Breaking News

ଡାକ୍ତର କାଢିନେଲେ କିଡନୀ, ଧରାପଡିବା ପରେ ଡାକ୍ତର ଙ୍କ ସହ ଏମିତି ହେଲା

ଆମ୍ଭେମାନେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି ବିଶ୍ୱାସ କରିଥାଉ । କିନ୍ତୁ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହା ଡାକ୍ତରଙ୍କ ନାଁରେ ଦାଗ ଲଗେଇ ଦେଇଛି । ରୋଗୀଟିର ବାମ କିଡନୀରେ ଷ୍ଟୋନ ଅପରେସନ୍ ସମୟରେ ଡାକ୍ତର ଷ୍ଟୋନ ବଦଳରେ ଡାହାଣ କିଡନୀ କାଢିନେଇଥିଲେ। ଅପରେସନ ପରେ ଡାକ୍ତର ସମ୍ପର୍କୀୟଙ୍କୁ ଯେତେବେଳେ କିଡନୀ ହସ୍ତାନ୍ତର କଲେ ସେତେବେଳେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କ୍ରୋଧିତ ଲୋକମାନେ ଡାକ୍ତରଖାନା ଉପରେ ପଥର ଫିଙ୍ଗିଥିଲେ। ତେବେ ଡାକ୍ତର ଏହି ଭୁଲ ଗ୍ରହଣ କରିବା ପରେ ଏବଂ ଦ୍ୱିତୀୟ କିଡନୀ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ନିଶ୍ଚିତ ହେବା ପରେ ମାମଲା ପୋଲିସକୁ ଯାଇ ନଥିଲା। ଏହି ଘଟଣା ବିହାରର ପାଟଣାର କଙ୍କାରବାଗ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ବିଜିବି ହସ୍ପିଟାଲର। ରୋଗୀ ବେଗୁସରାଇର ଜଣେ ଯୁବକ।

ବେଗୁସରାଇର ମହମ୍ମଦ ମୁଜାହିଦ୍ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କ ବାମ କିଡନୀରେ ଏକ ଷ୍ଟୋନ ଥିଲା, ଯେଉଁଥିପାଇଁ ସେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ। ଦୁଇ ଦିନ ପୂର୍ବେ ସେ ପାଟଣାର କଙ୍କାରବାଗସ୍ଥିତ ବିଜିବି ହସ୍ପିଟାଲରେ ପହଞ୍ଚିଥିଲେ। ପରୀକ୍ଷା ପରେ ଡାକ୍ତର ଷ୍ଟୋନଟିକୁ ବାମ କିଡନୀରେ ଅସ୍ତ୍ରୋପଚାର କରିବାକୁ କହିଥିଲେ। ସମ୍ପର୍କୀୟଙ୍କ ସହମତିରେ ଏହି ଅପରେସନ୍ କରାଯାଇଥିଲା, କିନ୍ତୁ ଏହା ପରେ ସମସ୍ୟା ବଢିଯାଇଥିଲା। ଜଣାପଡିଲା ଯେ ଡାକ୍ତର ବାମ ବଦଳରେ ଡାହାଣ କିଡନୀକୁ ଅପରେସନ୍ କରି ଏହାକୁ କାଢି ଦେଇଛନ୍ତି।


ରୋଗୀଙ୍କ ଭାଇଙ୍କ କହିବାନୁସାରେ, ଅପରେସନ୍ ଭୁଲ୍ ହୋଇଛି ବୋଲି ଡାକ୍ତର କହିଛନ୍ତି। ଏହା ପରେ ସମ୍ପର୍କୀୟମାନେ ଉତ୍ତେଜନା ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକ ମଧ୍ୟ ଏକତ୍ରିତ ହୋଇଥିଲେ। ପୋଲିସ ପହଞ୍ଚିବା ପରେ ଡାକ୍ତରଖାନା ପରିଚାଳନା ଅନ୍ୟ ବଡ ଡାକ୍ତରଖାନାକୁ ନିଜ ଖର୍ଚ୍ଚରେ ଚିକିତ୍ସା କରିବାକୁ ରାଜି ହୋଇଥିଲା।


ଏ ସମ୍ପର୍କ ରେ ବିଜିବି ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ପି.କେ ଜେନ କହିଛନ୍ତି ଯେ ଉଭୟ କିଡନୀରେ ଷ୍ଟୋନ ରହିଥିଲା ଏବଂ ପରିସ୍ରା ସହିତ ରକ୍ତ ଆସୁଥିଲା। ଅପରେସନ ସମୟରେ ଷ୍ଟୋନ ନଜର ଆସିଥିଲା ଯାହାକି ଅଲଟ୍ରାସାଉଣ୍ଡ ସମୟରେ ଦେଖାଯାଇନଥିଲା। ଅପରେସନ ବେଳେ ବହୁତ ରକ୍ତ ବାହାରିଥିଲା ଯାହାକୁ ଅଟକାଇବାକୁ କିଡନୀ ବାହାର କରିବାକୁ ପଡ଼ିଲା। କେବଳ ସେତିକି ନୁହେଁ ରୋଗୀ ପେଟରୁ ବାହାର କରିଥିବା କିଡନୀକୁ ଡାକ୍ତର ମାନେ ତାଙ୍କ ପରିଜନଙ୍କୁ ମଧ୍ୟ ଦେଖାଇଥିଲେ। ଡାକ୍ତରଖାନା ତରଫରୁ ଏହା କୁହାଯାଇଥିଲା ଯେ, ଏହା ମାନବୀନ ଭୁଲ ଅଟେ। ଅନେକ ଥର ଜାକ୍ତରଖାନାରେ ଏଭଳି ଙୁଲ ଦେଖିବାକୁ ମିଳେ। ଏହାପରେ ଡାକ୍ତରଖାନା ତରଫରୁ ୧୦ ଲକ୍ଷ ଟହ୍କା ଅଫର କରି ମାମଲାକୁ ରଫା ଦଫା କରିବାକୁ ମଧ୍ୟ କୁହାଯାଇଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *