ସାପ ମୁଁହ ରେ ଫେଭିକଲ୍ ଶୁଣି ଦର୍ଶକ ବନ୍ଧୁ ଆପଣଙ୍କର ମନ ରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ଯେ ସାପ ମୁଁହ ରେ ଫେବିକଲ୍ ଆସିଲା କିପରି ?।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ଅଧିକ କିଛି। ସମ୍ପୂର୍ଣ ଘଟଣା ଟି ହେଲା ଗତକାଲି ରାଜଧାନୀ ଭୁବନେଶ୍ଵର ସ୍ଥିତ ଓଲ୍ଡ ଟାଉନ୍ ଠାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ଯେ ସାପ ମୁଁହ ରେ ଫେବିକଲ।ସାପ ଟି ଅନେକ ସମୟ ଧରି ଗୋଟେ ଜାଗାରେ ପଡିରହିଥିବା ଦେଖି ସ୍ଥାନୀୟ ଲୋକ ମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।
ଖବର ପାଇ ସ୍ନେକ ହେଲ୍ପ ଲାଇନ ସାପ ଟିକୁ ଉଦ୍ଧାର କରି ହସ୍ପିଟାଲ୍ ନେବା ପରେ ଜଣାପଡ଼ିଥିଲା ସାପ ଟି ମୃତ ନଥିଲା ବରଂ କିଛି ଲୋକ କୌଣସି କାରଣରୁ ସାପ ଟି ମୁଁହ ରେ ଫେଭିକଲ ଲଗେଇଦେଇଥିଲେ ଯାହାଫଳରେ ତା ଶ୍ୱାସ ନଳୀ ଓ ଖାଦ୍ୟ ନଳୀ ରୁଦ୍ଧ ହୋଇ ଯାଇ ସେ ଜୀବନ ମରଣ ସହ ଲଢେଇ କରୁଥିଲା। ଅନ୍ୟ ଏକ ଗୁରୁ୍ତ୍ଵପୂର୍ଣ୍ଣ ଖବର ଯାହା ସାମ୍ନା କୁ ଆସୁଛି ଯେ ସାପ ଟି ଗର୍ଭବତୀ ଥିଲା ଏବଂ ତା ପେଟ ରେ ୭ ରୁ ଅଧିକ ଅଣ୍ଡା ଥିବା କଥା ମଧ୍ୟ ଡାକ୍ତର ସ୍ପଷ୍ଟ କରିଛନ୍ତି। କିନ୍ତୁ ଏଭଳି ଏକ ନିନ୍ଦନୀୟ କାମ କିଏ କରିଛି ତାହା ସାମ୍ନା କୁ ଆସିପାରିନି।
ତେବେ ଯାହା ଅନୁମାନ କରାଯାଉଛି ଅନେକ ଧାର୍ମିକ କାର୍ଯ୍ୟ ରେ ସାପ ମାନଙ୍କୁ ବ୍ଯବହାର କରାଯାଏ।ତେବେ ଏହି କିଛି ଦିନ ତଳେ ପଣା ସଂକ୍ରାନ୍ତି ଯାଇଥିବାରୁ ହୁଏ ତ କେହି ବ୍ୟକ୍ତି ସାପ ଥିକୁ ବ୍ଯବହାର କରି ଲୋକ ନ ଡରିବା ପାଇଁ ଏହି ପରି କାର୍ଯ୍ୟ କରିଥାଇପାରନ୍ତି।ତେବେ ସ୍ନେକ୍ ହେଲ୍ପ ଲାଇନ ଅଧିକାରୀ ଓ ଡାକ୍ତର ଙ୍କ ପ୍ରଚେଷ୍ଟା ଦ୍ଵାରା ସାପ ଟି ପାଟି ରୁ ଧିରେ ଧିରେ ଅଠା ସବୁ ବାହାର କରାଯାଇଥିଲା । ସୂଚନା ଅନୁଯାୟୀ ଏବେ ସାପ ଟି ସୁସ୍ଥ ଅଛି ଏବଂ ୩-୪ ଦିନ ସେଠାରେ ରହିବା ପରେ ତାକୁ ଛାଡିଦିଆଯିବ।
ବାସ୍ତବରେ ଅଭଳି ଏକ କାର୍ଯ୍ୟ ଅତି ନିନ୍ଦନୀୟ ଅଟେ। ଆଉ କିଛି ସମୟ ବିଳମ୍ବ ହୋଇଥିଲେ ସାପ ଟି ତା ଜୀବନ ହରେଇବସିଥାଆନ୍ତା। ଡ଼ାକ୍ତର ଙ୍କ ଉଦ୍ୟମ ରୁ ସାପ ଟି ନୂଆ ଜୀବନ ଫେରିପାଇଛି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ