Breaking News

ଆପଣଙ୍କ ପିଲା ମୋବାଇଲରେ କଣ ସବୁ ଦେଖୁଛି ,ଡିଲିଟ୍ କରିବା ପରେ ମଧ୍ୟ ଜାଣିହେବ ଏହି ଉପାୟ ରେ !

ଆଜିକାଲି ପିଲାଙ୍କର ଅନଲାଇନ କ୍ଲାସ ଚାଲିଥିବାରୁ ଘରର ପ୍ରତ୍ଯେକ ସଦସ୍ଯ ସ୍ମାର୍ଟଫୋନ ବ୍ଯବହାର କରୁଛନ୍ତି। ଏମିତିରେ ପିଲା କ୍ଲାସ ସରିବା ପରେ ଯଦି ମୋବାଇଲରେ ଅନ୍ଯ କିଛି ଖରାପ ସର୍ଚ୍ଚ କରେ, ତେବେ ଏହା ପିଲାର ଭବିଷ୍ଯତ ଉପରେ ଖରାପ ପ୍ରଭାବ ପକାଏ। ତେବେ ଏମିତି କିଛି ପିଲା ଅଛନ୍ତି, ସେମାନେ ଚାଲାକି କରି ସର୍ଚ୍ଚ ପ୍ଲାଟଫର୍ମରୁ ଗୁଗଲରୁ ସର୍ଚ୍ଚ କରିଥିବା ହିଷ୍ଟ୍ରିକୁ ଡିଲିଟ୍ କରିଦେଉଛନ୍ତି। ଯଦି ପିଲା ଏମିତି କରୁଥାଏ, ତେବେ ଆପଣ କେମିତି ଜାଣିବେ। ଏମିତି ଏକ ଉପାୟ ରହିଛି, ଯାହା ସାହାଯ୍ଯରେ ଆପଣଙ୍କ ମୋବାଇଲରେ କ’ଣ ସର୍ଚ୍ଚ ହୋଇଥିଲା, ତାହା ହିଷ୍ଟ୍ରି ଡିଲିଟ କଲା ପରେ ମଧ୍ୟ ଜାଣିପାରିବେ।


ଯଦି ଆପଣଙ୍କର ଗୁଗଲ ହିଷ୍ଟ୍ରି ଡିଲିଟ୍ କରିଦିଆଯାଇଛି, ତେବେ ୟୁଜର ଗୁଗଲ କ୍ରୋମ୍ ସର୍ଚ୍ଚ ଟ୍ଯାବ୍ ଓପନ କରନ୍ତୁ। ଏହାର ଉପରେ ଡାହାଣ କର୍ନରରେ ଥିବା ତିନିଟି ଡଟ୍ ଲାଇନ ଉପରେ କ୍ଲିକ କରନ୍ତୁ। ଏହା ପରେ ଏକ ନୂଆ ୱିଣ୍ଡୋ ଖୋଲିବ, ଯେଉଁଠାରେ ସେଟିଂ ଅପସନ ଦେଖିବାକୁ ମିଳିବ। ଯାହା ଉପରେ କ୍ଲିକ କରିବ। ସେଟିଂ ଅପସନକୁ କ୍ଲିକ କରିବା ପରେ site setting ଅପସନ ନଜର ଆସିବ। ଏହା ଉପରେ କ୍ଲିକ କରିବା ପରେ ସମସ୍ତ ଅପସନ ନଜର ଆସିବ। ଏଥିରେ ସବୁଠାରୁ ଉପରେ All Sites ଅପସନ ଦେଖିବାକୁ ମିଳିବ। ଏହି ଅପସନକୁ କ୍ଲିକ କରିବା ପରେ ସର୍ଚ୍ଚ କରିଥିବା ସମସ୍ତ ସାଇଟ୍ ର ସବିଶେଷ ବିବରଣୀ ମିଳିବ।


ଏହି ଡିଲେଟ ହୋଇଥିବା ହିଷ୍ଟ୍ରି ବିଷୟରେ ସେତେବେଳେ ଜାଣିପାରିବେ ଯେତେବେଳେ ଫୋନରେ Google Syns ଅନ୍ ଥିବ। ଏହି ଫିଚର ସମସ୍ତ ବ୍ରାଉଜ କରାଯାଇଥିବା ହିଷ୍ଟ୍ରିର ଡିଟେଲ ରଖିଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *