Breaking News

ମାଟ୍ରିକ ରେଜଲ୍ଟ, ନେଇ ବୋର୍ଡ ର ନୂଆ ଘୋଷଣା , ଏହି ଦିନ ଦେବେ ଅସନ୍ତୁଷ୍ଟ ପିଲା ପୁଣି ପରୀକ୍ଷା

କୋରନା ପାଇଁ ନୂଆ ଢଙ୍ଗ ରେ କରାଯାଇଛି ମାଟ୍ରିକ ପରୀକ୍ଷା ର ମୁଲ୍ୟଙ୍କନ। ମାତ୍ର ଏବେ ଏହି ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ନିଜ ମାର୍କ କୁ ଦେଖି ଆଦୌ ବି ଖୁସି ନାହାନ୍ତି। କିଛି କିଛି ସ୍ଥାନରେ ଅସନ୍ତୋଷ ଏତେ ମାତ୍ରାରେ ବଢିଛି ଯେ ଆପଣ ମାନେ ଦେଖୁଥିବେ ନିଉଜ୍ ରେ କେମିତି ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲେଇ ହଙ୍ଗାମା କରିବାକୁ ବି ପଛାଉନାହାନ୍ତି।ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଅଧିକ ବଢ଼ିବାରେ ଲାଗିଲାଣି। ଏମିତି କି ସ୍କୁଲ କର୍ତ୍ତୃପକ୍ଷ ବୋର୍ଡକୁ ଦେଇଥିବା ମାର୍କରୁ ପ୍ରାୟ 10ରୁ 15 ପ୍ରତିଶତ ମାର୍କ କମ ରହିଥିବା ପିଲାମାନେ ଅଭିଯୋଗ କରିଛନ୍ତି ।

ଫଳରେ ବୋର୍ଡ କାର୍ଯ୍ୟଳୟ ସାମ୍ନାରେ ଧାରଣା ଦେଉଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ସେମାନେ କର୍ତ୍ତୃପକ୍ଷଙ୍କୁ ଏହା ବି ଚେତାବନି ଦେଉଛନ୍ତି କି ଯଦି ତାଙ୍କର ଦାବି ପୂରଣ ନହୁଏ ତାହାଲେ ସେମାନେ ବାଧ୍ୟ ହେଇ ସେହି ବୋର୍ଡ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଦେବେ। ସେପଟେ ବୋର୍ଡ ର କହିବା ଅନୁସାରେ ଏ ବର୍ଷ ମୁଲ୍ୟଙ୍କନ ରେ କିଛି ବି ନାଇନସାଫି କରାହେଇନାହିଁ ବରଂ ସବୁ ବର୍ଷ ଅପେକ୍ଷା ଏ ବର୍ଷ ପାସ ବଢିବା ସହ A1 ଗ୍ରେଡ ର ସଂଖ୍ୟା ବି ବଢିଛି।

 

 

ଏମିତିକି ବହୁତ ବହୁ ଶିକ୍ଷାବିତ୍ ଓ ଜିଲ୍ଲାର ଡିଇଓଙ୍କ ସହ ଆଲୋଚନା ବି ଆଲୋଚନା ସରିଲାଣି ସେମାନେ ବି ଏହି ସମାନ କଥା କହିଛନ୍ତି। ମାତ୍ର ଏସବୁ ସତ୍ୱେ ବି ଛାତ୍ରଛାତ୍ରୀ ମାନିବାକୁ ନାରାଜ ତେଣୁ ବାଧ୍ୟ ହେଇ ଏବେ ବୋର୍ଡ ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆ ଘୋଷଣା କରିଛି କି ଯେଉଁ ମାନଙ୍କର ଅଭିଯୋଗ କି ସେମାନଂକୁ ଠିକ ମାର୍କ ଦିଆଯାଇନାହିଁ ସେମାନେ ଅଫଲାଇନ ଆଉଥରେ ପରୀକ୍ଷା ଦେବାର ବ୍ୟବସ୍ତା କରାଯିବ। ଏ ପରୀକ୍ଷା ରେଜଲ୍ଟ ବି ବହୁତ ଶୀଘ୍ର ପ୍ରକାଶ ପାଇବ।


ଏହି ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ଫିଲଅପ୍ ର ବିଜ୍ଞପ୍ତି ପ୍ରକାଶ କରାଯିବ। ଏ ପରୀକ୍ଷା ଦେବା ପରେ ଯାହାବି ଛାତ୍ରଛାତ୍ରୀ ଯାହାବି ମାର୍କ ରଖିବେ ତାକୁ ହିଁ ଶେଷରେ ଫାଇନାଲ ମାର୍କ ଭାବେ ନିଆଯିବ। କିନ୍ତୁ ଏବେ ଗୋଟିଏ ସନ୍ଦେହ କଣ ଛାତ୍ରଛାତ୍ରୀ ଫୁଣି ପରୀକ୍ଷା ଦେବାପାଇଁ ରାଜି ହେବେ। ଏହା ତ କାହାକୁ ବି ଜଣାନାହିଁ ଦେଖାଯାଉ ଆଗକୁ କଣ ହେଉଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *