Breaking News

ଧଳା ରୂପୀ ସମସ୍ଯା ରୁ ପାଆନ୍ତୁ ମୁକ୍ତି,ଆପଣାନ୍ତୁ ଏହି ଉପାୟ କୁ. . .

ଆଜି ର ସମୟରେ ଏହା ବହୁତ ଲୋକଙ୍କର ଚିନ୍ତା ର କାରଣ । ଏହା ଶିତ ଦିନ ର ଏକ ବହୁତ ବଡ ସମସ୍ୟା ଅଟେ। କେତେ ଲୋକଙ୍କୁ ଏହା ଶିତ ଦିନ ରେ ହୋଇଥାଏ ତ ଆଉ କେତେ ଲୋକଙ୍କ ପାଖରେ ଏହା ସବୁବେଳେ ଦେଖାଦେଇଥାଏ।

ତେଲ ଡ୍ୟାନଡ୍ରଫ ର ମୂଳ କାରଣ ହୋଈଥାଏ । ବହୁତ ଲୋକ ଏହା ଭାବିଥାନ୍ନ୍ତି ଯେ କେଶ ରେ ବହୁତ ଅଧିକ ତେଲ ଲଗାଇବା ଦ୍ଵାରା ତାଙ୍କ କେଶ ମଜବୁତ ହୋଇଥାଏ ଶୀଘ୍ର କେଶ ବଢିଥାଏ ।


କିନ୍ତୁ ବନ୍ଧୁଗଣ ସପ୍ତାହ ରେ ୨ଥର ତେଲ ଲଗାଇବା କେଶରେ ନିହାତି ଆବଶ୍ୟକତା ହୋଇଥାଏ । କିନ୍ତୁ ସବୁବେଳେ ତେଲ ଲଗେଇକି ରଖିବା ଆମ କେଶ ପାଇଁ ଆଦୌ ବି ଉଚିତ ହୋଈନଥାଏ। ବହୁତ ଜଣ ଏହା ଭାବିଥାନ୍ନ୍ତି କି ତାଙ୍କ କେଶ ମୂଳ ର ପ୍ରୋବ୍ଲେମ ପାଇଁ ଏହି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି ।

ଆମେ ମୁଣ୍ଡ ରେ ଲଗାଉଥିବା ତେଲ ମୁଣ୍ଡରେ ଥିବା ବ୍ୟାକ୍ଟେରିଆ ପାଇଁ ଖାଦ୍ଯ ହୋଈଥାଏ |ତେଣୁ ଆମେ ସପ୍ତାହକୁ ୨ ଥର ଲଗାଏ ବା ଦରକାର ତ ଥୁ ବେସୀ ନୁହେଁ | ତେଣୁ ଡେଣ୍ଡରଫ ସମୟରେ ତେଲ ଲଗାଇବା ଦ୍ଵାରା କେଶରେ ଏହାର ପରିମାଣ ବଢିଯାଇଥାଏ ।


ଆଜି ଆମେ ନେଇ ଆସିଛୁ ଏହି ସମସ୍ଯା ରୁ ବଞ୍ଚିବା ପାଇଁ ଉପାୟ, ପ୍ରଥମେ ଆମେ କେଶ ପାଇଁ ପ୍ରସ୍ତୁତ କରିବା ନିମ୍ବ ପତ୍ର ତେଲ । ଏହା ପ୍ରସ୍ତୁତ ନିମନ୍ତେ କିଛି ସମୟ ଲାଗିଥାଏ କିନ୍ତୁ ଏହା ଆପଣ ବହୁ ମାସ ଧରି ଷ୍ଟୋର କରି ରଖିପାରିବେ ।

ପ୍ରଥମେ ନିମ୍ବ ପତ୍ର କୁ ଭଲ ଭାବରେ ଧୋଇ ଦିଅନ୍ତୁ । ତା ପରେ ତା ପତ୍ରକୁ ବାହାର କରି ଅଳ୍ପ ପାଣି ଦେଇ ତାକୁ ବାଟି ଦିଅନ୍ତୁ । ତା ପରେ ଏକ ପ୍ୟାନ ରେ ତାକୁ ଗରମ କରନ୍ତୁ ଏବଂ ସେଥିରେ ତିନି ଚାମଚ ନଡିଆ ତେଲ ନିଅନ୍ତୁ। ତେଲ ଗରମ ହେବ ପରେ ସେଥିରେ ବାଟି ରଖିଥିବା ନିମ୍ବ ପତ୍ର ଜୁସ କୁ ପକାଇଦିଅନ୍ତୁ ।

ଏହା ପରେ ତାକୁ ଥଣ୍ଡା କରନ୍ତୁ ଓ ପରେ ଛାଣି ତେଲ ବାହାର କରିଦିଅନ୍ତୁ । ଏହି ତେଲକୁ ପ୍ରଥମେ କେଶର ମୂଳ ରେ ମସାଜ କଲା ଭଳି ଲଗାନ୍ତୁ ଏବଂ ଏହା ପରେ ପୁରା କେଶରେ ଲଗାଇ ଦିଅନ୍ତୁ ।


ଏହାକୁ ପୁରା ରାତି ଲଗାଇକି ରଖି ସକାଳେ ସାମ୍ପୂ କରିଦିଅନ୍ତୁ । ଏହାର ପରିଣାମ ବହୁତ ଶୀଘ୍ର ମିଳିଯାଇଥାଏ । ଡେଣ୍ଡରଫ ଦୂର କରିବା ସହ ଏହା ଆପଣଙ୍କ କେଶ ବୃଦ୍ଧି କରିଥାଏ ଓ ଏହା ସହ କେଶର ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ଆପଣ ତେଲ ଲଗାଇବାକୁ ଚାହୁଁ ନାହାନ୍ତି ତେବେ ଆପଣ ହେୟାର ମାସ୍କ ମଧ୍ୟ ପ୍ରସ୍ତୁତ କରି ପାରିବେ ନିମ୍ବ ପତ୍ର ରେ । ଏହାକୁ ବନେଇବା ଅତି ସହଜ ହୋଇଥାଏ । ଏହାକୁ ପ୍ରସ୍ତୁତ ନିମତେ ୨ଟି ଜିନିଷ ର ଆବଶ୍ୟକତା ରହିଥାଏ । ଗୋଟେ ହେଉଛି ନିମ୍ବ ପତ୍ର କୁ ବାଟି ତା ଜୁସ ଓ ଆଉ ଗୋଟେ ଜିନିଷ ହେଉଛି ଦହି ।

ଗୋଟେ ଛୋଟ ଗିନା ରେ ନିମ୍ବ ପତ୍ର ବଟା କୁ ନିଅନ୍ତୁ ଓ ସେଥିରେ ୨ଚାମଚ ଦହି ମିଶାନ୍ତୁ । ଯେତିକି ପରିମାଣ ର ନିମ୍ବ ପତ୍ର ନେଇଥିବେ ସେଠିକି ପରିମାଣ ର ଦହି ନିଅନ୍ତୁ । ତା ପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ପ୍ରଥମେ ଏହାକୁ କେଶ ମୂଳ ରେ ଭଲ ଭାବରେ ଲଗାନ୍ତୁ ଓ ତା ପରେ ପୁରା କେଶ ରେ ଲଗାଇ ଦିଅନ୍ତୁ । ଏହାକୁ ୨-୩ ଘଣ୍ଟା ରଖି ତା ପରେ କେଶ ଧୋଇ ଦିଅନ୍ତୁ । ଏହାକୁ ପ୍ରଥମେ ଖାଲି ପାଣି ରେ ଧୁଅନ୍ତୁ । ଓ ତା ପରେ ସାମ୍ପୂ ସାହାଜ୍ଯ ରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହ ରେ ୨ଥର କରନ୍ତୁ । ଏହି ପ୍ରକାର କରିବା ଦ୍ଵାରା ଡେଣ୍ଡରଫ ବହୁତ ଶୀଘ୍ର ଦୂର ହୋଇଥାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *