Big Breaking News ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକ, କାନ୍ଦୁଛି ଓଡିଆ ସିନେମା ଜଗତ

ଓଡିଆ ସିନେମା ଜଗତ ପାଇଁ ଏକ ବଡ ଅପୂରଣୀୟ କ୍ଷତି ହୋଇଛି । ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ସ୍ୱରୂପ ଅନେକ ଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ । ସ୍ୱରୂପ ଅନେକ ଓଡିଆ ସିନେମାରେ ସଙ୍ଗୀତ ନିର୍ଦ୍ଧେଶନା ଦେଇଛନ୍ତି । ତାଙ୍କ ର ବିୟୋଗରେ ସାରା ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ସେ ଅନେକ ଓଡିଆ ସିନେମାରେ ଅଭିନୟ କରିଥିଲେ ।

ସେ ଏକଧାରରେ ଜଣେ ସଙ୍ଗୀତକାର, ଗୀତିକାର, କଣ୍ଠଶିଳ୍ପୀ ଏବଂ ଅଭିନେତା । ୪୧ ଟି ଓଡିଆ ସିନେମାରେ ସଙ୍ଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରିଥିବା ବେଳେ ୩୦ରୁ ଅଧିକ ସିନେମା ପାଇଁ ଗୀତ ରଚନା କରିଛନ୍ତି , ୬ଟି ସିନେମାରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଗୀତ ଗାଇଛନ୍ତି। ସେ ୧୯୮୪ ମସିହାରେ ପ୍ରଥମ ଥର ପାଇଁ ହିରାନୀଳା ସିନେମାରେ ସଙ୍ଗୀତ ନିର୍ଦ୍ଧେଶକ ଭାବେ କାମ କରିଥିଲେ ।

୧୯୬୨ ମସିହାରେ ଜୟଦେବ ସିନେମାରେ ଜଣେ ଶିଶୁ କଳକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ସେ ୧୯୪୭ ମସିହା ଫେବୃୟାରୀ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

Leave a Comment