Breaking News

କୋରୋନା ପାଇଁ ଭାଙ୍ଗିଲା ସବୁ ରେକର୍ଡ || ଆଜି ଭୟଙ୍କର ଶସ୍ତା ହେଲା ସୁନା

ସାରା ଦେଶ ବ୍ୟାପି ଏବେ କରୋନା ର ମହାସମର ଚାଲିଥିବା ବେଳେ ଏବେ ଏହାରି ମଧ୍ୟ ରେ ଅନ୍ୟ ଏକ ବଡ଼ ଖବର ଆସି ପହଞ୍ଚିଛି।ତାହା ହେଇଛି ସୁନା ଦର ହ୍ରାସ।ସୁନା ଦର ଆଗ ଅପେକ୍ଷା ଯଥେଷ୍ଟ ହ୍ରାସ ପାଇଛି। ସୁନା ୧୦ ଗ୍ରାମ ପିଛା ଦର ପ୍ରାୟ ୪୦୦୦ ଟଙ୍କା କମିଥିବା ସୂଚନା ମିଳିଛି। ପୂର୍ବ ଦର ଅନୁସାରେ ସୁନା ୧୦ ଗ୍ରାମ ପ୍ରତି ୫୦,୬୨୦ ଟଙ୍କା ଥିବା ବେଳେ ଏବେ ତାହା ୧୦ ଗ୍ରାମ କୁ ୪୫,୯୮୦ ଟଙ୍କା କୁ ହ୍ରାସ ପାଇଛି । ବିଭିନ୍ନ ସହର ରେ ଏହାର ଭିନ୍ନ ଭିନ୍ନ ଦାମ୍ ରହିଛି।

ଦିଲ୍ଲୀ ରେ ୨୨ କ୍ୟରେଟ୍ ସୁନା ୧୦ ଗ୍ରାମ ପିଛା ୪୬,୪୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇ ରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୪,୯୮୦ ଟଙ୍କା ରହିଛି, ସେହିଭଳି ବେଙ୍ଗାଳୁରୁ ରେ ୨୨ କ୍ୟାରେଟ୍ ସୁନା ର ଦାମ୍ ୧୦ ଗ୍ରାମ ପିଛା ୪୪୧୫୦ ଟଙ୍କା ରହିଛି।ଅନେକ ଦିନ ଧରି ସୁନା ଦର ଆକାଶ ଛୁଆଁ ଥିବା ବେଳେ ଏବେ ତାହା କିଛି ମାତ୍ରା ରେ ହ୍ରାସ ପାଇଥିବା ଏକ ବଡ଼ ଖବର।ତେବେ ଅର୍ଥନୀତି ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ଅନ୍ତର୍ଜାତୀୟ ସ୍ତର ରେ ଡଲାର ଏବଂ ସୁନା ମଧ୍ୟ ରେ ପ୍ରତିଯୋଗୀତା ଲାଗିରହିଥାଏ।ଯେତେବେଳେ ସୁନା ର ଦାମ୍ ବୃଦ୍ଧି ପାଇଥାଏ ସେହି ସମୟରେ ଡ଼ଲାର ର ଦାମ୍ ହ୍ରାସ ପାଇଥାଏ।

ସେହିଭଳି ଡଲାର ର ଦାମ୍ ବୃଦ୍ଧି ପାଇଲେ ସୁନା ର ଦର ହ୍ରାସ ପାଇଥାଏ।ତେବେ ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ଖରାପ ଥିବା କାରଣ ରୁ ସୁନା ଦର ଅକସ୍ମାତ୍ ବୃଦ୍ଧି ପାଇଥିଲା। ହେଲେ ଚଳିତ ବର୍ଷ ବିଶ୍ୱ ସ୍ତର ରେ ଡଲାର ର ଦାମ୍ ବୃଦ୍ଧି ପାଇଥିବାରୁ ସୁନା ର ଦର ହ୍ରାସ ପାଇଛି।ହେଲେ ଏହି ଦର କେତେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ ଏ ସଂମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ ।ତେବେ ଆଗକୁ ଡଲାର ର ଦାମ୍ ହ୍ରାସ ପାଇଲେ ସୁନା ଦର ପୁଣି ଥରେ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବା ସ୍ପଷ୍ଟ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ।ତେବେ ସବୁ ପରେ ଦୀର୍ଘ ୧.୫ ବର୍ଷ ପରେ ସୁନା ର ଦର ହ୍ରାସ ଏକ ବଡ଼ କଥା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି 4 ଗୋଟି ରାଶିର ବ୍ୟକ୍ତିଙ୍କ ଉପରେ ଆଜିଠୁ ରହିବ ସନିଦେବଙ୍କ କୃପା ରହିବ ଆପଣଙ୍କ ରାଶି ନାହିଁ ତ ଏଥିରେ …

ହେଲୋ ଫ୍ରେଣ୍ଡସ ଆଜିକା ସମୟରେ ପ୍ରତେକ ବ୍ୟକ୍ତି ଦୁର୍ଭାଗ୍ୟକୁ ନେଇ ଚିନ୍ତାରେ ରହିଥାନ୍ତି | ପ୍ରତେକ ବ୍ୟକ୍ତି ଜୀବନରେ ସବୁକ୍ଷେତ୍ରରେ …

Leave a Reply

Your email address will not be published.