Breaking News

ବିବାହ ରେ ନୂଆବୋହୂ ର ଫଟୋ ନେଉଥିଲେ ବ୍ରହ୍ମଚାପୁଡା ମାରିଲେ ବର !

ଏବେ ଏହି ଖବର ସୋଶିଆଲ ମିଡିଆ ରେ ସୁଅ ଭଳି ବ୍ୟାପୀ ଗଲାଣି ଯେ ବିବାହ ଉତ୍ସବରେ ଜଣେ ବର ଫଟୋଗ୍ରାଫରଙ୍କୁ ମାରିଲେ ବ୍ରହ୍ମଚାପୁଡ଼ା। ବରକୁ କୋଣଠେସା କରି ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର ଜଣକ । ତେବେ ଏହା ଦେଖି ବର କିଛି ସମୟ ନୀରବ ରହିବା ପରେ ହଠାତ ରାଗିଯାଇଥିଲେ ।

ଏବଂ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ ଲାଗିଲା। ମଞ୍ଚ ଉପରେ ହିଁ ଫଟୋ ଉଠାଇବାର ନିଶା ତାଙ୍କର ଛଡ଼ାଇଦେଲେ। ଉପସ୍ଥିତ ଅତିଥିଙ୍କ ଗହଣରେ ରାଗରେ ଫଟୋଗ୍ରାଫରଙ୍କୁ ଜୋରରେ ଏକ ଚାପୁଡ଼ା ମାରିଛନ୍ତି ବରବାବୁ। ତେବେ ମଜାଦାର କଥା ଏହିକି ଯେ, ଏହା ଦେଖି କନ୍ୟା ଜଣକ ହସି ହସି ବେଦମ୍ ହୋଇଯାଇଥିଲେ।

ତେବେ ପୁରା ଗୋଟିଏ ମାସ ବନ୍ଦ ହେବା ପରେ ଫେବ୍ରୁଆରୀ ମାସରୁ ପୁଣି ଥରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଏହି ବିବାହ ଋତୁରେ ଏକ ମଜାଦାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଭିଡିଓ ଦେଖୁଥିବା ଲୋକ ହସି ହସି ଗଡ଼ି ଯାଉଛିନ୍ତି। ଭିଡ଼ିଓରେ ବରବଧୂ ସଜବାଜ ହୋଇ ଷ୍ଟେଜ ଉପରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ଆଉ ଫଟୋଗ୍ରାଫର ଜଣକ ବରବଧୂଙ୍କର ଫଟୋ ଉଠାଉଛନ୍ତି। ତେବେ କନ୍ୟାକୁ ପ୍ରାଧାନ୍ୟ ଦେଇ କେବଳ କନ୍ୟାର ଫଟୋ ଉଠାଉଥିବା ଭିଡ଼ିଓରେ ସ୍ପଷ୍ଟ ଜଣାପଡ଼ୁଛି।

କିଛି ସମୟ ପର୍ଯ୍ୟନ୍ତ ନବବିବାହିତ ଜଣକ ଫଟୋଗ୍ରାଫରର ଏହି ବ୍ୟବହାର ସହି ଚାଲିଥିଲେ। ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ହଠାତ ରାଗିଯାଇ ଫଟୋଗ୍ରାଫର ଗାଲକୁ ବର ଚାପୁଡା ମାରିଥିଲେ ଏକ ବ୍ରହ୍ମଚାପୁଡ଼ା। ଏହା ପରେ ଯାହା ଘଟିଥିଲା ତାହା ଦେଖିବା ଯୋଗ୍ୟ। ଉପସ୍ଥିତ ଅତିଥିମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଫଟୋଗ୍ରାଫର ଚାପୁଡ଼ା ଖାଇବା ପରେ କନ୍ୟା ହସି ହସି ତଳେ ବସି ପଡିଥିଲେ। ଅନ୍ୟପଟେ ଅପ୍ରସ୍ତୁତ ଥିବା ଫଟୋଗ୍ରାଫର ମଧ୍ୟ କନ୍ୟାଙ୍କ ହସ ଦେଖି ହସି ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।


ଏହାକୁ ଦେଖି ଜଣେ ଇଉଜର ଲେଖିଛନ୍ତି, କନ୍ୟାକୁ ଏଥିପାଇଁ ଧନ୍ୟବାଦ ଜଣାଇବା ଦରକାର। କାରଣ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେ ଘଟଣାକୁ ସମ୍ଭାଳି ନେଇଥିଲେ। ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା। ତାଙ୍କ ହସ ଦେଖି ଫଟୋଗ୍ରାଫର ଜଣକ ମଧ୍ୟ ହସି ଦେଇଥିଲେ। ଆଉ ଜଣେ ୟୁଜର ଲେଖିଛନ୍ତି, କେତେ ସହଜରେ ଓ ସରଳରେ ଭାବେ କନ୍ୟା ପାଇଁ ଏତେ ବଡ଼ ଘଟଣା ମଜାଳିଆ ପରିବେଶରେ ପରିଣତ ହୋଇଗଲା। ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ପାଖାପାଖି ୩ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଓକୁ ଲାଇକ କରିବା ସହ ୧୦ ହଜାରରୁ ଉର୍ଦ୍ଧ୍ୱ କମେଣ୍ଟ୍ କରିସାରିଲେଣି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *