Breaking News

ବିନା ପିଲର ରେ ତିଆରି ପୋଲ ହାୱଡା ବ୍ରିଜ ର ଚମତ୍କାରୀ ରହସ୍ୟ ?

ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଆମ ଦେଶର ଏକ ଆଶ୍ଚର୍ଯ୍ୟ ବ୍ରୀଜ୍ ହାୱଡା ବ୍ରୀଜ୍ ସମ୍ପର୍କରେ। ହାୱଡା ବ୍ରୀଜ୍ ର ସୋନ୍ଦର୍ଯ୍ୟ ସାରା ବିଶ୍ବକୁ ତା ନିକଟକୁ ଆକର୍ଷିତ କରିଥାଏ ଏହି ବ୍ରୀଜ୍ ଏତେ ଆକର୍ଷିତ କରେ ଯେ ଏଠାରେ ହଲିଉଡ୍ ଫିଲ୍ମ ସୁଟିଂ କରିବାକୁ ଦୂର ଦୁରାନ୍ତରରୁ ଲୋକ ଆସନ୍ତି। ଏହା ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହ ରହସ୍ୟମୟ ବ୍ରୀଜ୍ ଅଟେ। ଦର୍ଶକ ବନ୍ଧୁ ଆଜି ଜାଣିବା କଲିକତାର ହାୱଡା ବ୍ରୀଜ୍ ରହସ୍ୟ।

ବନ୍ଧୁଗଣ ହାୱଡା ବ୍ରୀଜ୍ କଲିକତାର ହୁଗୁଳି ନଦୀ ଉପରେ ନିର୍ମାଣ କରାଯାଇଛି। ଏହି ବ୍ରୀଜ୍ ମାଧ୍ୟମରେ କଲିକତା ଓ ହାୱଡା ପରି ଦୁଇଟି ବଡ଼ ବଡ଼ ସହର ସଂଯୋଗ ହୋଇଛି। ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କାହିଁକି ଏହି ବ୍ରୀଜ୍ ରହସ୍ୟର କେନ୍ଦ୍ର ପାଲଟିଛି। ହାୱଡା ବ୍ରୀଜ୍ ର ନିର୍ମାଣ କାର୍ଯ୍ୟ ୧୯୩୭ ମସିହାରେ ଇଂରେଜମାନଙ୍କ ଜ୍ଞାନ କୌଶଳରେ ଆରମ୍ଭ ହୋଇଥିଲା।

ଦର୍ଶକବନ୍ଧୁ ଏହି ବ୍ରୀଜ୍ ର ମୁଖ୍ୟ ଲକ୍ଷ୍ୟ ଥିଲା କେମିତି ବିନା ପିଲର୍ ରେ ଏହି ବ୍ରୀଜ୍ ନିର୍ମାଣ କରାଯିବ କାରଣ ହୁଗୁଳି ନଦୀରେ ଅନେକ ଜାହାଜ ଯିବା ଆସିବା କରୁଥିଲା ତେଣୁ ଯଦି ଏଠାରେ ପିଲର୍ ହୋଇଥାନ୍ତା ତେବେ ଜାହାଜକୁ ଯିବା ଆସିବା କରିବାରେ ବେଶ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାନ୍ତା। ତେଣୁ ଏହି ଜିନିଷକୁ ଆଖି ଆଗରେ ରଖି ଇଞ୍ଜିନିୟର ମାନେ ବିନା ପିଲର୍ ରେ ହାୱଡା ବ୍ରୀଜ୍ ନିର୍ମାଣ କରିଥିଲେ।

ଫ୍ରେଣ୍ଡ୍ସ ହାୱଡା ବ୍ରୀଜ୍ ର ନିର୍ମାଣ କାର୍ଯ୍ୟ ୧୯୪୫ ମସିହାରେ ଶେଷ ହୋଇଥିଲା ଏହାର କାର୍ଯ୍ୟ ସମଗ୍ର ବିଶ୍ବକୁ ଆଶ୍ଚର୍ଯ୍ୟ କରିଥିଲା ଲୋକମାନେ ଆକଳନ କରି ପାରୁନଥିଲେ ଯେ ୧୫୨୮ ଫୁଟ ଉଚ୍ଚତାର ଏହି ବ୍ରୀଜ୍ ବିନା ପିଲର୍ ରେ କେମିତି ହେବ ସବୁଠାରୁ ଖୁସିର କଥା | ଏହିଥିରେ ବ୍ୟବହାର କରାଯାଇଥିବା ସମସ୍ତ ଷ୍ଟିଲ୍ ଭାରତର ଥିଲା ଯେଉଁ ଷ୍ଟିଲ୍ କୁ ଟାଟାଷ୍ଟିଲ୍ ପ୍ଲାଣ୍ଟ ଯୋଗାଇଥିଲା।

ବନ୍ଧୁଗଣ ବ୍ରୀଜ୍ ର ନାମ ୧୯୬୫ ମସିହାରେ ଭାରତର ପ୍ରସିଦ୍ଧ ଲେଖକ ରବୀନ୍ଦ୍ରନାଥ ଠାକୁରଙ୍କ ନାମରେ ରବୀନ୍ଦ୍ର ସେତୁ ରଖାଗଲା। ହାୱଡା ବ୍ରୀଜ୍ ର ସୋନ୍ଦର୍ଯ୍ୟ ଆଜି ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରେ। ଦର୍ଶକ ବନ୍ଧୁ ହାୱଡା ବ୍ରୀଜ୍ କଲିକତାର ପରିଚୟ ବା ଦ୍ୱିତୀୟ ବିଶ୍ବଯୁଦ୍ଧରେ ମୁକ ସାକ୍ଷୀ ଅଟେ। ହାୱଡା ବ୍ରୀଜ୍ ତିଆରି ହେବା ପାଇଁ ୨୬ ହଜାର ୫୦୦ ଟନ ଷ୍ଟିଲ୍ ବ୍ୟବହାର କରାଯାଇଥିଲା।

ଦର୍ଶକବନ୍ଧୁ ହାୱଡା ବ୍ରୀଜ୍ ର ଲମ୍ବା ୧୫ ଶହ ୨୮ ଫୁଟ୍ ଏବଂ ଚଉଡ଼ା ୬୨ ଫୁଟ। ୧୯୪୫ ମସିହାରେ ଏହି ବ୍ରୀଜ୍ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ହାୱଡା ବ୍ରୀଜ୍ ନିର୍ମାଣ ପାଇଁ ସେହି ସମୟରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଆଶ୍ଚର୍ଯ୍ୟର କଥା ଷ୍ଟିଲ୍ ପ୍ଲେଟ୍ କୁ ଯୋଡିବା ପାଇଁ କୌଣସି ନଟବୁଲ୍ଟର ବ୍ୟବହାର ହୋଇନାହିଁ |

ଫ୍ରେଣ୍ଡ୍ସ ଏହାକୁ ଯୋଡିବା ପାଇଁ ଧାତୁରେ ନିର୍ମିତ କଣ୍ଟାର ବ୍ୟବହାର କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ଗୋଟିଏ ବମ୍ ଆସି ଏହି ବ୍ରୀଜ୍ ର ବୋହୁତ ନିକଟରେ ପଡ଼ିଥିଲା କିନ୍ତୁ ହାୱଡା ବ୍ରୀଜ୍ ର କିଛି କ୍ଷତି ହୋଇନଥିଲା। ଆଜି ମଧ୍ୟ ଏହି ବ୍ରୀଜ୍ ରେ ୧ ଲକ୍ଷରୁ ଅଧିକ ଗାଡ଼ିମୋଟର ୫ ଲକ୍ଷରୁ ଅଧିକ ଲୋକ ଯାତାୟତ କରୁଛନ୍ତି ତେବେ ଆପଣମାନେ ହାୱଡା ବ୍ରିଜ ଯାଇଛନ୍ତି କି ନାହିଁ ଆମକୁ କମେଣ୍ଟ ରେ ଜଣାଇବେ ।

About odisha news

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.