E-Shram Card ଧାରୀଙ୍କ ପାଇଁ ବଡ ଖୁସି ଖବର, ସରକାର ଏମାନଙ୍କୁ ୧୦୦୦ ଟଙ୍କା ଦେଉଛନ୍ତି, ଆପଣଙ୍କ ନାମ ଅଛି କି ନାହିଁ, କିପରି ଚେକ କରିବେ ଜାଣନ୍ତୁ

ଇ-ଶ୍ରମ ପୋର୍ଟାଲ ଯେଉଁଥିରେ ଆପଣ ରେଜିଷ୍ଟ୍ରେସନ କରି ଆପଣ ଅନେକ ଫାଇଦା ପାଇ ପାରିବେ ।  ଏହି ପୋର୍ଟାଲରେ ସବୁ ବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରି ପାରିବେ । ଏଥିରେ କେବଳ ବ୍ୟକ୍ତିଙ୍କର ଆଧାର ନମ୍ବର ଓ ବ୍ୟାଙ୍କ ଡିଟେଲସ ଆବଶ୍ୟକ ହୋଇଥାଏ । ସରକାରଙ୍କ ଦ୍ଵାରା ଲଞ୍ଚ ହୋଇଥିବା ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରି ଫାଇଦା ଉଠାଇ ହେବ ।

ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଦ୍ଵାରା ୨୬ ଅଗଷ୍ଟ ୨୦୨୨ ରେ ଶ୍ରମିକଙ୍କ ଡାଟା ବେସ ତିଆରି କରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା । ଏପର୍ଯ୍ୟନ୍ତ ଏଥିରେ ୨୦ କୋଟିରୁ ଉର୍ଦ୍ଧ ଲୋକ ଯୋଡି ହୋଇ ସାରିଲେଣି । ଭାରତ ର ଅନେକ ରାଜ୍ୟରୁ ଏହି ପୋର୍ଟାଲ ମାଧ୍ୟମରେ ଲୋକମାନେ ରେଜିଷ୍ଟ୍ରେସନ କରୁଛନ୍ତି ।

ବର୍ତ୍ତମାନ ସରକାର ଇ-ଶ୍ରମ କାର୍ଡ ଧାରୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସରକାର ଇ-ଶ୍ରମ କାର୍ଡ ଧାରୀଙ୍କ ପାଇଁ ଏକ ନୂଆ ତାଲିକା ପ୍ରକାଶ କରିଛନ୍ତି ଯେଉଁଥିରେ କି ହିତାଧିକାରୀଙ୍କ ନାମ ପ୍ରକାଶ କରାଯାଇଥାଏ ଏବଂ ସରକାର ସେମାନଙ୍କୁ ୧୦୦୦ ଟଙ୍କା କିସ୍ତି ଆକାରରେ ଟ୍ରାନ୍ସଫର କରନ୍ତି । ଆପଣ ବି ନିଜର ନାମକୁ ନୂଆ ତାଲିକାରେ ଯାଞ୍ଚ କରନ୍ତୁ ।

ପୂର୍ବରୁ କାର୍ଡ ଧାରୀ ମାନଙ୍କୁ ମାସକୁ ୫୦୦ ଟଙ୍କା ମିଳୁଥିଲା ଏବେ ତ ୧୦୦୦ ଟଙ୍କା ମିଳୁଛି । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସରକାର ଏହି ଯୋଜନାକୁ ଆରମ୍ଭ କରିଥିଲେ ଯେଉଁଥିରେ ସେମାନଙ୍କୁ ମାସକୁ ୫୦୦ଟଙ୍କା ଓ ଅତି ବେଶୀରେ ୧୦୦୦ ଟଙ୍କା ଦେବା ପାଇଁ ନିସ୍ପତି କରାଯାଇଥିଲା । ଯଦି ଆପଣଙ୍କ ନାମ ଏହି ଲିଷ୍ଟରେ ଅଛି ତେବେ ଆପଣ ବି ଏହି ଯୋଜନାର ଲାଭ ନିହାତି ପାଇ ପାରିବେ ।

ତାଲିକାରେ ନାମ କୁ କିପରି ଯାଞ୍ଚ କରିବେ ଏବେ ଜାଣନ୍ତୁ –

ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରିବାକୁ ସର୍ବପ୍ରଥମେ ଆପଣ ଅଫିସିଆଲ ୱେବସାଇଟ https://upssb.in/ କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଶ୍ରମିକ କାର୍ଡରେ କ୍ଲିକ କରିବା ପାଇଁ ପଡିବ । ବର୍ତ୍ତମାନ ଆପଣ ଏକ ନୂଆ ପେଜରେ ପହଞ୍ଚିଯିବେ । ଯେଉଁଠାରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବରକୁ ଏଣ୍ଟର କରିବା ପାଇଁ ପଡିବ ।

ବର୍ତ୍ତମାନ ଆପଣଙ୍କୁ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର ଏନତର କରିବାକୁ ପଡିବ । ପଞ୍ଜୀକୃତ ମୋବାଇଲ ନମ୍ବର ଏଣ୍ଟର କରିବା ପରେ ଏକ ଓଟିପି ଯିବ।  ଓଟିପି କୁ ସବମିଟ କରିବା ପରେ ତାଲିକା ଆପଣଙ୍କ ସାମ୍ନାକୁ ଆସିଯିବ ।

ତେବେ ଏହି କାର୍ଡ ପାଇଁ କେଉଁ ମାନେ ଆବେଦନ କରି ପାରିବେ ଜାଣନ୍ତୁ –

ଇ-ଶ୍ରମ କାର୍ଡ ପାଇଁ ଆବେଦନ କରୁଥିବା ନାଗରିକଙ୍କ ବୟସ ୧୬-୫୯ ବର୍ଷ ଭୀତରେ ହେବା ଉଚିତ । ସେହି ବ୍ୟକତି ଅଂସଗଠିତ କ୍ଷେତ୍ର ବର୍ଗରେ ଆସିବା ଉଚିତ । ଏହା ବ୍ୟତିତ ଅନ୍ୟ କୌଣସି ସରକାରୀ ଯୋଜନା ସହିତ ଜଡିତ ନହୋଇଥିବା ଦରକାର । ଏହା ବ୍ୟତିତ EPFO କିମ୍ବା NPFO ର ସଦସ୍ୟ ନହୋଇଥିବା ଜରୁରୀ ଅଟେ । ଯଦି ଆପଣ ଏହି ସବୁ ନିୟମ ଭିତରେ ଆଚାହନ୍ତି ନିଶ୍ଚୟ ଏହି ସୁବିଧାର ଲାଭ ଉଠାନ୍ତୁ ।

Leave a Comment