ସୀମା ସୁରକ୍ଷା ବହିନୀ (B.S.F)ରେ ଯୋଗଦେବାକୁ ଯାଉଛନ୍ତି ବରଗଡ଼ ଜିଲ୍ଲା ସ୍ଥିତ ଅତାବିରା ବ୍ଲକ୍ ଟାମ୍ପରସରା ପଞ୍ଚାୟତ ଗମ୍ଭାରୀପଲି ଗ୍ରାମର ଜଣେ ବୋହୂ । ସେ ହେଲେ ମେଧାବୀ ମହାକୁର (୨୧)।
ନିକଟରେ ହୋଇଥିବା ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ବଲାଙ୍ଗୀର ଜିଲ୍ଲା ମୁରିବାହଲ ବ୍ଲକ୍ ବାଗବାହଲି ଗ୍ରାମରେ ମେଧାବୀଙ୍କ ବାସସ୍ଥାନ ଅଟେ । ସେ ୨୦୧୭ରେ ଗମ୍ଭାରୀପାଲି ଗ୍ରାମର ମନୋରଞ୍ଜନ ପ୍ରଧାନ ଙ୍କୁ ବାହାହୋଇଥିଲେ । ତେବେ ତାଙ୍କ ସ୍ୱପ୍ନକୁ ସତର ରୂପ ଦେବା ପାଇଁ ସ୍ବାମୀ ମନୋରଂଜନ ସବୁପ୍ରକାର ସହାୟତା କରିଥିଲେ। ମେଧାବୀ ବିଏସ୍ଏଫ୍ ନିଯୁକ୍ତି ପାଇଁ ପରୀକ୍ଷା ଦେଇଥିଲେ। ତେବେ କରୋନା ରେ ହୋଇଥିବା ଲକଡାଉନ ଯୋଗୁଁ ବହୁତ ବିଳମ୍ବରେ ଏହାର ଫଳ ପ୍ରକାଶିତ ହୋଇଛି। ତେବେ ଏହି ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେ କାର୍ଯ୍ୟରେ ଯୋଗଦେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଏହା କେବଳ ସମ୍ଭବ ହୋଇଛି କେବଳ ତାଙ୍କ ଦୃଢ ଦେଶଭକ୍ତି ଭାବନା ଯୋଗୁଁ |
ସମାନ ପରି ଏକ ଘଟଣା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ୍ ବିଳାସପୁର ଗ୍ରାମର ମୀନାକ୍ଷୀ ନାୟକ ପ୍ରଥମ ମହିଳା ବିଏସ୍ଏଫ୍ ଯବାନ ଭାବରେ ଏହି ଅଞ୍ଚଳରେ ଯୋଗ୍ୟତା ପ୍ରାପ୍ତ କରିଥିଲେ । ତେବେ ଓଡ଼ିଶାରେ ଥିବା ୧୫ଟି ନକ୍ସଲପ୍ରବଣ ଜିଲ୍ଲାରୁ ୫ଟି ରିଜର୍ଭ କୋଟା ଥିବାବେଳେ ଏହି କୋଟାରେ ମୀନାକ୍ଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି |
ଏବେ ଜାଣନ୍ତୁ କିଏ ଘରୁ ପାଦ କାଢ଼ିଲା ପରେ ମିଳିଲା ଛୁରାଘାତ
ଏହା ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆହୁରି କେତେ ଝିଅ ଘରୁ ପଦାକୁ ବାହାରିଲେ ତାଙ୍କୁ ହେଉଛି ଛୁରାମାଡ଼ | ଯେପରିକି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ବଣପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କକା ଧନୁ ନାଇକଙ୍କ ଛୁରା ମାଡ଼ରେ ଝିଆରୀ ସନ୍ତୋଷୀ ଗୁରୁତର ହୋଇଛନ୍ତି। ତେବେ ଆହତ ସନ୍ତୋଷୀଙ୍କ ବେକ ଏବଂ ପେଟରେ ଗଭୀର ଆଘାତ ହୋଇ ଥିବାରୁ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦିଆଯାଇଛି।
ସୂଚନାନୁଯାଇ , ସନ୍ତୋଷୀ ରଙ୍କନିଧି ନାଇକଙ୍କ ଝିଅ ଅଟନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ସନ୍ତୋଷୀ ତାଙ୍କ ସାନଭଉଣୀ ସହ ମାଟି ଆଣିବା ପାଇଁ ବିଲକୁ ଯାଇଥିଲେ। ତେବେ ଘଟଣାସ୍ଥଳରେ ଦୁଇଭଉଣୀ ବିଲରେ ଥିବା ସମୟରେ କକା ଧନୁ ସେଠାରେ ପହଞ୍ଚିଥିଲେ। ତେବେ ପୂର୍ବରୁ ସନ୍ତୋଷୀଙ୍କୁ ଘରୁ ନ ବାହାରିବାକୁ ଆକଟ କରିଥିବାବେଳେ ଧନୁ ତାଙ୍କୁ ପୁଣି ଦେଖି ରାଗିଯାଇଥିଲେ ଏବଂ ପହଞ୍ଚି ଗାଳିଗୁଲଜ ମଧ୍ୟ କରିଥିଲେ। ସନ୍ତୋଷୀଙ୍କ ବେକକୁ ଛୁରୀରେ କାଟିବା ପରେ ପେଟରେ ଭୁସି ଦେଇଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ