Breaking News

ଦିନ ରେ ରଙ୍ଗ ମିସ୍ତ୍ରୀ କାମ ,ରାତିରେ ସେହି ଘରୁ ଚୋରି || ପୁରା ଖବର ଜାଣିଲେ ଆଶ୍ଚର୍ଯ ହେବେ

ଭୁବନେଶ୍ୱର- ଦର୍ଷକବନ୍ଧୁ କଣ ଆପଣ ମାନେ ବି ନିଜ ଘରେ ରଙ୍ଗ କାମ କରିବାକୁ ମନସ୍ଥ କରିଛନ୍ତି କି? ତେବେ ସତର୍କ ହେଇଯାନ୍ତୁ।ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ଦେବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ।ରାଜଧାନୀ ଭୁବନେଶ୍ବର ରେ ଏବେ ଅପରାଧ ବଢ଼ିବାରେ ଲାଗିଛି। ହ- ତ୍ୟା ଠାରୁ ଆରମ୍ଭ କରି ଚୋରି ପର୍ଯ୍ୟନ୍ତ ସବୁ ଦିନ କୁ ଦିନ କାୟା ବିସ୍ତାର କରୁଛି।ଏହି ପରି ଏକ ଘଟଣା ସାମ୍ନାକୁ ଆସୁଛି ରାଜଧାନୀ ଠାରେ।ଯୋଉଠି ଜଣେ ରଙ୍ଗ ମିସ୍ତ୍ରୀ ଦିନ ରେ ରଙ୍ଗ କରିବା ବାହାନା ରେ ଘର ଗୁଡ଼ିକୁ ଭଲସେ ପରଖି ପରେ ରାତି ରେ ସେହି ହିଁ ଘରୁ ଚୋରି କରେ।

କମଶନରେଟ୍ ପୋଲିସ ଏହି ରଙ୍ଗ ମିସ୍ତ୍ରୀ କୁ ଗିରଫ କରିଛି। ଏଵଂ ତା ପାଖରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଗାଡି ମାନ ଜବତ କରିଛି।ଗିରଫ କରିବା ପରେ ଜଣାପଡ଼ିଥିଲା ରଙ୍ଗ ମିସ୍ତ୍ରୀ ର ନାଁ ହେଉଛି ଦିଲୀପ। ନୟାଗଡ ର ନୂଆଗାଁ ରୁ ଆସି ରାଜଧାନୀର ଶିଶୁପାଳଗଡ ରେ ରହି ଏହି କାରନାମା ଚଲେଇଥିଲା ।ଗିରଫ ପରେ କମଶନରେଟ୍ ପୋଲିସ ତା ଠାରୁ ନଗଦ ୪୪୦୦୦ ଟଙ୍କl,୮ ତି ଚେନ୍,୭ ଟି କାନଫୁଲ,୪ ଟି ମୁଦି,୯ ଟି ଚୁଡ଼ି, ରୂପା ଅଳଂକାର ସହିତ ଚୋରି ଟଙ୍କା ରେ କିଣିଥିବା ୨ ଟି ବାଇକ,୧ ସ୍କୁଟି ଓ ଦାମୀକାର୍ ମଧ୍ୟ ଜବତ କରିଛି।

୨୦୨୦ ରେ ବରଗଡ଼ ଥାନା ଅଂଚଳରେ ଚୋରି ବେଳେ ସେ ଜଣେ ମହିଳା ଙ୍କୁ ଏକା ପାଇ ଦୂର୍ଷ୍କର୍ମ ଉଦ୍ୟମ କରିଥିବା ଥାନା ରେ ରେପୋର୍ଟ ମଧ୍ୟ ହୋଇଥିଲା। ତେବେ ରାତି ରେ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ପିସିଆର ଧରି ତାକୁ ଥାନା ରେ ଅଟକ ରଖିଥିଲା ଏବଂ ପରେ ସାମ୍ନାକୁ ଆସିଥିଲା ଏହି ଚୋରି ତଥ୍ୟ।ତାକୁ ମାତ୍ର ୨୩ ବର୍ଷ ବୟସରୁ ସେ ଏହି କାମ ରେ ଲିପ୍ତ ଅଛି।ପ୍ରଥମେ ଦିଲ୍ଲୀପ ଏସି ଫିଟିଙ୍ଗ କରି ଘର ଜିନିଷ ଚୋରାଉଥିଲା କିନ୍ତୁ ଧିରେ ଧିରେ ସୁନା ଅଳଙ୍କାର ଏଵଂ ଅନ୍ୟାନ୍ୟ ଦାମୀ ଜିନିଷ ଚୋରି କରିବା ଆରମ୍ଭ କରିଦେଲା।ବରଗଡ଼,ଧଉଳି, ଲକ୍ଷ୍ମିସାଗର,ମଞ୍ଚେଶ୍ୱର୍ ଆଦି ଥାନା ରେ ତା ନା ରେ ଅନେକ ମାମଲା ରହିଛି।

କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଚୋରି କରିବାର ୫ ବର୍ଷ ପରେ ଯାଏଁ ମଧ୍ୟ ପୋଲିସ ତାକୁ ଧରିବାରେ ସଫଳ ହେଇପାରୁନଥିଲା ।ଚୋରି ର ସମସ୍ତ ଜିନିଷ କୁ ସେ ରାଜ୍ୟ ବାହାରେ କିକ୍ରି କରିଦେଉଥିଲା। ତେବେ ୨୮ ବର୍ଷୀୟ ଦିଲ୍ଲୀପ କୁ ଲକ୍ଷ୍ମିସାଗର ଥାନା ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।ଏହା ସହିତ ଜିନିଷ କିଣିଥିବା ବ୍ୟକ୍ତି ଙ୍କୁ ଗିରଫ କରି ପଚରା ଉଚରା କରୁଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *