ଦେଶ ରେ ବଢୁଥିବା କରୋନା ସ୍ଥିତି ଏବେ ଲୋକ ଙ୍କ ନିଦ ହଜାଇଲାଣି। ପ୍ରତିଦିନ ସଂକ୍ରମିତ ମାନଙ୍କ ସଂଖ୍ୟା ସୁନାମୀ ଭଳି ଦ୍ରୁତ ଗତି ରେ ବଢ଼ିବାରେ ଲାଗିଛି। ଏହା ସହିତ ବଢ଼ିଚାଲିଛି ମୃତ୍ୟୁ ର ହାର।ପ୍ରତିଦିନ ଶହ ଶହ ଲୋକ ମୃ – ତ୍ୟୁ ମୁଖ କୁ ଠେଲି ହୋଇଯାଉଛନ୍ତି।ପରିସ୍ଥିତି ଏଭଳି ହେଲାଣି ଯେ ମୃ- ତ ଶରୀର ର ସତ୍କାର ପାଇଁ ଜାଗା ଟିକେ ମଧ୍ୟ ମିଳୁନାହିଁ।ଏଭଳି ପରିସ୍ଥିତି ରେ ନିଜ ଜୀବନ କୁ ବାଜି ଲଗାଇ ଦେବଦୂତ ସାଜି ଦିନ ରାତି ଏକ କରି କରୋନା ରୋଗୀ ଙ୍କ ସେବା ରେ ଲାଗିଛନ୍ତି ସହ ସହ କରୋନା ଯୋଦ୍ଧା।
ତେବେ ଏମାନଙ୍କ ସାହାଯ୍ୟ ପାଇଁ ଏବେ ଆଗେଇ ଆସିଛନ୍ତି ବଲିଉଡ ର ଭାଇଜାନ୍ ସଲମାନ୍ ଖାନ୍। କରୋନା ଯୋଦ୍ଧା ମାନଙ୍କୁ ଵିଙ୍ଗ ହଂଗ୍ରୀ ଅଭିଯାନ ମାଧ୍ୟମ ରେ ଖାଦ୍ୟ ବଣ୍ଟନ ର ବ୍ୟବସ୍ଥା କରୁଛନ୍ତି।ଵିଙ୍ଗ ହଂଗ୍ରୀ ଅଭିଯାନ ମାଧ୍ୟମ ରେ ଖାଦ୍ୟ ଭ୍ୟାନ୍ ଗୁଡ଼ିକ ମୁମ୍ବାଇ ର ରାସ୍ତା ରେ ବୁଲୁଛି। କୋଭିଦ୍ ଯୋଦ୍ଧା ଙ୍କୁ ମାଗଣା ରେ ଖାଦ୍ୟ ବଣ୍ଟନ କରୁଛି ଏହି ଭ୍ୟାନ।ଏପରିକି ସଲମାନ୍ ଖାନ ନିଜେ ଆସି ଏହାର ତଦାରଖ ମଧ୍ୟ କରୁଛନ୍ତି।ରବିବାର ଦିନ ବାନ୍ଦ୍ରା ସ୍ଥିତ ରେଷ୍ଟୁରାଣ୍ଟ ରେ ପହଞ୍ଚି ସଲମାନ୍ ଖାନ ନିଜେ କୋଭିଡ ଯୋଦ୍ଧା ଙ୍କ ପାଇଁ ୫୦୦୦ ଖାଦ୍ୟ ପାର୍ଶଲ୍ ପଠେଇଛନ୍ତି।
ଏ ନେଇ ତାଙ୍କ ଯୁବ ସେନା ର ଜଣେ ସଦସ୍ୟ ରାହୁଲ କର୍ଣ୍ଣଲ ସଲମାନ୍ ଖାନ୍ ଙ୍କ ର ଏକ ଫଟୋ କୁ ଟୁଇଟ୍ କରିଛନ୍ତି।ଯେଉଁଥିରେ ସେ ଏକ ରେଷ୍ଟୁରାଣ୍ଟ ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।ଏହା ସହିତ ଫୁଡ୍ ଭ୍ୟାନ ରେ ଖାଦ୍ୟ ଗୁଡ଼ିକୁ ପଠାଇବା ପୂର୍ବରୁ ସଲମାନ୍ ଖାନ୍ ନିଜେ ଆଗ ଖାଦ୍ୟ ର ଗୁଣବତ୍ତା ପରୀକ୍ଷା କରିଛନ୍ତି। ଏହା ସହିତ ଭାଇଜାନ ସେଠାର ସ୍ବଚ୍ଛତା କୁ ନେଇ ମଧ୍ୟ ସତର୍କ କରାଇଛନ୍ତି।ଏହାର ଏକ ଭିଡିଓ ଏବେ ସାମ୍ନା କୁ ଆସିଛି।ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଗତ ବର୍ଷ ମଧ୍ୟ କରୋନା ମହାମାରୀ ସମୟରେ ସଲମାନ୍ ଖାନ୍ କୋଭିଡ୍ ଯୋଦ୍ଧା ଓ ଗରିବ ମାନଙ୍କୁ ଖାଦ୍ୟ ଯୋଗାଇ ଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ।ତେବେ ଏବେ ପୁଣି ଥରେ ଦେଶ ର ଏଭଳି କଠିନ ପରିସ୍ଥିତିରେ ନିଜର ମହାନ୍ ହୃଦୟ ର ପରିଚୟ ଦେଇଛନ୍ତି ସଲମାନ୍ ଖାନ୍ ।ଆଗରୁ ମଧ୍ୟ ସେ ଅନେକ ଗୁଡିଏ ଜନହିତକର କାର୍ଯ୍ୟ କରିଛନ୍ତି ।ତାଙ୍କର ଏହି ସାହାଯ୍ୟ ଦ୍ଵାରା ସେ ଅନେକ ଲୋକ ଙ୍କ ମୁହଁ ରେ ହସ ଫୁଟେଇ ପାରିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ