ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ସ୍ଵତନ୍ତ୍ର ପ୍ରତିଭା ପାଇଁ ଖୁବ୍ ପରିଚିତ। ଭିନ୍ନ ଭିନ୍ନ କଳା ଓ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ଏମାନେ ଜନ୍ମ ହୋଇଥାଆନ୍ତି । ନିଜର ପ୍ରତିଭା ବଳରେ ଏମାନେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି। ଏଭଳି ଅନେକ ଅସାଧାରଣ ପ୍ରତିଭାର ଅଧିକାରୀ ମାନଙ୍କୁ ଗିନିଜ ବୁକ୍ ରେ ସ୍ଥାନ ମଧ୍ୟ ମିଳିଛି। ଅସମ୍ଭବକୁ ସମ୍ଭବ କରି ଦେଖେଇ ଥାଆନ୍ତି ଏଭଳି ମଣିଷ ମାନେ। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଅସାଧାରଣ ବ୍ୟକ୍ତିତ୍ଵ ବିଷୟରେ କହିବୁ ଯିଏକି ସେହିଭଳି ଜଣେ ଭିନ୍ନ ପ୍ରତିଭାର ଅଧିକାରିଣୀ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଜଣେ ଯୁବତୀ ଏକ ଏଲପିଜି ସିଲିଣ୍ଡର୍ କୁ ନିଜ ଦାନ୍ତରେ ଉଠାଉଥିବା ଦେଖିବାକୁ ମିଳିଛି। ଘଟଣାଟି ନିଜ ଆଖିରେ ନଦେଖିଲେ ହୁଏତ କେହି ବିଶ୍ବାସ ନ କରିପାରନ୍ତି। ହେଲେ ଘଟଣାଟି ସତ ଅଟେ। ଭିଡିଓଟିରେ ଦେଖାଦେଉଥିବା ସଂପୃକ୍ତ ମହିଳାଙ୍କ ନା ଶୈଳୀ ଚିକାରା । ଯିଏକି ଏଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖେଇଛନ୍ତି । ତେବେ ଭିଡିଓଟିରେ ମହିଳା ଜଣକ ଏକ କଳା ରଙ୍ଗର ଟପ୍ ସହିତ ଏକ ନାଲି ରଙ୍ଗର ପ୍ୟାଣ୍ଟ ପିନ୍ଧି ଏକ ଏଲପିଜି ସିଲିଣ୍ଡର୍ କୁ ଧରି ସେଥିରେ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଥିବା ନଜର ଆସୁଛନ୍ତି।
କିନ୍ତୁ ଏହି ସିଲିଣ୍ଡରରେ ଗ୍ୟାସ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ହେଲେ ଏତେ ଭାରି ସିଲିଣ୍ଡର୍ କୁ ମହିଳା ଜଣକ ଏତେ ସହଜରେ କିଭଳି ନିଜ ଦାନ୍ତରେ ଉଠାଇ ପାରୁଛନ୍ତି ତାହା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓର ବ୍ୟାକ୍ଗ୍ରାଉଣ୍ଡରେ ହରିୟାଣା ସଙ୍ଗୀତ ବାଜୁଛି। ତେଣୁକରି ମହିଳା ଜଣକ ହରିୟାଣାର ହୋଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ଏକ ଭାଇରାଲ୍ ଭିଡିଓରେ ମହିଳା ଜଣଙ୍କ ସିଲିଣ୍ଡରକୁ ନିଜ ପେଟ ଉପରେ ରଖି ତା’ପରେ ଏକ ଛୋଟ ପିଲାକୁ ବସାଇ ବ୍ୟାୟାମ କରୁଥିବା ମଧ୍ୟ ଦେଖାଯାଇଛି।
ତେବେ ଭିଡିଓ ସବୁ ଭାଇରାଲ ହେବାପରେ ଲୋକ ମାନେ ତାଙ୍କୁ ପ୍ରଶଂସା କରିବା ସହିତ ଅନେକ ଭଲ ପାଇବା ମଧ୍ଯ ଦେଉଛନ୍ତି। ଇନ୍ଷ୍ଟାଗ୍ରାମରେ ଶୈଳୀଙ୍କ ଆଢେଇ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏହା ସହିତ ତାଙ୍କର ଏକ ୟୁ ଟ୍ୟୁବ୍ ଚାନେଲ୍ ମଧ୍ୟ ରହିଛି ।ଯାହାର ନା ‘ଶୈଳୀ ଚିକାରା – ଦ ୱଣ୍ଡର ଓମାନ ‘ ରଖାଯାଇଛି। ଏଥିରେ ମଧ୍ୟ ଶୈଳୀଙ୍କର ୧ ଲକ୍ଷ ୩୫୦୦୦ ରୁ ଉର୍ଦ୍ଧ୍ବ ଫଲୋଅର୍ସ ଅଛନ୍ତି। ଏହି ୟୁ ଟ୍ୟୁବ୍ ଚାନେଲ୍ ରେ ଶୈଳୀ ନିଜର ଅନେକ ପ୍ରକାରର ବ୍ୟାୟାମ ଭିଡିଓ ପୋଷ୍ଟ କରିଛନ୍ତି। ଯାହାକୁ ଲୋକେ ଦେଖିବାକୁ ଖୁବ୍ ଭଲ ପାଉଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ