Breaking News

ଦାରିଦ୍ର ର କରୁଣ ଚିତ୍ର ଦେଖନ୍ତୁ , ଶେଷରେ ରାସ୍ତାରୁ ଖାଦ୍ଯ ଖାଇଲେ ଜଣେ ବୁଢୀ ମା

ମାଲକାନିରିରେ-ମାଲକାନଗିରି ର ସଦର ମହକୁମା ଠାରେ ଏକ ଦୁଃଖଦ ଘଟଣା ସାମ୍ନା କୁ ଆସିଛି।ଜଣେ ୭୦ ବୟସ୍କା ବୃଦ୍ଧା ରାସ୍ତା ରେ ପଡ଼ିଥିବା ତରକାରୀ କୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଜିଲ୍ଲା ଆଇନ୍ ସେବା ପ୍ରଦିକରଣ ର ପ୍ରଚେଷ୍ଟା କ୍ରମେ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ପହଞ୍ଚିପାରିଥିଲା।ପରେ ଲିଗାଲ ସ୍ଵେଚ୍ଛାସେବୀ ଡ. ରଞ୍ଜନ କୁମାର ସ୍ବାଇଁ ଙ୍କୁ ନେଇ ଗଠିତ ହୋଇଥିବା ଟିମ୍ ବୃଦ୍ଧା ଙ୍କୁ ଉଦ୍ଧାର କରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟାଳୟ କୁ ଆଣିଥିଲେ।ଖବର ନେବାରୁ ଜଣାପଡିଛି ବୃଦ୍ଧା ଜଣଙ୍କ ୧୧୯ କଲୋନୀ ର ବାସିନ୍ଦା।ସେ ମନ୍ଦିର କୁ ମନ୍ଦିର ବୁଲି ଭିକ୍ଷାବୃତ୍ତି କରନ୍ତି।

 

ଏ ପର୍ଯ୍ୟନ୍ତ ସେ କୌଣସି ପ୍ରକାରର ସରକାରୀ ସହାୟତା ପାଇପାରିନାହାନ୍ତି।ଘରେ ତାଙ୍କର ଏକ ମାତ୍ର ପୁଅ ଲକ୍ଷ୍ମୀକାନ୍ତ ଓ ବୋହୂ।ପେଶା ରେ ସେ ଜଣେ କୁଲି ।ପୁଅ ଲକ୍ଷ୍ମୀକାନ୍ତ ମା ଙ୍କ ସୂଚନା ପାଇ ଆସିବା ପରେ ତାଙ୍କୁ ତାଙ୍କ ହାତରେ ତାଙ୍କ ମା ଙ୍କୁ ହସ୍ତାନ୍ତର କରାଯାଇଛି।ଏହା ସହିତ ବୃଦ୍ଧା ଙ୍କୁ କିଭଳି ସମସ୍ତ ପ୍ରକାରର ସରକାରୀ ସହାୟତା ମିଳିପାରିବ ତା ବ୍ୟବସ୍ଥା କରିବାକୁ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ଅନୁରୋଧ କରାଯାଇଛି।

 

ଏହି ଦୃଶ୍ୟ ଦେଖିଲେ ଜଣାପଡୁଛି ଏବେ ମଧ୍ୟ ଅନେକ ଲୋକ ଦରିଦ୍ରତାର ସୀମାରେଖା ତଳେ ଅଛନ୍ତି।ସୂଚନା ଥାଉ କି ଗତ କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ର ଏକ ଶିଶୁ ଅଇଁଠା ପତ୍ର ଚାଟୁ ଥିବାର ଦୃଶ୍ୟ ସାମ୍ନା କୁ ଆସିଥିଲା।ଏହାର କିଛି ଦିନ ପରେ ଏହି ବୃଦ୍ଧା ଙ୍କ ଘଟଣା ଏକ ଚର୍ଚ୍ଚା ର ବିଷୟ ହୋଇଛି।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *