Breaking News

କରୋନା ରୋଗୀ ସହ ଶାରୀରିକ ସମ୍ବନ୍ଧ ନର୍ସ ଙ୍କ ପାଇଁ ସାଜିଲା କାଳ !

ବର୍ତ୍ତମାନ covid-19 ପାଇଁ ସାରା ବିଶ୍ବର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଥିବା ବେଳେ ଇଣ୍ଡୋନେସିଆର ଏକ ହସ୍ପିଟାଲ୍‌ରେ ନର୍ସଙ୍କ କାଣ୍ଡ ଏବେ ଚାରିଆଡ଼େ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ନର୍ସ ଜଣକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପିନ୍ଧିଥିବା ପିପିଇ କିଟ୍‌କୁ ଖୋଲି ଦେଇଥିଲେ।


ଘଟଣା ସ୍ଥଳରେ ନର୍ସ ଜଣକ ହସ୍ପିଟାଲ୍‌ରେ ଥିବା ଶୌଚାଳୟରେ ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ସୂଚନା ରହିଛି। କରୋନା ଆକ୍ରାନ୍ତ ଜଣକ ଏ ନେଇ ସୋସିଆଲ୍‌ ମିଡିଆରେ ସୂଚନା ଦେବା ପରେ ଏ‌ହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଖବର ଚାରିଆଡ଼େ ଖେଳିଯିବା ପରେ ଏବେ ଉଭୟ ନର୍ସ ଓ ରୋଗୀଙ୍କୁ ପୃଥକ କରି ରଖାଯାଇଛି।

ଏପରିକି କରୋନା ଆକ୍ରାନ୍ତ ଜଣକ ନର୍ସ ଓ ତାଙ୍କ ମଧ୍ୟରେ ହୋଇଥିବା ଏକ ହ୍ବାଟ୍‌ସଆପ୍‌ ଚାଟ୍‌ର ସ୍କ୍ରିନ୍‌ସଟ୍‌କୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ସୋସିଆଲ୍‌ ମିଡିଆରେ ଘଟଣାଟି ଭାଇରାଲ୍‌ ହେବା ପରେ ଉଭୟ ଆକ୍ରାନ୍ତ ଓ ନର୍ସଙ୍କୁ ଏ ନେଇ ପଚରାଉଚରା କରାଯାଇଥିଲା। ସେମାନେ ଏହି କଥାକୁ ସ୍ବୀକାର କରିଛନ୍ତି। ଏହି ଘଟଣା ପରେ ନର୍ସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *