ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି ବିଶ୍ଵ ରେ ଅନେକ ବର୍ଗ ର ଲୋକ ମାନେ ବାସ କରନ୍ତି। ତାଙ୍କ ମଧ୍ୟ ରୁ କେହି କେହି ଧନୀ,କେହି ମଧ୍ୟମ ବର୍ଗର ତ ଆଉ କେହି ଗରିବ। ଏବଂ ଏମାନଙ୍କ ପରେ ଆସନ୍ତୁ ଏପରି ଲୋକ ଯିଏ କି ଭିକ୍ଷା ବୃତ୍ତି କରି ଜୀବନ ଅତିବାହିତ କରନ୍ତି। ପ୍ରାୟତଃ ଏମାନଙ୍କ ପାଖରେ କିଛି ବି ଜିନିଷ ନଥାଏ। ଦୁଇ ବେଳା ଭିକ ମାଗି ହିଁ ସେମାନେ ପେଟ ପୋଷନ୍ତି।ହେଲେ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି କିଛି ଭିକାରି ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏ କୌଣସି ଧନୀ ବ୍ୟକ୍ତି ଠାରୁ କମ୍ ନୁହନ୍ତି।ଏମାନଙ୍କ ଜୀବନ ଶୈଳୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଜାଣିବା ଦୁନିଆ ର ଶ୍ରେଷ୍ଠ ୧୦ ଜଣ ଭିକାରୀ ମାନଙ୍କ ବିଷୟରେ।
ପ୍ରଥମେ ଜାଣିବା ଆଇସା ନାମକ ଜଣେ ଭିକାରୀ ଙ୍କ ବିଷୟରେ ।ଯିଏ କି ସାଉଦି ଆରବର ଜଣେ ବୃଦ୍ଧା ଥିଲେ।ତାଙ୍କର ବୟସ ପାଖା ପାଖି ୧୦୧ ବର୍ଷ ଥିଲା।ସେ ଠିକ୍ ସେ ଦେଖିପାରୁନଥିଲେ।ତେବେ ଆଇଶା ଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ୩୦ ଲକ୍ଷ ସାଉଦି ରୀୟଲ ଥିବା ଜଣାପଡିଥିଲା।ଭାରତୀୟ ଟଙ୍କା ରେ ହିସାବ କଲେ ଏହା ପାଖା ପାଖି ୧୨ କୋଟି ଟଙ୍କା ହେବ।ଏହା ସହିତ ନିଜର ୪ ଟି ଘର ସହିତ ଅନେକ ସୁନା ଅଳଙ୍କାର ମାନ ମଧ୍ୟ ଥିଲା।
ଦ୍ଵିତୀୟ ରେ ଆମେ ଜାଣିବା ସମ୍ଭାଜୀ କାଲେ ଙ୍କ ବିଷୟରେ।ଏହି ବ୍ୟକ୍ତି ଏବଂ ତାଙ୍କର ପରିବାର ମୁମ୍ୱାଇ ରେ ଭିକ୍ଷା ବୃତ୍ତି କରନ୍ତି।ତାଙ୍କର ମୁମ୍ବାଇ ରେ ୩ ଟି ଘର ଥିବା ସହିତ ୭-୮ କୋଟି ଟଙ୍କା ନଗଦ ଥିବା ଜଣା ପଡିଛି ।
ତୃତୀୟ ରେ ଆମେ ଜାଣିବା ଭାରତ ଜୈନ ଙ୍କ ବିଷୟରେ।ଏ ମଧ୍ୟ ମୁମ୍ବାଇ ଠାରେ ଭିକ୍ୟବୃତ୍ତି କରନ୍ତି।ସେ ମାସକୁ ପ୍ରାୟ ୭୫୦୦୦ ଟଙ୍କା ଭିକ୍ଷା ବୃତ୍ତି କରି ପାଇଥାନ୍ତି।
ଚତୁର୍ଥ ରେ ଜାଣିବା ସାଇମନ ରାଇଟ୍ସ ଙ୍କ ବିଷୟରେ ।ଯିଏ କି ଲଣ୍ଡନ ର ବାସିନ୍ଦା।ସାଇମନ ମାସକୁ ଭିକ ମାଗି ପ୍ରାୟ ୫୦୦୦୦ ପାଉଣ୍ଡ ପାଇଥାନ୍ତି।ଯାହାକି ଭାରତୀୟ ମୁଦ୍ରା ରେ ୫୦ ଲକ୍ଷ ଟଙ୍କା ହେବ।
ପଞ୍ଚମ ରେ ଆମେ ଜାଣିବା ମସୁ ନାମକ ଭିକାରୀ ଙ୍କ ବିଷୟରେ ଯିଏକି ମୁମ୍ବାଇ ର ବାସିନ୍ଦା।ସେ ମାସ କୁ ଭିକ ମାଗି ପ୍ରାୟ ୩୦-୪୦ ହଜାର ଟଙ୍କା ରୋଜଗାର କରିଥାଏ।
ଷଷ୍ଠ ରେ ଅଛନ୍ତି ସର୍ଭାତିୟା ଦେବୀ।ଯିଏ କି ବିହାର ର ପାଟଣା ଠାରେ ଭିକ ମାଗି ଚଳନ୍ତି। ହେଲେ ତାଙ୍କ ଜୀବନ ମଧ୍ୟ ଧନୀ ମାନଙ୍କ ଠାରୁ କିଛି କମ୍ ନୁହେଁ ।
ସପ୍ତମ ରେ ଅଛନ୍ତି କୋରି।ଯିଏ କି ନ୍ୟୁ ୟର୍କ ସହରରେ ଭିକ ମାଗୁଥିଲେ।ହେଲେ ତା ପରେ ସେ ଖବର କାଗଜ ବିକ୍ରି କରି ଜୀବନ ଜାପାନ ଆରମ୍ଭ କଲେ।ଏବେ କୋରି ଦିନ କୁ ପ୍ରାୟ ୧୦୦ ଡଲାର ରୋଜଗାର କରୁଛନ୍ତି।
ନମ୍ବର ୮ ରେ ଅଛନ୍ତି କ୍ରିଷ୍ଣା କୁମାର।ଯିଏ କି ମୁମ୍ବାଇ ଠାରେ ଭିକ ମାଗି ଦିନ ରୁ ୧୫୦୦ ରୁ ୨୦୦୦ ଟଙ୍କା ରୋଜଗାର କରିଥାନ୍ତି।
ନମ୍ବର ୯ ରେ ଅଛନ୍ତି ଟେଡ ୱିଲିଅମ। ଇଏ ଆମେରିକା ର ବାସିନ୍ଦା।ସେ ଆଗରୁ ଭିକ ମାଗି ଜୀବନ ଅତିବାହିତ କରୁଥିଲେ ।ହେଲେ ୱିଲିଅମ ଙ୍କୁ ଗୀତ ଗାଇବାର ଖୁବ୍ ସଉକ ଥିଲା। ସିନେ ୱିଲିଅମଙ୍କ ଗୀତ ଜଣେ ସାମ୍ବାଦିକ ଶୁଣିବା ପରେ ତାଙ୍କୁ ଗୀତ ଗାଇବା ର ସୁଯୋଗ ଦେଇଥିଲେ।ଏବେ ୱିଲିଅମ ଗୀତ ଗାଇ ଖୁବ୍ ପଇସା ରୋଜଗାର କରନ୍ତି।
ନମ୍ବର ୧୦ ରେ ଅଛନ୍ତି ରୋଙ୍ଗ ଫେଂ।ଯିଏ କି ଚୀନ ର ବାସିନ୍ଦା।ଏବେ ତାଙ୍କର ନିଜର କାରବାର ଅଛି । ଏବଂ ସେଥିରୁ ସେ ଖୁବ୍ ଟଙ୍କା ରୋଜଗାର କରୁଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ