Breaking News

ଚିନ୍ତିତ ଅଛନ୍ତି କି ଭୁଲିବା ରୋଗରୁ । ତେବେ କରନ୍ତୁ ଏହି ଅଦ୍ଭୁତ ଉପାୟ !

ପୃଥିବୀରେ କେତେ ପ୍ରକାର ଲୋକ ବାସ କରନ୍ତି, ଯାହାଙ୍କ ମସ୍ତିଷ୍କ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । କେତେକ ଲୋକ ଏପରି ଥାଆନ୍ତି ଯେ, ଯେଉଁମାନଙ୍କୁ ଭୁଲିବାର ଅଭ୍ୟାସ ରହିଥାଏ । ଆଜି ସମସ୍ତ ବ୍ୟକ୍ତି ବହୁତ ବ୍ୟସ୍ତ ହୋଇଗଲେଣି । ଦୁନିଆ ବଦଳିବା ସଙ୍ଗେ ସଙ୍ଗେ ଲୋକଙ୍କ ଜୀବନ ବହୁତ ଦ୍ରୁତ ବେଗରେ ପରିବର୍ତ୍ତନ ହେବାରେ ଲାଗିଛି । ଯାହା ଫଳରେ ତାଙ୍କ ମସ୍ତିଷ୍କରେ ବହୁତ ଗୁଡ଼ିଏ ଜିନିଷ ରହିଥାଏ, କିନ୍ତୁ ସେ ସମସ୍ତ ବିଷୟକୁ ସ୍ମରଣ ରଖିବା ପାଇଁ ସକ୍ଷମ ହୋଇ ନ ଥାନ୍ତି । କେତେକ ଲୋକ ଏମିତି ମଧ୍ୟ ଥାଆନ୍ତି, ଯାହାଙ୍କ କଥାବାର୍ତା କରିବା ସମୟରେ ଗୋଟିଏ ବିଷୟରୁ ଧ୍ୟାନ ମଧ୍ୟ ହଟିଯାଏ । ତଥା ସମାନେ ଲୋକଙ୍କ ନାମ ଗୁଡ଼ିକ ମଧ୍ୟ ସ୍ମରଣ ରଖିପାରନ୍ତି ନାହିଁ । ତଥା ନିଜର ଦିନଚର୍ଯ୍ୟାରେ ଉପଯୋଗ ହେଉଥିବା ଛୋଟ ଛୋଟ ଜିନିଷ ଗୁଡ଼ିକୁ ମଧ୍ୟ ଭୁଲି ଯାଆନ୍ତି । ବ୍ୟକ୍ତି ଧୀରେ ଧୀରେ ଏହାକୁ ନିଜର ଅଭ୍ୟାସରେ ପରିଣତ କରିଥାଏ ଏବଂ କିଛି ସମୟ ପରେ ଏହି ଅଭ୍ୟାସ ଗୋଟିଏ ରୋଗ ରୂପରେ ସମ୍ମୁଖକୁ ଆସିଥାଏ ।

କଣ ପାଇଁ ହୋଇଥାଏ ଭୁଲିବାର ସମସ୍ୟା :

ଡାକ୍ତର ମାନଙ୍କ ଅନୁସାରେ ସ୍ମରଣ ଶକ୍ତି ହ୍ରାସ ପାଇବା କିମ୍ବା ପରେ ସ୍ମରଣ ଶକ୍ତି ହଜିଯିବା ଦୁଇଟି ଭିନ୍ନ ବିଷୟ ଅଟେ । ବୃଦ୍ଧ ମାନଙ୍କ ଠାରେ ଏହି ସମସ୍ୟାଟି ୬୦ ବର୍ଷ ପରେ ହୋଇଥାଏ, ଯାହାକୁ ଡ଼ିମେନସିଆ କୁହାଯାଏ । ଯୁବକଙ୍କ ଠାରେ ସ୍ମରଣ ଶକ୍ତି ହ୍ରାସ ହେବାର କାରଣଟି ଭିନ୍ନ ରହିଛି ଯେପରି- ଅଧିକ ଚିନ୍ତା, ସିଗାରେଟ, ଆଲକୋହଲ କିମ୍ବା ଅନିୟମିତ ନିଦ୍ରା । ମାର୍ଗ ବା ସଡ଼କ ଦୁର୍ଘଟଣା କିମ୍ବା ମସ୍ତିଷ୍କରେ ଟ୍ୟୁମର କାରଣରୁ ମଧ୍ୟ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । କିନ୍ତୁ ଏହି ଦୁଇଟି କାରଣରୁ ସ୍ମରଣ ଶକ୍ତି ହ୍ରାସ ପାଇବାର ସର୍ଜିକଲ ଉପାୟ ରହିଛି । ଯଦି ଅନିୟମିତ ଦିନଚର୍ଯ୍ୟାରୁ ସ୍ମରଣ ରଖିବା କ୍ଷମତା ହ୍ରାସ ପାଇଥାଏ; ତେବେ ଏହାକୁ ମେଡିଟେସନ ବା ଧ୍ୟାନ, ଯୋଗ ବା ସୁଷମ ଖାଦ୍ୟରୁ ଠିକ କରାଯାଇ ପାରିବ । ଯଦିଓ, ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଚିକିତ୍ସିତ ଔଷଧ ଗୁଡ଼ିକର ସେବନକୁ ଉଚିତ ବୋଲି ଗ୍ରହଣ କରାଯାଏ ନାହିଁ ।

ଉପାୟ ଗୁଡ଼ିକ ବ୍ୟବହାର ନିଶ୍ଚିତ କରନ୍ତୁ ଉପକୃତ ମିଳିବ –

୧ – ଯଦି ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ଅଛି; ତେବେ ଆପଣ ଗହମର ରସକୁ ଚିନି ଏବଂ ବାଦାମରେ ମିଶାଇ ପିଅନ୍ତୁ; ଏଥିରୁ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବ ।

୨ – ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଅଖରୋଟ ନିଶ୍ଚୟ ସେବନ କରନ୍ତୁ । କାରଣ ଅଖରୋଟରେ ଏଣ୍ଟିଆକ୍ସିଡେଣ୍ଟ ବା ଭିଟାମିନ-ଇ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରରେ ଉପସ୍ଥିତ ଥିବା ପ୍ରାକୃତିକ ରସାୟନ ଦ୍ୱାରା ରୋଗକୁ ଅଟକାଇବାରେ ସହାୟକ ହୋଇଥାଏ । ଏଥିପାଇଁ ପ୍ରତିଦିନ ଅଖରୋଟର ସେବନ ନିଶ୍ଚୟ କରନ୍ତୁ ।

୩ – ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ନାଲି ଏବଂ ନୀଳ ରଙ୍ଗର ଫଳ ଗୁଡ଼ିକର ସେବନ ନିଶ୍ଚୟ କରିବା ଉଚିତ । ଏଥିରୁ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ସେଓ ଏବଂ ବ୍ଲୁବେରୀ ଖାଇବା ଦ୍ୱାରା ମସ୍ତିଷ୍କ ବହୁତ ବେଗରେ କାମ କରେ ଏବଂ ଭୁଲିବା ରୋଗ ଦୂର ହୋଇଥାଏ ।

୪ – କୌଣସି ମଧ୍ୟ ବ୍ୟକ୍ତିକୁ ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ବ୍ରାହ୍ମୀର ରସ ବା ଚୁର୍ଣ ଜଳ ଅଥବା ମିଶ୍ରି ସହିତ ସେବନ କରିବା ଦ୍ୱାରା ଲାଭ ଦାୟକ ହୋଇଥାଏ ଏବଂ ଏହାର ତେଲରୁ ମୁଣ୍ଡରେ ମାଲିସ କରିବା ଦ୍ୱାରା ମସ୍ତିଷ୍କ ଦୃଢ଼ ରହିଥାଏ ।

୫ – ସ୍ମରଣ ଶକ୍ତିକୁ ବୃଦ୍ଧି କରିବା ପାଇଁ ପରିବା ରୂପରେ ବାଇଗଣର ସେବନ କରିବା ଉଚିତ । ବାଇଗଣ ମସ୍ତିଷ୍କକୁ ଦୃଢ଼ ଏବଂ ତେଜ କରିବାରେ ସହାୟକ ହୋଇଥାଏ । କାରଣ ବାଇଗଣରେ ମିଳୁଥିବା ପୋଷକ ତତ୍ତ୍ୱ ମସ୍ତିଷ୍କର ଟିସୁକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତଥା ବିଟ ଏବଂ ପିଆଜ ମଧ୍ୟ ମସ୍ତିଷ୍କକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ସ୍ମରଣ ଶକ୍ତିକୁ ଦୃଢ଼ କରିବା ପାଇଁ ମେମୋରୀ ବା ସ୍ମରଣ ଶକ୍ତି ଜନିତ ଟିପ୍ସ :

ଶୋଇବା ପୂର୍ବରୁ ଥରେ ଦିନସାରା କରିଥିବା କାମକୁ ପୁନର୍ବାର ମନେ ପକେଇବା ଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇଥାଏ । ଆପଣ ସମସ୍ତ ଦିନଚର୍ଯ୍ୟାକୁ ମନେ ପକାଇ ପାରୁ ନାହାଁନ୍ତି; ତେବେ ଏହା ସ୍ମରଣ ଶକ୍ତି ହ୍ରାସ ପାଇବାର ଆରମ୍ଭ ଅଟେ ।

ମସ୍ତିଷ୍କରେ ଜିନିଷ ଗୁଡ଼ିକର ଚିତ୍ରଣ କରି ଆମେ କୌଣସି ଜିନିଷ କିମ୍ବା କଥା ଉପରେ ନିଜର ଏକାଗ୍ରତା ବୃଦ୍ଧି କରିପାରିବେ । କାର୍ଯ୍ୟର ଗୋଟିଏ ଲିଷ୍ଟ ବା ସୂଚୀ ତିଆରି କରନ୍ତୁ ଏବଂ ତାହାକୁ କୌଣସି ଜିନିଷ ସହିତ ସମୟୋଜିତ କରନ୍ତୁ । ଏଥିରୁ ଏହି ସମସ୍ତ ଜିନିଷ ଗୁଡ଼ିକୁ ସ୍ମରଣ କରିବା ଦ୍ୱାରା ସେହି ସମ୍ବନ୍ଧିତ କାର୍ଯ୍ୟ ମଧ୍ୟ ମନେ ପଡ଼ିଯିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *