Breaking News

ବ୍ରାହ୍ମଣ ଯୁବତୀଙ୍କୁ ବିବାହ କଲେ ମିଳିବ 3 ଲକ୍ଷ ଟଙ୍କା ସରକାର ଆଣିଲେ ନୂଆ ନିୟମ ଜାଣନ୍ତୁ ସମ୍ପୁର୍ଣ୍ଣ ଖବର..

କର୍ଣ୍ଣାଟକ ସରକାର ଆଣିଲେ ନୂଆ ନିୟମ ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା। କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରେୟୀ ନାମରେ ୨ଟି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛି ।ଅରୁନ୍ଧତୀ ଯୋଜନା ରେ ପ୍ରତି ବ୍ରାହ୍ମଣ ଝିଅ ଙ୍କୁ ବିବାହ ସମୟରେ ଝିଅ ଘର ପରିବାର ଲୋକଙ୍କୁ ବୋର୍ଡ ତରଫର 25,000 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

କିନ୍ତୁ ଯଦି ଯୁବତୀ ଜଣକ ନିଜ ସମୁଦାୟର ଜଣେ ପୁରୋହିତ କିମ୍ବା ମନ୍ଦିର ପୂଜାରୀଙ୍କୁ ବିବାହ କରିବେ,ତାହେଲେ ତାଙ୍କୁ ବୋର୍ଡ ତରଫରୁ 3 ଲକ୍ଷ ଟଙ୍କା ଦିଆଯିବ। ଏଥିପାଇଁ ବହୁତ ଗୁଡିଏ ସର୍ତ୍ତ ମଧ୍ୟ ରଖାଯାଇଛି ଯେମିତିକି ବିବାହ ର 5 ବର୍ଷ ପରେ ଏହି ସହାୟତା ଦିଆଯିବ।ଏହି ସହାୟତା ପାଇବା ପାଇଁ ଦମ୍ପତି ବୋର୍ଡ ର ୱେବସାଇଟ ରେ ପଞ୍ଜିକରଣ କରିବାକୁ ପଡିବ।

ସେମାନେ ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ସେମାନଙ୍କୁ ପ୍ରମାଣ ଦାଖଲ କରିବାକୁ ପଡ଼ିବ। ବୋର୍ଡ କହିଛି କି ଅନେକ ମନ୍ଦିର ପୂଜାରୀ ଓ ପୁରୋହିତ ବହୁତ ଗରିବ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ସେଥିପାଇଁ ଏମାନଙ୍କୁ ଏହି ଯୋଜନା ମାଧ୍ୟମରେ ସହାୟତା ଯୋଗାଈ ଦିଆଯିବ।


ଆପଣ ମାନେ ମଧ୍ୟ ଦେଖିଥିବେ ମନ୍ଦିର ରେ ପୂଜା କରୁଥିବା ବହୁତ ପୂଜକ ମାନେ ପ୍ରାୟ ତ ଗରିବ ଶ୍ରେଣୀ ର ସେଥିପାଇଁ ବୋର୍ଡ ଏମିତି ଏକ ଯୋଜନା ଲାଗୁ କରିଥିବା କୁହାଯାଉଛି।ସେହି ପୂଜକ ମାନଙ୍କ ଆର୍ଥିକ ସ୍ଥିତି ଦୃଢ଼ କରିବା ପାଇଁ ବୋର୍ଡ ବହୁତ ପ୍ରକାର ଯୋଜନା ଗୁଡି଼କ ଆରମ୍ଭ କରୁଛି ତେବେ ଦେଖାଯାଉ ଏହି ଯୋଜନା ଗୁଡିକ କେତେ ଫଳପ୍ରଦ ହେଉଛି।


ଦିଆଯାଉଥିବା ଅର୍ଥ କୁ ବ୍ୟବହାର କରି ସେମାନେ ଛୋଟ ମୋଟ ବ୍ୟବସାୟ ଆରମ୍ଭ କରିପାରିବେ।କିନ୍ତୁ ଏହି ଯୋଜନା କୁ ବିରୋଧୀ ମାନେ ସମାଲୋଚନା କରିଛନ୍ତି। ବ୍ରାହ୍ମଣ ପରିବାରର ଝିଅମାନେ ଯେପରି ଉଚ୍ଚ ଶିକ୍ଷା ହାସଲ କରିପାରିବେ ଏବଂ ନିଜେ କିଛି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିବେ, ସେଥିପାଇଁ ରାଜ୍ୟ ସରକାର କାହିଁକି ସହାୟତା ଦେଉନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଜଣେ ବ୍ରାହ୍ମଣ ଯୁବତୀ କଣ ଖାଲି ବିବାହ କରିବା ନା କଣ ?ସେମାନେ କେମିତି ଉଚ୍ଚ ଶିକ୍ଷିତ ହୋଇପାରିବ ସେ ନେଇ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *