Breaking News

କୋଭିଡ ଟିକା କୁ ନେଇ ଆସିଲା ବଡ ତଥ୍ୟ !!

ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସନାରୋ ଆମେରିକା ଏବଂ ଜାପାନ ଗବେଷକଙ୍କ ଦ୍ୱାରା କୋଭିଡ-୧୯ ଲାଗି ବିକଶିତ Pfizer bioNTech ଟିକାକୁ ନେଇ ଅଜବ ପ୍ର ତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଟିକା ଯଦି ମଣିଷମାନେ ନେଲେ ହୁଏତ କୁମ୍ଭୀର ଓ ମହିଳାଙ୍କ ମୁହଁରେ ନିଶଦାଢୀ ଉଠିଯାଇପାରେ । ବର୍ତମାନ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରାଜିଲ ରାଷ୍ଟ୍ରପତି ନିଜେ ଟିକା ଲଗାଇବେ ନାହିଁ ବୋଲି କହିଛନ୍ତି। ହେଲେ ତାଙ୍କ ଦେଶରେ ଖୁବ୍ ଶୀଘ୍ର କୋଭିଡ ଟିକାକରଣ ହେବାକୁ ଯାଉଛି। ତେବେ ଟିକାକରଣ ଲାଗି ଫାଇଜର ସରକାରଙ୍କ ସହ କରିଥିବା ରାଜିନାମାରେ ପାର୍ଶ୍ୱପ୍ରତିକ୍ରିୟା ଲାଗି କମ୍ପାନୀ ଦାୟି ନୁହେଁ ବୋଲି ମୂଳରୁ ସ୍ପଷ୍ଟ କରିଦେଇଛନ୍ତି। ଏ ନେଇ କମ୍ପାନୀ ରଖିଥିବା ଯୁକ୍ତିକୁ ରାଷ୍ଟ୍ରପତି କେବଳ ଦୋହରାଇଛନ୍ତି। ଯଦି ଟିକା ନେବା ପରେ ଆପଣଙ୍କ ଚର୍ମ କୁମ୍ଭୀର ଭଳି ହୋଇଯାଏ ତେବେ ଏହା ଆପଣଙ୍କର ସମସ୍ୟା। ସେହିପରି କୌଣସି ମ ହିଳାଙ୍କ ମୁହଁରେ ନିଶଦାଢୀ ଉଠିଲେ ଅଥବା ଶ୍ୱର କର୍କଶ ହେଲେ ଏଭଳି ପାର୍ଶ୍ୱପ୍ରତିକ୍ରିୟା ଲାଗି ଟିକା କମ୍ପାନୀ ଦାୟି ନୁହେଁ।

ତେବେ ବୋଲସନାରୋ କହିଛନ୍ତି ଯେ ବ୍ରାଜିଲ ନିୟାମକ ପ୍ରାଧିକରଣ ଯେଉଁ ଟିକାକୁ ମଞ୍ଜୁର କରିବେ ତାକୁ ସାରା ଦେଶରେ ଲୋକଙ୍କ ଲାଗି ଉପଲବ୍ଧ କରାଯିବ। ଯିଏ ଚାହିଁବେ ଟିକାକରଣ କରିପାରିବେ। ହେଲେ ନିଜେ ଟିକା ନେବେ ନାହିଁ ବୋଲି ସେ କହିଛନ୍ତି। ତେବେ ଏଭଳି ମନ୍ତବ୍ୟ ଲାଗି ହୁଏତ ଲୋକେ ତାଙ୍କୁ ସମାଲୋଚନା ବି କରିପାରନ୍ତି ବୋଲି କହିଛନ୍ତି। ହେଲେ ଏଭଳି ଲୋକଙ୍କ ଲାଗି ମଧ୍ୟ ମୋ ପାଖରେ ଜବାବ ଅଛି ବୋଲି କହିଛନ୍ତି।

ବୋଲସନାରୋ କହିଛନ୍ତି ଯେ ଟିକା ଉଦଭାବନ ପୂର୍ବରୁ ଭୂତାଣୁ ତାଙ୍କୁ ଗ୍ରାସ କରିଥିଲା। ଏଣୁ ଦେହରେ ଆଗରୁ ଭୂତାଣୁ ଥିବା ବେଳେ ମୁଁ ଟିକା ପୁଣି ଥରେ ଟିକା କାହିଁକି ନେବି ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ରାଜିଲରେ କରୋନା ଭାଇରସ ମହାମାରୀ ଆ ତଙ୍କ ସୃଷ୍ଟି କରିଥିଲା। ସଂକ୍ରମଣରୁ ରାଷ୍ଟ୍ରପତି ମଧ୍ୟ ବାଦ ପଡିନଥିଲେ।

ବୋଲସନାରୋ ଜୁଲାଇ ମାସରେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ୩ ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଚଳତିବର୍ଷ କୋଭିଡ ଯୋଗୁ ବ୍ରାଜିଲରେ ୧ଲକ୍ଷ ୮୫ ହଜାରରୁ ଅଧିକ ଲୋକଙ୍କ ମୃ ତ୍ୟୁ ହୋଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *