Breaking News

ଚମତ୍କାର ! ଦୁଇବର୍ଷ ର ଛୁଆ ବଞ୍ଚାଇଲା ମା’ର ଜୀବନ, ପୁରା ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ହେବେ!

ଗୋଟିଏ ମାଆ ପାଇଁ ତାର ଛୁଆ ଯେମିତି ତାର ଦୁନିଆ ହେଇଥାଏ ଗୋଟିଏ ଛୁଆ ପାଇଁ ମଧ୍ୟ ତା ମାଆ ସେତିକି ଗୁରୁତ୍ୱପୂର୍ଣ୍ଣ ହେଇଥାଏ। କଥାରେ ନାହିଁ ପିଲା ଉପରେ ବିପଦ ପଡିଲା ମା କିଛି ବି କରିବା ପାଇଁ ପଛେଇ ନଥାଏ।ୟାର କେତେକ ଜ୍ଵଳନ୍ତ ଉଦାହରଣ ବି ଆପଣ ମାନେ ନିଶ୍ଚୟ ଦେଖିଥିବେ। ଠିକ ସେମିତି ଯେତେବେଳେ ମା ଉପରେ ବିପଦ ଆସିଥାଏ ଛୁଆ ବି ଅସମ୍ଭବ କାମ କରିବା ପାଇଁ ପଛେଇ ନଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣାଟି ବିଷୟରେ କହିବୁ ତାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଇଯିବେ।

ଉତ୍ତରପ୍ରଦେଶ ର ମୁରାଦାବାଦ ଠାରେ ହଠାତ ମାକୁ ବେହୋସ ହେଇ ଯିବାର ଦେଖି ମାର ଜୀବନ ବଞ୍ଚାଇବା ପାଇଁ ଦୁଇ ବର୍ଷ ର ଶିଶୁ ଟି ଏମିତି ବୁଦ୍ଧି ଖର୍ଚ୍ଚ କଲାଯେ ଯାହା ଆପଣ ସ୍ୱପ୍ନ ରେ ବି ଭାବି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବେ ସମ୍ପୂର୍ଣ୍ଣ ଘଟଣାଟି କଣ। ଉତ୍ତରପ୍ରଦେଶ ର ମୁରାଦାବାଦ ରେଲୱେ ଷ୍ଟେସନରେ ଜଣେ ମହିଳା ତାଙ୍କ ଦୁଇ ପିଲାଙ୍କୁ ଧରି ବସିଥିବାର ଦେଖିବା ପାଇଁମିଳିଥିଲା। କିନ୍ତୁ କୌଣସି ଏକ କାରଣରୁ ହଠାତ ମହିଳା ଜଣଙ୍କ ସେହି ସ୍ଥାନରେ ହିଁ ବେହୋସ ହେଇ ଯାଇଥିଲେ। ଦୁଇ ପିଲାଙ୍କ ଭିତରୁ ଗୋଟିଏ ର ବୟସ ଦୁଇ ବର୍ଷ ଥିବାବେଳେ ଅନ୍ୟ ପିଲାଟିର ମାତ୍ର ତିନି କି ଚାରି ମାସ।

କିନ୍ତୁ ଦୁଇବର୍ଷ ର ସେହି ଝିଅଟି ଏହା ଦେଖି ବହୁତ ବ୍ୟସ୍ତ ହେଇ ପଡିଥିଲା ବୟସ ଏତେ ଛୋଟ କଣ ବା ଆଉ କରିପାରିବ। କିନ୍ତୁ ସେ ତାର ଆଶା ହରେଇ ନଥିଲା। କଥା ସିନା କହିପାରୁନଥିଲା କିନ୍ତୁ ନିଜ ଆଖି ର ଠାରରେ ସେଠାରେ ଥିବା ଦୁଇଜଣ ପୋଲିସ କର୍ମଚାରୀ ଙ୍କୁ ନିଜ ପାଖକୁ ଡାକିଥିଲା। ପୋଲିସ କର୍ମଚାରୀ ମାନେ ବି ପିଲାଟିକୁ ଦେଖି କଣ ଅସୁବିଧା ହୋଇଛି ଭାବି ଦଉଡି ଆଇଥିଲେ ଆଉ ଯେତେବେଳେ ଆସି ଦେଖିଲେ ଛୁଆଟିର ମା ଅଚେତ ଅବସ୍ଥାରେ ସେଠାରେ ପଡି ରହିଛନ୍ତି। ତେଣୁ ସେମାନେ ଆଉ ଡେରି ନକରି ମହିଳା ଉପରେ ପାଣି ଛିଞ୍ଚି ତାକୁ ସଙ୍ଗେସଙ୍ଗେ ସେଠାରେ ଥିବା ଏକ ହସ୍ପିଟାଲ ରେ ଭର୍ତ୍ତି କରାଇ ଥିଲେ। ପୋଲିସ ମାନେ ପିଲାଟିର ବୁଦ୍ଧି ଦେଖି ବହୁତ ଖୁସି ହେଇଯାଇଥିଲେ। ଛୋଟ ପିଲାଟିଏ ହେଲେ କଣ ହବ ସେ ଠିକ ବୁଝିଛି ମାର ସ୍ନେହ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *