Breaking News

ଧର୍ମଗୁରୁଙ୍କ ଅଜବ ଦାବି ! କରୋନା ଭ୍ୟାକ୍ସିନ୍‌ ଲଗାଇଲେ ସମଲିଙ୍ଗୀକ ହୋଇଯିବେ

ବର୍ତ୍ତମାନ ବିଶ୍ଵ ରେ ଧୀରେ ଧୀରେ ଭାକସିନର ମାତ୍ରା ବଢିବାରୁ କରୋନାର ମାତ୍ରା ଦିନ କୁ ଦିନ କମିବାରେ ଲାଗିଛି |କିନ୍ତୁ ବିଶ୍ୱରେ କରୋନା ଭ୍ୟାକ୍‌ସିନକୁ ନେଇ ଅନେକ ପ୍ରକାରର ଭ୍ରାନ୍ତ ଧାରଣା ଏବଂ ମିଛ ଦାବି ଦେଖିବାକୁ ମିଳିଛି, ହେଲେ ଏ ସବୁ ପରେ ବି ବର୍ତ୍ତମାନ ସବୁ ଜାଗାରେ ଟିକାକରଣ ଆରମ୍ଭ ହୋଇସାରିଲାଣି। କିନ୍ତୁ ବହୁତ ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ଭ୍ୟାକ୍‌ସିନ ନ ଲଗାଇବାକୁ ଲୋକ ମାନଙ୍କୁ ପରାମର୍ଶ ଦେଉଛନ୍ତି ଏବଂ ଟିକାକୁ ନେଇ ଅନେକ ପ୍ରକାରର ଅଜବ ତଥ୍ୟ ଦେଉଛନ୍ତି। ନିକଟ ଅତୀତରେ ଜଣେ ଇରାନ୍‌ର ମୁସଲିମ୍‌ ଧର୍ମଗୁରୁ ଦାବି କରି କହିଛନ୍ତି ଯେ, କୋଭିଡ୍‌-୧୯ ଭ୍ୟାକ୍‌ସିନ ଯୋଗୁଁ ଲୋକେ ସମଲିଙ୍ଗୀକ ହୋଇଯାଉଛନ୍ତି।


ସେଠାକାର ଜଣେ ଫେମସ ଆଇକନ ଆୟତୁଲ୍ଲାହ ଅବ୍ଦାସ୍‌ ତବରୀଜିୟନ ସୋସିଆଲ ମିଡିଆ ଆପ୍‌ ‘ଟେଲିଗ୍ରାମ’ରେ ଏହା ଦାବି କରିଛନ୍ତି। ଏହି ସୋସିଆଲ ମିଡିଆ ଆପ୍‌ ଟେଲିଗ୍ରାମରେ ତାଙ୍କର ୨ ଲକ୍ଷ ୧୦ ହଜାର ଫଲୋୟର୍ସ ଅଛନ୍ତି। ଏକ ମିଡିଆ ଅନୁଯାଇ , ତବରୀଜିୟନ ଲେଖିଛନ୍ତି କି, ସେହି ଲୋକଙ୍କ ପାଖକୁ ଜମାରୁ ଯାଆନ୍ତୁ ନାହିଁ, ଯେଉଁମାନେ କରୋନା ଟିକା ନେଇଛନ୍ତି। ଏମିତି ଲୋକ ସମଲିଙ୍ଗୀକ ହୋଇଯାଇଛନ୍ତି।


ତେବେ ଏଥି ନେଇ ପ୍ରଖ୍ୟାତ ଏଲ.ଜି.ବି.ଟି.କିୟୁ କ୍ୟାମ୍ପେନର ପିଟର ଟେଶେଲଙ୍କ କହିବା ଅନୁଯାଇ , ଏହି ବୟାନ ଟିକା ଏବଂ ସମଲିଙ୍ଗୀକ ସମୁଦାୟ, ଉଭୟଙ୍କୁ ମଧ୍ୟ ବହୁତ ଅପମାନ କରୁଛି। ଏହି ବିବାଦୀୟ ମୌଲବୀ ପୂର୍ବରୁ ମଧ୍ୟ ଵେଷ୍ଟର୍ଣ୍ଣ ଔଷଧଗୁଡ଼ିକ ଉପରେ ବିଭିନ୍ନ ପ୍ରକାର ଦାବି କରିଥିଲେ।
ଆହୁରିମଧ୍ୟ ଗତବର୍ଷ ଜାନୁଆରୀ ମାସରେ ମୁସଲିମ୍‌ ଧର୍ମଗୁରୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା, ଉକ୍ତ ଭିଡିଓ ରେ ସେ ଜଣେ ଆମେରିକୀୟ ବୈଜ୍ଞାନିକଙ୍କ ପୁସ୍ତକ ଜଳାଉଥିଲେ।


ତେବେ ଇରାନ ର ଶାସନ ପଦ୍ଧତିରେ ସମଲିଙ୍ଗୀକତାକୁ ଏକ ଦଣ୍ଡନୀୟ ଅପରାଧ ବୋଲି ମନାଯାଏ । ଆହୁରିମଧ୍ୟ କୁହାଯାଏ କି , ୧୯୭୯ର ଇସ୍‌ଲାମିକ କ୍ରାନ୍ତି ପରଠୁ ଦେଶରେ ହଜାର ହଜାର ସମଲିଙ୍ଗୀଙ୍କୁ ଫାଶି ଦିଆଯାଇଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *