁ ଚାହାଁନ୍ତି, ତେବେ ତାଙ୍କୁ ଷ୍ଟାମ୍ପ ପେପର ମାଧ୍ୟମରେ ମହିଳାଙ୍କ ପରିବାର ସହିତ ଚୁକ୍ତିନାମା ପଠାଇବାକୁ ପଡିବ ।
ତେବେ ଏଠାକାର ବରିଷ୍ଠ ସାମ୍ବାଦିକ ବିପିନ୍ ଶୁକ୍ଲା ଙ୍କ ମତାନୁଯାଇ , ‘ଏହି ଅଭ୍ୟାସକୁ ଶେଷ କରିବା ପାଇଁ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି କଡା ପଦକ୍ଷେପ ନେଇନାହାଁନ୍ତି । ଏହି ଦିଗରେ ଏନଜିଓଗୁଡ଼ିକ ଅଳ୍ପକିଛି କାମ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ଏହି ପ୍ରଥାକୁ ବନ୍ଦ କରିପାରି ନାହାନ୍ତି । ଲୁଚାଛପା ଭାବରେ ଏହି ପ୍ରଥା ମାଧ୍ୟମରେ ମହିଳାଙ୍କର କିଣା ବିକା ଜାରି ରହିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ