Breaking News

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। ସାପକୁ ଧରିବା ପାଇଁ ଲୋକମାନେ ସାପ ଧରାଳିଙ୍କୁ ଡକାଇଥାନ୍ତି। ପ୍ରାୟତଃ ସମସ୍ତେ ଦେଖିଥିବେ ସାପ ଧରିବା କାମ ମୁଖ୍ୟତଃ ପୁରୁଷ ମାନେ କରିଥାଆନ୍ତି। ହେଲେ ଆପଣ କଣ କେବେ କେଉଁଠି ଦେଖିଛନ୍ତି କି ଜଣେ ମହିଳା ହୋଇ ମଧ୍ୟ ସାପ ଧରିବାକୁ ଯିବା? ହୁଏତ କଥାଟି ଶୁଣିବାକୁ ସମ୍ପୂର୍ଣ୍ଣ ନୂଆ ଲଗୁଥାଇପାରେ। ଏବେ ଏଭଳି କାର୍ଯ୍ୟକୁ କରି ଦେଖାଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦା ନୂଆଗାଁ ନିବାସୀ ସସ୍ମିତା ଗୋଛାୟତ। ସସ୍ମିତା ଜଣେ ସାଧାରଣ ଗୃହିଣୀ ହେବାସହ ସାପ ଧରିବା କାର୍ଯ୍ୟରେ ମଧ୍ୟ ନିଜ ସ୍ବାମୀଙ୍କୁ ସାହାଯ୍ୟ କରିଥାନ୍ତି। ସାପ ମାନଙ୍କୁ ଘରୁ ଉ-ଦ୍ଧା-ର କରିବା ସହ ତାଙ୍କୁ ନେଇ ସେ ସୁ-ର-କ୍ଷି-ତ ଭାବରେ ଜଙ୍ଗଲରେ ଛାଡି ଥାଆନ୍ତି।

କେବଳ ଏତିକି ନୁହେଁ ବରଂ ସେ ନିଜ ଘରେ ମଧ୍ୟ ଅନେକ ପ୍ରଜାତିର ପକ୍ଷୀ, ପଶୁ ଓ ମାଛ ମାନଙ୍କୁ ଆଶ୍ରୟ ଦେଇ ରଖିଛନ୍ତି। ଏହା ସହିତ ସେ ନିଜ ଘର ଭିତରେ ଓ ବାହାରେ ପ୍ଲାଷ୍ଟିକ ଓ କୁଣ୍ଡ ସାହାଯ୍ୟରେ ଭଳିକି ଭଳି ଗଛଲତା ଓ ଉଦ୍ଭିଦ ଲଗାଇଛନ୍ତି। ନିଜ ପିଲାଙ୍କ ଭଳି ସସ୍ମିତା ପଶୁ ପକ୍ଷୀ ମାନଙ୍କ ଠାରୁ ଆରମ୍ଭ କରି ଗଛ ଲତା ପର୍ଯ୍ୟନ୍ତ ସମସ୍ତଙ୍କର ଯତ୍ନ ନେଇଥାନ୍ତି। ସସ୍ମିତାଙ୍କର ନିଜର ୨ ଟି ପୁଅ ଝିଅ ଅଛନ୍ତି। ସେମାନଙ୍କ ଯତ୍ନ ନେବା ସହିତ ସେ ନିଜ ସ୍ବାମୀଙ୍କୁ ପଶୁ ପକ୍ଷୀ ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି। ସସ୍ମିତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ଗୋଛାୟତ ମଧ୍ୟ ଜଣେ ପ୍ରକୃତି ପ୍ରେମୀ।

କୃଷ୍ଣଚନ୍ଦ୍ରଙ୍କ କହିବାନୁଯାୟୀ, ସେ ବିଗତ ୮ ବର୍ଷ ଧରି ଜୀବ ଜନ୍ତୁଙ୍କ ସୁରକ୍ଷାକୁ ନିଜର ନି- ଶା କରିଆସିଥିବା ବେଳେ ଏବେ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହ ଏହି କାର୍ଯ୍ୟରେ ଯୋଡି ହୋଇଛନ୍ତି। ପତ୍ନୀ ନିଜ ଇଚ୍ଛାରେ ଏହି କାର୍ଯ୍ୟ କରୁଥିବା କହିଛନ୍ତି କୃଷ୍ଣଚନ୍ଦ୍ର। ପତ୍ନୀଙ୍କ ଏଭଳି କାର୍ଯ୍ୟ ଓ ନିଜ ଉପରେ ଥିବା ଆତ୍ମବିଶ୍ବାସ ଦେଖି ସେ ନିଜ ପତ୍ନୀଙ୍କୁ ନେଇ ଗର୍ବିତ ବୋଲି ସେ ମଧ୍ୟ କହିଛନ୍ତି। ଯେ କୌଣସି ଜୀବଜନ୍ତୁ ବିପଦରେ ପଡ଼ିଥିବା ଶୁଣିଲେ ତାଙ୍କୁ ପ୍ରାଥମିକତାର ସହ ଉଦ୍ଧାର କରିଥାନ୍ତି କୃଷ୍ଣଚନ୍ଦ୍ର। କାହା ଘରେ ସାପ ପଶିଥିବା ଶୁଣିବା ମାତ୍ରେ ତାକୁ ଉଦ୍ଧାର କରିବା ପାଇଁ ବାଇକ୍ ଧରି ସଙ୍ଗେ ସାଙ୍ଗେ ବାହାରି ପଡ଼ନ୍ତି ଏହି ଦମ୍ପତ୍ତି।

ନିକଟରେ ଶିମିଳିପାଳ ପାଦଦେଶ ପିଠାବଟା ନିକଟରୁ ଏକ ଭୟଙ୍କର ଅହିରାଜ ସାପକୁ ଉ-ଦ୍ଧା-ର କରି ଚର୍ଚ୍ଚାକୁ ଆସିଛନ୍ତି ସସ୍ମିତା। ବିଗତ ୩ ବର୍ଷ ମଧ୍ୟରେ ସସ୍ମିତା ପାଖାପାଖି ୨୫୦୦ ସାପ ଉଦ୍ଧାର କରିଥିବା କହିଛନ୍ତି। ପ୍ରଥମେ ପ୍ରଥମେ ଏହି କାମରେ ଜୀବନ ପ୍ରତି ବିପଦ ଥିବା ଜାଣି ସେ ନିଜ ସ୍ବାମୀଙ୍କୁ ଏଭଳି କାମ କରିବା ପାଇଁ ବାରଣ କରୁଥିଲେ। କିନ୍ତୁ ପରେ ଏହି ନିରୀହ ପ୍ରାଣୀ ମାନଙ୍କୁ ଉ-ଦ୍ଧା-ର କରିବା ପାଇଁ ସେ ସ୍ବାମୀଙ୍କ ସହ ଆଗେଇ ଆସିଥିଲେ। ସାପ ପ୍ରତି ଲୋକଙ୍କ ମନରୁ ଅଯଥା ଭ-ୟ ଦୂର କରିବା ସହିତ ଏହି ନିରୀହ ଜନ୍ତୁର ସୁ-ର-କ୍ଷା ପାଇଁ ସସ୍ମିତା ଯେଉଁଭଳି ଆଗେଇ ଆସିଛନ୍ତି। ତାହା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ଢେର୍ ପ୍ରଶଂସା କରୁଛନ୍ତି ।

 

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

PM Kisan Yojana କୁ ନେଇ ବଡ ଘୋଷଣା ଏବେ ଚାଷୀଙ୍କୁ 2000 ବଦଳରେ ମିଳିବ 5000 ଟଙ୍କା, କେମିତି ପାଇବେ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କୃଶକ ମାନ ଙ୍କ ପାଇଁ …

Leave a Reply

Your email address will not be published. Required fields are marked *