Breaking News

ବିବାହ ଭୋଜି ଖାଇ ଗୋଟିଏ ଗାଁ ର 400 ଲୋକ ଅସୁସ୍ଥ ହେଲେ !

ପୁରୀ ଜିଲ୍ଲା କଣାସ ବ୍ଲକ  ସହନା ଗାଁରେ ବିବାହ ଭୋଜି ଖାଇ ୪ ଶହରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ
ଭର୍ତ୍ତି କରାଯାଇଛି । କଣାସ ଗୋଷ୍ଠୀସ୍ବାକେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ଵତନ୍ତ୍ର ଡାକ୍ତରୀଦଳ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା ସ୍ବତନ୍ତ୍ର
କରୁଛନ୍ତି। ଅସୁସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଥିବା ଜିଲ୍ଲା ମୁଖ୍ୟ ଖାଦ୍ୟ, ଚିକିତ୍ସା ଅଧିକାରୀ ଡା, ସୁଜାତା ନମୁନା ମିଶ୍ର କହିଛନ୍ତି। କେଉଁ କାରଣରୁଖାଦ୍ୟ ବିଷକ୍ରିୟା ହେଲା ତାର ତଦନ୍ତ ଚାଲିଛି।

ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି ବୋଲି ଡା. ମିଶ୍ର କହିଛନ୍ତି। ମିଳିଥିବା ସୂଚନା ମୁତାବକ, ସହନା ଗାଁର
ମାନଗୋବିନ୍ଦ ଜୟସିଂହଙ୍କ ବଡ଼ପୁଅଙ୍କ ଗତ ୨ ତାରିଖରେ ବିବାହ ଥିଲା । ଏଥି ପାଇଁ ଗତକାଲି ପରିବାର ପକ୍ଷରୁ ଗାଁରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ୧୫ ଶହରୁ ଅଧିକ ଲୋକ ବି ଆସି ଭୋଜି ଖାଇଥିଲେ।

ଭୋଜି ଖାଇ ସାରି ଘରକୁ ଫେରିବା ପରେ ରାତି ପ୍ରାୟ ଗୋଟାଏରେ ପ୍ରଥମେ ଦୁପୁର ଗାଁର ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ । ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ଲାଗି ରେ ରହିବାରୁ ତାଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଇ କରାଯାଇଥିଲା । ଏହାପରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭତ୍ତ
ହୋଇଥିଲେ । ସମସ୍ତଙ୍କଠାରେ ଝାଡ଼ାବାନ୍ତି ସହ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖା ଦେଇଥିଲା ।

  
ଅସୁସ୍ତଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଶଯ୍ୟ ଅଭାବପଡ଼ିବାରୁ ଶେଷରେ ଗୋଟିଏ ଶଯ୍ୟରେ ଦୁଇଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଥିଲା । ତଥାପି ଶଯ୍ୟ ଅଭାବ ପଡ଼ିବାରୁକୁ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସା କରାଯାଇଥିଲା । ସାଲାଇନ୍ ଓ ଅନ୍ୟାନ୍ୟ ଔଷଧ ଦିଆଯାଇଥିଲା ।
ଡା, ଅବନି ରଂଜନ ପାତ୍ର, ଡା, ରମେଶ ଚନ୍ଦ୍ର ବେହେରା, ଡା. ସୌରଭ ଅଗ୍ରୱାଲ ଓ ତାଙ୍କ ଟିମ୍ ୧୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ
ଆଣିଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଅନେକ ଚିକିତ୍ସାଧୀନ ଅଛନ୍ତି । ବାକି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *