Breaking News

ଚମତ୍କାର ! ବିଶ୍ୱାସର ଠାକୁରାଣୀ!!ମା’ ବୋଲି ଡାକିଦେଲେ ବାଜୀଉଠେ ବଇଁଶୀ!

ବୋଲଗଡ଼ ଜିଲ୍ଲା ବେଲପଦର ଗ୍ରାମ ର ଯୋଗୀନାଥ ବେହେରା। ପେଷାରେ ସେ ଜଣେ ଗୋ ପାଳକ ହେଲେ ନିଶା କିନ୍ତୁ ସଙ୍ଗୀତ ବାଦନ। ଟାଇଁ ଟାଇଁ ଖରାବେଳେ ସେ ତାଙ୍କ ଗାଇ ଗୁଡିକୁ ଛାଡି ଦେଇ ଆସନ୍ତି ଗାଁର ଏହି ପ୍ରତେକ୍ଷ ଠାକୁରାଣୀ ମା ଡାକ ଦେବୀଙ୍କ ପାଖକୁ।ସେଠାରେ ମା’ଙ୍କ ଦୈବୀ ଶକ୍ତିରେ ସେ ବଂଶୀ ବଜାଇଥାନ୍ତି। ହଁ ଆଜ୍ଞା ବିଶ୍ୱାସ ରହିଛି କୁଆଡେ ସେ ବଂଶୀ ବଜାଇବା ସମୟରେ ନିଜେ ମା ଡାକଦେବୀ ତାଙ୍କ ଦେହରେ ପ୍ରବେଶ କରିଥାନ୍ତି।ମା ଡାକଦେବୀ ବୋଲଗଡ଼ ଜିଲ୍ଲା ବେଲପଦର ଗ୍ରାମରେ ଖୋଲା ଆକାଶ ତଳେ ଥିବା ଏକ ବିରାଟ କଇଁଆ ଗଛ ମୂଳେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି।

ଏହି ପୀଠର ଚାରି ପଟକୁ ଘେରି ରହିଛି ବଣ ଜଙ୍ଗଲ ଘେରା ସୁନ୍ଦର ପରିବେଶ ତା ସାଙ୍ଗକୁ ଯୋଗିନାଥ ଙ୍କ ବଇଁଶୀ ସ୍ୱର। ହଁ ଆଜ୍ଞା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମା ଙ୍କୁ ଡାକିଲେ କୁଆଡେ ସେ ଓ କରନ୍ତି। ବୋଧୁଏ ସେଥିପାଇଁ ତାଙ୍କ ନାମ ଡାକ ଦେବୀ ରଖାଯାଇଛି। ସେଠାକାର ପରିବେଶ କୁ ଅଧିକ ମଧୁର୍ଯ୍ୟରେ ଭରିଦିଏ ଯୋଗୀ ଙ୍କର ବଇଁଶୀ ସ୍ୱର। ଛୋଟ ଠାରୁ ବଡ଼ ଲୋକ ପର୍ଯ୍ୟନ୍ତ ଏବଂ ପଶୁ ପକ୍ଷୀ ଗାଈ ଗୋରୁ ସମସ୍ତେ ଆସନ୍ତି ତାଙ୍କର ଏହି ବଇଁଶୀ ସ୍ୱର ଶୁଣିବାକୁ। ଯୋଗୀନାଥ ଏକ ଗୋପାଳ ଘରେ ଜନ୍ମ। ପିଲାବେଳୁ ତାଙ୍କର ସଙ୍ଗୀତ ଶିଖିବାରେ ବହୁତ ଆଗ୍ରହ ମାତ୍ର ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ସେ ଶିଖି ପାରିନଥିଲେ।

ଗୋପାଳ ପରିବାରରେ ଜନ୍ମ ହୋଇଥିବାରୁ ସେ ପ୍ରତିଦିନ ଗାଈ ଚରେଇବାକୁ ଯାଆନ୍ତି। ଗାଈଗୋରୁ ଚରେଇବା ବେଳେ ଏକୁଟିଆ ହୋଇଯିବାରୁ କିଛି ସମୟ ବସି ବଇଁଶୀ ବଜାଇଛନ୍ତି। ତାଙ୍କୁ ସ୍ୱର ତାଳ କୌଣସି ଥିରେ ଜ୍ଞାନ ନାହିଁ ମାତ୍ର ସେ କୁହନ୍ତି ମୁଁ ବଂଶୀ ବଯାଇବା ଆରମ୍ଭ କଲେ ମା ବୋଲି ଟିକିଏ ଡାକିଡିଏ।

ତାପରେ ଏମିତି ଲାଗେ ସତେକି ମା ନିଜେ ମୋ ଦେହରେ ପ୍ରବେଶ କରି ସବୁ ସ୍ୱର ତାଳ ଲୟ ମତେ ଶିଖାଇଦିଆନ୍ତି। ତେଣୁ ସେ ପ୍ରତିଦିନ ଦୁଇ ଘଣ୍ଟା ମା ଙ୍କ ପାଖରେ ବସି ବଇଁଶୀ ବଜାଇ। ଏହି ମା ଡାକଦେବୀ ଙ୍କ ମନ୍ଦିରରେ କାହିଁ କେତେ ଆଡୁ ଲୋକଙ୍କ ଭିଡ଼ ଲାଗିଥାଏ । ମା ଙ୍କୁ ଦର୍ଶନ କରି ଭକ୍ତ ମାନେ ତାଙ୍କର ସମସ୍ତ ଦୁଃଖ କଷ୍ଟ ଜଣାଇଥାନ୍ତି। ତା ସହିତ ମା ଙ୍କର ଏହି ଭକ୍ତ ଯୋଗୀନାଥ ଙ୍କ ସୁମଧୁର ବଇଁଶୀ ମଧ୍ୟ ଶୁଣିଥାନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର ଦୁ-ଷ୍କ-ର୍ମ-କା-ରୀ-ଙ୍କ ପାଇଁ ଆଣିଲେ କ-ଡା ଆଇନ, ଏବେ ଦୁ-ଷ୍କ-ର୍ମ-କା-ରୀ- ଙ୍କୁ କରାଯିବ ନଂ-ପୁ-ସ-କ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସବୁଦେଶ ରେ ଦୁ-ଷ୍କ-ର୍ମ କରିବା ର ଅଭିଯୋଗ ବୃଦ୍ଧି …

Leave a Reply

Your email address will not be published. Required fields are marked *