ବନ୍ଧୁମାନେ ନବରାତ୍ରିରେ ମା ଦୂର୍ଗାଙ୍କର ଅଲଗା ଅଲଗା ରୂପକୁ ୯ ଦିନ ପର୍ଯ୍ୟନ୍ତ ପୂଜା କରାଯାଇଥାଏ । ଏହି ଭଳି ମାନ୍ୟତା ରହିଛି କି ଯଦି ମା ଦୂର୍ଗାଙ୍କୁ ସବୁ ବିଦ୍ଧି ଅନୁଯାଇ ପୂଜା ଅର୍ଚ୍ଚନା କରାଯାଏ ତେବେ ମା ଭକ୍ତ ଉପରେ ଖୁସି ଭକ୍ତର ସବୁ ଇଚ୍ଛାକୁ ପୂରଣ କରିଥାନ୍ତି ଓ ଏହା ସହିତ ମା ଜୀବନର ସବୁ ଦୁଃଖ କଷ୍ଟକୁ ଦୂର କରି ଦେଇଥାନ୍ତି । ଏହି ବର୍ଷ ଶାରଦୀୟ ନବରାତ୍ରି ୧୫ ଅକ୍ଟୋବର ରୁ ଆରମ୍ଭ ହୋଇ ୨୩ ଅକ୍ଟୋବର ରେ ନବମୀ ପାଳନ ହେବ ଓ ୨୪ ଅକ୍ଟୋବରରେ ବିଜୟା ଦଶମୀ ପାଳନ ହେବ ।
ମାଙ୍କ ଭକ୍ତ ମାନେ ଏହି ଦିନକୁ ଚାତକ ପରି ଚାହିଁ ରହିଥାନ୍ତି । ନବରାତ୍ରିର ଏହି ୯ ଦିନରେ ଭକ୍ତ ମାନେ ନିଜର ପୂଜା ଅର୍ଚ୍ଚନା ଦ୍ଵାରା ମାଙ୍କୁ ପ୍ରସନ୍ନ କରି ମାଙ୍କ ଠାରୁ ଆର୍ଶୀବାଦ ଲାଭ କରି ଥାନ୍ତି । ନବ ରାତ୍ରି ବର୍ଷକୁ ୪ ଥର ଆସିଥାଏ ଯଥା ପୌଷ, ଚୈତ୍ର, ଆଷାଢ ଏବଂ ଆଶ୍ଵିନ ମାସର ପ୍ରତି ପଦରୁ ଆରମ୍ଭ ହୋଇ ଏହା ନବମୀ ଯାଏ ପାଳନ କରାଯାଇଥାଏ ।
ନବରାତ୍ରି ଏହି ୩ ଦେବୀଙ୍କୁ ଯଥା ମା ଲକ୍ଷ୍ମୀ, ମା ସରସ୍ଵତୀ, ମା ଦୂର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଏ, ଯାହାଙ୍କୁ ନବ ଦୂର୍ଗା କୁହାଯାଏ । ମା ଦୂର୍ଗା ଭଗବାନ ଶିବଙ୍କୁ ସ୍ଵାମୀଙ୍କ ରୂପରେ ପାଇବା ପାଇଁ ଯେଉଁଭଳି ଭାବେ କଠିନ ତପସ୍ଵା କରିଥିଲେ ଠିକ ସେହି ଯେଉଁ ମହିଳା ମାନେ ୩ ଦିନରେ ମା ଦୂର୍ଗାଙ୍କୁ ପୂଜା କରିଥାନ୍ତି ମା ସେମାଙ୍କୁ ବିଶେଷ ବରଦାନ ପ୍ରଦାନ କରିଥାନ୍ତି ।
ଶାସ୍ତ୍ର ଅନୁସାରେ ଯଦି ନବ ରାତ୍ରି ରବିବାର କିମ୍ବା ସୋମବାର ରେ ଆରମ୍ଭ ତେବେ ମା ଦୂର୍ଗା ହାତୀ ଉପରେ ବସି ଆସିଥାନ୍ତି । ନବ ରାତ୍ରି ଯଦି ଶନିବାର କିମ୍ବା ମଙ୍ଗଳ ବାରରେ ଆରମ୍ଭ ତେବେ ମା ଦୂର୍ଗା ଘୋଡା ରେ ବସି ଆସିଥାନ୍ତି । ତେବେ ଏହି ବର୍ଷ ମା ଦୂର୍ଗା ଗଜ ବା ହାତୀ ଉପରେ ବସି ଆସୁଛନ୍ତି । ଏହା ବହୁତ ପ୍ରଭାବଶାଳୀ ହୋଇଥାଏ । ମାଙ୍କ ପୂଜା ଅର୍ଚ୍ଚନା କରିବା ସହିତ ଦଶହରା ପୂର୍ବରୁ ଘରକୁ ଏହି ୫ଟି ଜିନିଷ ଆଣନ୍ତୁ ମା ଆପଣଙ୍କ ଉପରେ ପ୍ରସନ୍ନ ହେବେ ।
ରୂପା କଏନ – ଯଦି ଆପଣ ନିଜର ଦାରିଦ୍ରକୁ ସମାପ୍ତ କରିବା କୁ ଚାହୁଁଛନ୍ତି ତେବେ ନବରାତ୍ର ଶେଷ ହେବା ପୂର୍ବରୁ ରୂପାର କଏନ ଘରକୁ ଆଣନ୍ତୁ । ଏହାକୁ ପୂଜା କରି ଘରର ଆଲମୀରା କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଖୁସି ହୋଇ ଟଙ୍କା ଆସିବାର ସବୁ ବାଟ ଖୋଲି ଦେଇଥାନ୍ତି ।
କଉଡି – ଯଦି ଆପଣ କୌଣସି କାମ କରିବାରେ ବାଧା ଆସୁଛି ତେବେ ନବ ରାତ୍ରି ଶେଷ ହେବା ପୂର୍ବରୁ ଗୋଟିଏ ହଳଦିଆ କିମ୍ବା ଧଳା କଉଡି ଘରକୁ ଆଣନ୍ତୁ ଏବଂ ମା ଦୂର୍ଗାଙ୍କୁ ପୂଜା କରିବା ସମୟରେ ଏହାକୁ ପୂଜା କରି ଏକ ଲାଲ ରଙ୍ଗର କପଡାରେ ରଖି ଠାକୁର ଘରେ ରଖନ୍ତୁ ।
ମା ଲକ୍ଷ୍ମୀ ପଦ୍ମ ଫୁଲରେ ବସିଥିବା ଫଟୋ – ଏହି ଫଟୋ ଘରକୁ ଆଣି ଏହାକୁ ସବୁ ଦିନ ପୂଜା କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ସାରା ବର୍ଷ ଟଙ୍କାର ଅଭାବ ରହି ନଥାଏ ।
ଦକ୍ଷିଣାବର୍ତ୍ତୀ ଶଙ୍ଖ – ନବରାତ୍ର ପୂର୍ବରୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣିବା କୁବେର ମହାରାଜ ଓ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବର୍ଷା ହୋଇଥାଏ । ଏହାକୁ ପୂଜା କରି ଠାକୁର ଘରେ ରଖି ପୂଜା କରନ୍ତୁ । ଏହା କେବେ ଖାଲି ରଖନ୍ତୁ ନାହିଁ ଏଥିରେ ହଳଦୀ ମିଶା ଚାଉଳ ରଖିବେ ।
ଶ୍ରୀ ଯନ୍ତ୍ର – ଏମିତି ରେ ଶ୍ରୀ ଯନ୍ତ୍ର ଅନେକ ପ୍ରକାରର ହୋଇଥାଏ । ଏହି ଆପଣ କୌଣସି ପ୍ରକାରର ଶ୍ରୀ ଯନ୍ତ୍ର ଘରକୁ ଆଣନ୍ତୁ ଓ ନିଜର ପୂଜା ଘରେ ଏହାକୁ ସ୍ଥାପନ କରନ୍ତୁ ଏହାକୁ ଲାଲ କପଡା ଉପରେ ସ୍ଥାପନା କରିବା ବହୁତ ଶୁଭ ହୋଇଥାଏ । ଏହି ବିଧି କରିବା ଦ୍ଵାରା ମା ଲକ୍ଷ୍ମୀ ଓ କୁବେର ଦେବଙ୍କ ଆର୍ଶୀବାଦ ମିଳିଥାଏ ।
ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ଆଣି ପବିତ୍ର ମନରେ ମାଙ୍କୁ ପୂଜା କରନ୍ତୁ ନିଶ୍ଚୟ ଘରେ ଧନ ର ଅଭାବ ରହିବ ନାହିଁ । ମା ଙ୍କୁ ଭକ୍ତି କରୁଥିଲେ କମେଣ୍ଟରେ ଜୟ ମା ଦୂର୍ଗା ଲେଖନ୍ତୁ ।