Breaking News

ଦୁଇ ଭଉଣୀ କେମିତି ହୋଇଗଲେ ମା ତାରା ତାରିଣୀ ଆସନ୍ତୁ ଜାଣିବା ମା’ଙ୍କ ରହସ୍ୟ ସମ୍ପର୍କରେ….

ବନ୍ଧୁଗଣ ଭାରତ ଏକ ପୂର୍ଣ୍ଣଭୂମି ଖାସ୍ ଏହାର ଦେବୀ ଦେବତାଙ୍କୁ ନେଇ । ସୃଷ୍ଟି ଆରମ୍ଭରୁ ପ୍ରତେକ ସ୍ଥାନର ନିଜସ୍ୱ ଶୋତ୍ରନ୍ତା ଅଛି । ଯାହା ଅଜଣା କେବଳ ଇତିହସର ରୂପାନ୍ତର ଶକ୍ତି ପୀଠ ଯାହା ଏକ ରହସ୍ୟ ପୂର୍ଣ୍ଣ ଗାଥା । ପ୍ରାୟତ ଜନ ମାନସରେ ଅଗଚୋର୍ ହୋଇ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସଙ୍ଗ୍ରଚନା ପାଇଁ ଭଗବାନ ବ୍ରହ୍ମା , ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିର ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମାଆ ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିର୍ଦ୍ଦେଶରେ ମା ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମାତ ଶକ୍ତି ମାନବ ରୂପରେ ଜନ୍ମ ନେଲେ ।

ଏହା ପଛରେ ବ୍ରହ୍ମାଙ୍କ ଉଦ୍ଦେଶ୍ୟ ଥିଲା ରେ ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଙ୍ଗ୍ରଚଣା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମ କରଣ କରାଇଥିଲେ ସତୀ । ମାତ୍ର କୌଣସି ପ୍ରକାରରେ ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇ ଗଲେ । ଏହା ଜାଣି ପରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଞ୍ଚିଗଲା । ଶିବଙ୍କୁ ସବୀ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଯୋଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସୋୟେଙ୍ଗ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚି ଯାହା ଦେଖିଲେ ଆଖିକୁ ବିଶ୍ଵାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗୌର ନକରି ଝିଅ ଜୋଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ ।

ସେହି କ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରିନପରି ଶକ୍ତି ଅଗ୍ନି କୁଣ୍ଡରେ ଆତ୍ମ ଦାହ କଲେ । ତ୍ରିକାଳଦ୍ରଶି ଶିବ ଏହି ଖବର ଜାଣି ସେଠାରେ ପହଞ୍ଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମାର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହେଲା ସବୁଆଡେ ଚାଲିଲା ଧୋଂଶ ଲୀଳା । ଦେବା ଦେବୀ ମାନେ ଏହାର ସମାଧାନ ବା ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ କରିବାକୁ ବ୍ରହ୍ମା ଓ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧୋନ୍ସ ଲୀଳା ବନ୍ଦ କରି ବ୍ରହ୍ମାଣ୍ଡ କୁ ଶାନ୍ତି ସ୍ଥାପନ ପାଇଁ ବ୍ରହ୍ମା ବିଷ୍ଣୁଙ୍କୁ ଅନୁରୋଧ କଲେ । ବିଷ୍ଣୁ ଅନୁଭବ କଲେ ଯେ ପ୍ରଜ୍ୟନ୍ତା ଶିବଙ୍କ ହସ୍ତରୁ ସତୀଙ୍କ ମାର ଶରୀର ଅଲଗା ହୋଇ ନାହିଁ ସେ ପ୍ରଯ୍ୟନ୍ତ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧୋନ୍ସବି ମୁଖିରୁ ବାର୍ତ୍ତିବ ନାହିଁ ।

ତେଣୁ ବ୍ରହ୍ମାଣ୍ଡ ରକ୍ଷ୍ୟା ପାଇଁ ସଙ୍ଗେ ସଙ୍ଗେ ଶିବ ଧରିଥିବା ସତୀଙ୍କ ମାର ଶରୀର କୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ୍ତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଦେଲା । ମାତା ସତୀଙ୍କର ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପ ମହାଦେଶର ଅନେକ ସ୍ଥାନରେ ବିଂଛି ହୋଇ ପଡ଼ିଲା । ଦୁଃଖରେ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଶବ ଖୋଜିବା ଆରମ୍ଭ କଲେ ଏଥିରେ ସହାୟତା କରେ ଭଗବାନ ଭୈଇରବ । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହିତ ସମସ୍ତ ଖଣ୍ଡକୁ ଖୋଜି ପୂଜା ଅର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈଇରବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମା ।

ସେହି ଦୃଲଭ ସ୍ଥାନ ଗୁଡିକୁ ବ୍ରହ୍ମା , ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ 4 ଟି ଆଦି ଶକ୍ତି ପୀଠ , 18 ଟି ମହାଶକ୍ତି ପୀଠ ଓ 51 ଟି ଶକ୍ତି ପୀଠ ରହିଛି । ତେବେ ମା ସତୀଙ୍କର ଯେଉଁ ଅଂଶ ଗୁଡ଼ିକ ପ୍ରଥମ 4 ଟି ସ୍ଥାନରେ ପଡିଲା ସେ ଗୁଡ଼ିକ ଆଦି ପୀଠ ନାମରେ ପରିଚିତ ବୋଲି କୁହାଯାଏ । ସେହି ଆଦି ପୀଠ ହେଲା ପୁରୀ ମନ୍ଦିର ରେ ପୂଜିତ ମା ବିମଳା ପଦ ଖଣ୍ଡ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ନିକଟସ୍ତ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ ଉପରେ ବିରାଜିତ ମା ତାରା ତାରିଣୀ ସ୍ତନ୍ ଖଣ୍ଡ । ଆସାମର ଗୋହଟି ସ୍ଥିତ କାମାକ୍ଷା ଦେବୀ ଯୋନି ଖଣ୍ଡ । ଏବଂ କଲିକତାର ଦକ୍ଷିଣକାଳୀ ମୁଖ ଖଣ୍ଡ । ତେବେ ଓଡିଶାରେ ଉପରୋକ୍ତ ଦୁଇଟି ଆଦି ଶକ୍ତି ପୀଠ ରହିଥିବା ବେଳେ ଗୋଟିଏ ମହା ଶକ୍ତି ପୀଠ ମା ବିରଜା ରହିଛନ୍ତି ।

ତେବେ ଏହି ଆଦି ଶକ୍ତି ପୀଠ ମଧ୍ୟରେ ଗଞ୍ଜାମ ର ତାର ତାରିଣୀ ପୀଠ ଅନ୍ୟତମ । ମନ୍ଦିରର ଗର୍ଭ ଗୃହରେ 4 ଜଣ ଦେବୀ ପୂଜା ପାଉଛନ୍ତି । ତାଙ୍କ ମୁଖ ମଣ୍ଡଳରେ ସୁନା ଅଳଙ୍କାର ଓ ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲ ମାଲ୍ ଶୋଭା ପାଉଛି । ମା ତାର ଓ ତାରିଣୀ ଏହି ଦୁଇ ଭଉଣୀଙ୍କ ମାହାତ୍ମ୍ୟ ସାରା ଦେଶରେ ଜଣା ଶୁଣା । ମା ତାର ଓ ତାରିଣୀ ଲୋକଙ୍କ ସୁରକ୍ଷା ପାଇଁ ଆବ୍ରିଭାବ ବୋଲି କୁହାଯାଏ । ତେବେ ଏହି ଶକ୍ତି ପୀଠର ସୁରକ୍ଷା ପାଇଁ ଏକ ମାନରୋମ ମନ୍ଦିର କେଉଁ କାଳରୁ ପ୍ରତିଷ୍ଠା ହୋଇଛି । ମୁଖ୍ୟ ମନ୍ଦିର ମଧ୍ୟରେ ଥିବା ଦୁଇଟି ମୁହଁ ଅବିକଳ ଦେବୀଙ୍କ ଭଳି ଦେଖା ଜାଆନ୍ତି ।

ସନ୍ଧ୍ୟାରେ ମାଙ୍କର ଆଳତି ହୁଏ ପରେ ଫଳ ଫୁଲ ଅର୍ପଣ କରାଯାଏ ଦେବୀ ମାତାଙ୍କର ମାର୍ଜନା ହୁଏ । ଏହି ସମୟରେ ନିୟମ ଅନୁସାରେ ଭକ୍ତ ମାନେ ଉକ୍ତ ଦୃଲଭ ଦୃଶ୍ୟ କୁ ଦେଖିବା କିମ୍ବା ଉଠେଇବା ନିଷେଧ ରହିଛି । ଏହି ମହାନ ଶକ୍ତି ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶକ୍ତି ପୀଠର ଚତୃପଶ୍ୟ ସମେତ ସିଂହ ଦ୍ବାର , ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦେବୀ ଦର୍ଶନ ସର୍ବ ସାଧାରଣ ଟଏଲେଟ୍ ଓ ପାନୀୟ ଜଳ ଏବଂ ଶକ୍ତି ପୀଠ କୁ ଗମାନ ଗମନ ବ୍ୟବସ୍ତା ର ନବୀକରଣ କରାଯାଇଛି । ସେହି ପରି ମନ୍ଦିର ପରିସରେ ପ୍ରସାଦ ସେବନ ଗୃହ , ପ୍ରତିଖ୍ୟାଳୟ ଓ ସାଧାରଣ ଭୋଜନାଳୟ । ମନ୍ଦିର ଭିତରକୁ ସୁବିଧା…

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.