Breaking News

ଦଶମ ପରୀକ୍ଷା କୁ ନେଇ ଆସିଲା ବଡ଼ ଗୁରୁତ୍ବପୂର୍ଣ୍ଣ ଖବର !

ନମସ୍କାର ବନ୍ଧୁଗଣ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଛି ବଡ଼ ଖବର ଯାହା ଆପଣ ସମସ୍ତେ ଜାଣି ରଖିବା ଉଚିତ୍। ତେବେ ଦର୍ଶକ ବନ୍ଧୁ କେଉଁ ତାରିଖରେ ଦଶମ ବୋର୍ଡ ପରୀକ୍ଷା ହେବ ଏବଂ କେଉଁ ତାରିଖ ସୁଧା ରେଜଲ୍ଟ ବାହାରିବ ଆସନ୍ତୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା।

ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ହୋଇଥିବା ଦଶମ ଶ୍ରେଣୀର ସମେଟ୍ରିକ୍ 1 ପରୀକ୍ଷା ଜାନୁଆରୀରେ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ପରୀକ୍ଷା ଫଳ ଜଣା ପଡ଼ିନାହିଁ ଏହି ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ବୋର୍ଡ ୱେବ୍ ସାଇଟ୍ ରେ ଅପ୍ଲୋଡ କରାଯିବ ବୋର୍ଡ ସୂତ୍ରରୁ ସୂଚନା ମିଳିଛି। ୫୦ ନମ୍ୱର୍ ବିଶିଷ୍ଟ ଏହି ପରୀକ୍ଷା ଅବଜେକ୍ଟିଭ୍ ହୋଇଥିଲା OMR ସିଟ୍ ରେ ହୋଇଥିବା ଉକ୍ତ ପରୀକ୍ଷାକୁ ରାଜ୍ୟର ୩ ହଜାର ୮୫ଟି କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୭୪ ପରୀକ୍ଷାର୍ଥୀ ଦେଇଥିଲେ।

ତେବେ ଉତ୍ତର ଖାତା ଗୁଡ଼ିକ ବୋର୍ଡ ପକ୍ଷରୁ ମୂଲ୍ୟାୟନ ଲାଗି ଏକ ଫାର୍ମାକୁ ପାଠ ଯାଇଥିଲା ଅନ୍ୟ ପକ୍ଷରେ ସମେଟ୍ରିକ୍ 2 ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ଶିକ୍ଷାବିତ୍ ମାନଙ୍କ ସହ ଆଲୋଚନା ଶେଷ ହୋଇଛି। ଏହା ପୂର୍ବରୁ ଗତ ୨୭ ତାରିଖରେ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘ ଅଭିଭାବକ ଶିକ୍ଷକ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବୋର୍ଡ କତ୍ତୃପକ୍ଷ ଭିଡିଓ କନଫରେନ୍ସିଂରେ କଥାବାର୍ତ୍ତା ହୋଇ ଆଲୋଚନା କରି ନୂତନ ଶିକ୍ଷା ବ୍ୟବସ୍ଥା ସଂପର୍କରେ ମତାମତ ଲୋଡିଥିଲେ।

ତେବେ ବର୍ତ୍ତମାନ ସୁଧା ଏହି ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି ସରକାର ତାରିଖ ଧାର୍ଯ୍ୟ କଲେ ପରୀକ୍ଷା ହେବ ବୋଲି ବୋର୍ଡ କତ୍ତୃପକ୍ଷ କହିଛନ୍ତି। ତେବେ ସମେଟ୍ରିକ୍ 2 ପରୀକ୍ଷା ପୂର୍ବରୁ ଚଳିତ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ ଫର୍ମେଟିଭ୍ ଆସେସ୍ମେଣ୍ଟ ଫର୍ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣା ପଡିଛି।

ତେବେ ବୋହୁତ ଜଲ୍ଦୀ ସରକାର ମଧ୍ୟ ଘୋଷଣା କରିବାକୁ ଯାଉଛନ୍ତି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେଉଁ ତାରିଖ ସୁଧା ହେବ ଏମିତିକି କେଉଁ ତାରିଖ ସୁଧା ରେଜଲ୍ଟ ପ୍ରକାଶ ପାଇବ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.