ନମସ୍କାର ଦର୍ଶକବନ୍ଧୁ ସାଇକେଲରେ ଗଲା ବେଳେ ହଠାତ ଡେଇଁଲା ବାଘ ବାଘ ସହିତ ମୁହାଁ ମୁହିଁ ହେଲେ ସାଇକେଲ ଚାଳକ ଦୃଶ୍ୟଟି କଏଦ ହେଲା CCTV ରେ ତାହା ପରେ ଯାହା ଘଟିଲା ଜାଣିଲେ ଆର୍ଶାଜ୍ୟ ହୋଇଯିବେ |
ଏହି ଭିଡ଼ିଓ ଟି ଆସାମର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓ ଟିରେ ଦେଖା ଯାଉଛି ବ୍ୟକ୍ତି ଜଣଙ୍କ ସାଇକେଲ ଚଳାଇ ରାସ୍ତାରେ ଯାଉଛନ୍ତୁ ଓ ତାଙ୍କର ପଛରେ ମଧ୍ୟ ଏକ କାର ଯାଉଛି | ଏହାରି ମଧ୍ୟରେ ହଠାତ୍ ସାଇକେଲ ଚାଳକଙ୍କ ପାଖକୁ ଜଙ୍ଗଲ ମଧ୍ୟରୁ ଏକ ଵାଘ ଦୌଡ଼ି ଆସୁଛି | ଏହା ମଧ୍ୟରେ ସାଇକେଲ ଚାଳକ ମଧ୍ୟ ହାଡବଡ ହୋଇ ସାଇକେଲରେ ତଳେ ପଡିଯାଉଛନ୍ତି |
ଭାଗ୍ୟବଶତଃ ବାଘଟି ସାଇକେଲ ଚାଳକଙ୍କର କିଛି କ୍ଷତି କରୁନାହିଁ | ଏହା ପରେ ଭିଡ଼ିଓ ରେ ଦେଖା ଯାଉଛି କି ବାଘଟି ସଙ୍ଗେ ସଙ୍ଗେ ଜଙ୍ଗଲ ଭିତରକୁ ପଳାଉଛି ସାଇକେଲ ଚାଳକ ମଧ୍ୟ ସଙ୍ଗେ ସଙ୍ଗେ ସେଠାରୁ ସାଇକେଲ ଧରି ଦୌଡ଼ି ପଳାଉଛନ୍ତି ତେବେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଖୁବ୍ ଭାଇରାଲ ହୋଇଥିବା ବେଳେ ଉଜର ମାନେ ଏହାକୁ ନେଇ ବିଭିନ୍ନ ମତ ଦେଉଛନ୍ତି |
କିଛି ଉଜର କହୁଛନ୍ତି ସାଇକେଲ ଚାଳକର ଭାଗ୍ୟ ବୋହୁତ ଭଲ ସେଥି ପାଇଁ ସେ ବାଘ ମୁହଁ ରୁ ବଞ୍ଚିଗଲେ | ତେବେ ଏହି ଘଟଣା ଟି ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ ବାଘ ଟି ମଧ୍ୟ ସେହି ସମୟରେ ରାସ୍ତାଟି ପାର କରିବାକୁ ଚାହୁଁଥିଲା କିନ୍ତୁ ସେହି ସମୟରେ ସାଇକେଲ ଚାଳକ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ଯିବା ପରେ ବାଘ ସହିତ ସାଇକେଲ ଚାଳକଙ୍କର ଧକା ହୋଇଥିଲା |