Breaking News

ଦେଖନ୍ତୁ Viral ଭିଡିଓ – ମା ‘ ପାଖେ ବିବାହ କରି ବୋହୁ ଆଣିବା ପାଇଁ ଜିଦ କରୁଛି ୬ ବର୍ଷର ପୁଅ , ହସି ହସି ବେଦମ୍ ହେବେ

ଆଜିକାଲିର ଇଣ୍ଟରନେଟ୍ ଯୁଗରେ ଦିନ ପ୍ରତିଦିନ କିଛି ନୂଆ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ଭିତରୁ କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖି ଲୋକ ମାନେ ହସି ହସି ବେଦମ୍ ହୋଇଯାଆନ୍ତି। ନିକଟରେ ସେହିଭଳି ଏକ କୁନିପୁଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ନିଜ ମା କୁ ଯାହା କହୁଚି ଶୁଣିଲେ ଆପଣ ହସି ହସି ନାକେଦମ୍ ହୋଇଯିବେ। ଏହା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହେବେ ଛୋଟ ପିଲାଟିଏ ହୋଇ ବି ସେ କିଭଳି ବଡ଼ ମାନଙ୍କ ଭଳି କଥା କହୁଛି ।

ତେବେ ଭିଡିଓ ଟିରେ ମା ଜଣକ ପୁଅର କଥା ଶୁଣି ତା ବିବାହ ପାଇଁ ଏକ ଝିଅ ଦେଖିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଭାଇରାଲ ହେଉଥିବା ଭିଡିଓ ଟିରେ ଛୋଟ ପୁଅ ଟିଏ ,ଯାହାର ବୟସ ମାତ୍ର ୬ ବର୍ଷ ସେ ନିଜ ମା କୁ ତା ପାଇଁ ଏକ ବାହାଘର ଠିକ୍ କରିବା ପାଇଁ କହୁଛି। ପୁଅ ଟିର ନାମ ଆୟୁଷ୍ ବୋଲି ଜଣାପଡିଛି। ମାଆ ଜଣକ ଯେତେବେଳେ ପୁଅ ଆୟୁଷ୍ କୁ ପ୍ରଶ୍ନ କରିଛନ୍ତି ଯେ ,ସେ କଣ ପାଇଁ ଏବେ ବାହା ହେବାକୁ ଚାହୁଁଛି?, ସେ ନିଜର ଗୁଲୁଗୁଲିଆ କଥାରେ ଅତି ସୁନ୍ଦର ଭାବେ ଏହାର ଉତ୍ତର ଦେଉଛି।

 

ସେ ନିଜ ମା କୁ କହୁଛି, ‘ତୁମେ ଘରର ସବୁ କାମ କରୁଚ। ଏହା ସହିତ ମୋର ବି ଧ୍ୟାନ ରଖୁଛ। ଏତେ ସବୁ କାମ କରିବାକୁ ତୁମକୁ କଷ୍ଟ ହେଉଥିବ। ସେଥିପାଇଁ ମୋ ସ୍ତ୍ରୀ ଆସିଲେ ତୁମକୁ ଘର କାମରେ ସାହାଯ୍ୟ କରିଦେବ।’
ପିଲାଟି ଆହୁରି ମଧ୍ୟ କହିଛି , ତୁମର ଯେମିତି ତୁମ ପତିଦେବ ଅଛନ୍ତି, ମୋ ପାଖରେ ସେମିତି ମୋ ସ୍ତ୍ରୀ ରହିବ। ଘରେ ଏବେ ୩ ଜଣ ଲୋକ ଭଲ ଲାଗୁନାହିଁ। ତେଣୁକରି ମୋ ସ୍ତ୍ରୀ ଆସିଲେ ଆମେ ୪ ଜଣ ମିଶି ଲୁଚକାଳି ଖେଳିବା।” ପିଲାଟିର ଏଭଳି କଥା ଶୁଣି ମା ହସି ହସି ବେଦମ୍ ହେଉଛନ୍ତି।

ସେ ଯେତେବେଳେ ଆୟୁଷ୍ କୁ ପୁଣି ଥରେ ପ୍ରଶ୍ନ କରୁଛନ୍ତି କି କୋଉ ଝିଅ ଅଛି ତୁମ ଆଖି ଆଗରେ ବାହା ହେବାପାଇଁ? ସେତେବେଳେ ପିଲାଟି କହୁଚି ଝିଅ ତ ଦୁଇ ଜଣ ଅଛନ୍ତି। ହେଲେ ସେମାନେ ମୋ ସାଇଜ୍ ର ନୁହନ୍ତି। ” ତେଣୁକରି ପିଲାଟି ନିଜ ମାଙ୍କୁ ଝିଅ ଦେଖିବା ପାଇଁ କହିଛି। ତେବେ ପିଲାଟିର ମା ପିଲାଟି ଏଭଳି କଥା କହିବା ସମୟର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପିଲାଟିର ଏଭଳି କ୍ୟୁଟ୍ କଥାକୁ ଲୋକମାନେ ବେଶ୍ ଭଲପାଇବା ଦେଉଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *