Breaking News

କଲ କରି କ୍ୟୁଆର୍‌ କୋଡ୍ ଦ୍ଵାରା ଲୁଟିନେଲେ ଟଙ୍କା. . .

ଗୌତମବୁଦ୍ଧ ନଗର ଜିଲ୍ଲାରେ ସାଇବର ଠକେଇକୁ ନେଇ ପ୍ରତିଦିନ ମାମଲା ସାମ୍ନାକୁ ଆସିବାରେ ଲାଗୁଛି। ସାଇବର ଠକ କେବଳ ଟେକ୍ନୋଲୋଜି ସହ ଅଜ୍ଞାତ ଲୋକଙ୍କୁ ନୁହେଁ, ସୂଚନା ରଖୁଥିବା ଲୋକଙ୍କୁ ମଧ୍ୟ ଫସାଉଛନ୍ତି।


ସାଇବର ଠକ ବିଟେକ୍ ଫାଇନାଲ୍ ବର୍ଷର ଜଣେ ଛାତ୍ରଙ୍କ ମୋବାଇଲକୁ କଲ୍‌ କରି ନିଜକୁ ବାବା ବୋଲି କହିଥିଲେ ଏବଂ କହିଲେ ହ୍ବାଟସ୍ ଖୋଲ । ଏହା କହିବା ପରେ କଲ୍‌ କାଟିବା କ୍ଷଣି ଆକାଉଣ୍ଟରୁ ୨୫ହଜାର ଟଙ୍କା ଗାଏବ ହୋଇଗଲା। ହ୍ବାଟସ୍ ଅପ୍‌ରେ ଏକ କ୍ୟୁଆର୍‌ କୋଡ୍ ଲିଙ୍କ୍ ପଠାଇଥିଲେ। ଏହି ଲିଙ୍କ୍‌ ଖୋଲିବା ମାତ୍ରେ ସାଙ୍ଗେ ସାଙ୍ଗେ ଆକାଉଣ୍ଟରୁ ଟଙ୍କା ଉଡ଼ିଗଲା। କେବଳ ସେତିକି ନୁହେଁ, ଅନ୍ୟମାନଙ୍କଠାରୁ ଫୋନ୍‌ ପେ’ରେ ନଗଦ ଟଙ୍କା ଦେବାନେବା ଏବଂ ରୁଣ ଦେବା ନାମରେ ପ୍ରତାରଣା ମଧ୍ୟ କରାଯାଇଥିଲା।

ଦାଦରୀର ଗୁରୁଜୀ କଲୋନୀର ବାସିନ୍ଦା ପୀୟୁଷ ଶର୍ମା କହିଛନ୍ତି ଯେ, ସେ ଜଣେ ବି.ଟେକ୍ ଅନ୍ତିମ ବର୍ଷର ଛାତ୍ର। ଅଗଷ୍ଟ ୮ରେ, ତାଙ୍କ ମୋବାଇଲକୁ ଏକ ଅଜ୍ଞାତ ନମ୍ବରରୁ ଏକ କଲ ଆସିଥିଲା । କଲର୍ କହିଲା ମୁଁ ବାବା କହୁଛି । ପୀୟୁଷ ଭାବିଲେ ଯେ କୌଣସି ଜରୁରୀ କାର୍ଯ୍ୟ ହୋଇଥିବ ସେଥିପାଇଁ ସେ ତାଙ୍କ ସହିତ କଥା ହୋଇଥିଲେ। ଏହା ପରେ ବାବା କହିଲେ ଯେ, ତୁମ ହ୍ବାଟସ୍ ଆପ୍କୁ କିଛି ପଠାଇଛି, ଯାଞ୍ଚ କର। ପୀୟୁଷଙ୍କୁ ହ୍ବାଟସ୍ ଆପ୍କୁ ପଠାଯାଇଥିବା ଲିଙ୍କ୍- କ୍ୟୁଆର କୋଡ୍ କ୍ଲିକ୍ କରିବା ମାତ୍ରେ ତାଙ୍କୁ ସ୍କାନ୍ କରିବାକୁ ପଡ଼ିଥିଲା। ସ୍କାନ ପରେ ବ୍ୟାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଗାଏବ ହୋଇଗଲା।


ପୀୟୁଷ କହିଛନ୍ତି ଯେ, କ୍ୟୁଆର କୋଡ୍ ଉପରେ କ୍ଲିକ୍ କରିବା ପରେ ଗୁଗୁଲ୍ ପେ’ ସହ ସଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଗଲା। କଲ୍ ଫେରିବା ପରେ ଅଭିଯୁକ୍ତ ପୀୟୁଷଙ୍କୁ ଧମକ ଦିଆଯାଇଥିଲା। ପୀୟୁଷ କହିଛନ୍ତି ଯେ, ସେ ସାଇବର ଠକଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ଅଛନ୍ତି ଏବଂ ସାବଧାନ ଅଛନ୍ତି। କିନ୍ତୁ ବାବାଙ୍କ କଥାକୁ ସେ ବୁଝିପାରିଲେ ନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପରୀ କେସରେ ଆସିଲା ନୂଆ ମୋଡ – ପରି ଙ୍କ ପାଇଁ ତାଙ୍କ ମା ଏମିତି କିଛି କହିଲେ , ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଓଡିଶାରେ ସବୁଠୁ ଚାଞ୍ଚଲ୍ୟକର ଘଟଣା ପାଲଟିଛି ନୟାଗଡର କୁନି ଝିଅ ପରୀର କେସ । ଏହା ସହିତ ପ୍ରତି …

Leave a Reply

Your email address will not be published. Required fields are marked *