ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ବିବାହ ଭୋଜି ଖାଇବାକୁ ହେଲେ ଏବେ ସ୍ବତନ୍ତ୍ର ଆଧାର କାର୍ଡ ଦରକାର !!! ବିନା ଏହି କାର୍ଡ ବିବାହ ଭୋଜିରୁ ବଞ୍ଚିତ ହୋଇପାରନ୍ତି । ଏମିତି ନିଆରା ଫୁଡ ମେନ୍ୟୁ କାର୍ଡ ପାଇଁ ନବବିବାହିତ ଦମ୍ପତି ଚର୍ଚ୍ଚାରେ ଅଛନ୍ତି । ପ୍ରକୃତରେ ଫୁଡ୍ ମେନ୍ୟୁ କାର୍ଡ ଟି ଅବିକଳ ‘ଆଧାର କାର୍ଡ’ ର ନକଲ ଭଳି ହୋଇଥିବା ବେଳେ ଅତିଥି ଦେଖି ଛାନିଆ। ସତେ ଯେପରି ଆଧାର କାର୍ଡ ବିନା ଭୋଜି ଖାଇବା ଦୂରର କଥା ବିବାହକୁ ନିମନ୍ତ୍ରଣ ନିଷେଧ ।
ଆଜିକାଲି ବାହାଘର ସବୁ ବିଭିନ୍ନ ଉପାୟରେ ଆୟୋଜିତ ହେଉଛି। ଯେମିତି କେହି କେହି ନିଜର ନିମନ୍ତ୍ରଣ ପତ୍ର ପାଇଁ ଚର୍ଚ୍ଚାକୁ ଆସୁଥିବା ବେଳେ କେହି କେହି ନିଜ ବିବାହ ଭୋଜି ବୁଲା କୁକୁରଙ୍କୁ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ସେମିତି ପଶ୍ଚିମବଙ୍ଗର ଏହି ଦମ୍ପତି ନିଜ ବିବାହାର ମେନ୍ୟୁ କାର୍ଡ ପାଇଁ ଆଲୋଚନାର ବିଷୟ ପାଲଟିଛନ୍ତି।
ତେବେ ବର୍ତ୍ତମାନ ଏହି ଆଧାର କାର୍ଡ ସଦୃଶ ଭୋଜିର ମେନ୍ୟୁ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି। ଏହାକୁ ଦେଖି ନବବିବାହିତ ଦମ୍ପତି ବହୁତ ଖୁସି ଅଛନ୍ତି। ଦମ୍ପତି ଗୋଗୁଲ ଶାହା ଏବଂ ସୁବର୍ଣ୍ଣା ଦାସ ନିଜ ବିବାହ ଭୋଜିର ମେନ୍ୟୁ କାର୍ଡ ଚର୍ଚ୍ଚାର ପରିସରକୁ ଆସିଥିବାରୁ ଖୁସି ଅଛନ୍ତି ବୋଲି କହିଛନ୍ତି।
ତେବେ ଏଭଳି ଏକ ସ୍ବତନ୍ତ୍ର ମେନ୍ୟୁ କାର୍ଡ ପାଇଁ ‘ଡିଜିଟାଲ ଇଣ୍ଡିଆ’ ଭାବନାରେ ଅନୁପ୍ରାଣିତ ହୋଇ ସୁବର୍ଣ୍ଣା ଆଇଡିଆ ଦେଇଛନ୍ତି ବୋଲି ଗୋଗୁଲ କହିଛନ୍ତି। ଅତିଥି ମେନ୍ୟୁ କାର୍ଡ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଆହୁରିମଧ୍ୟ କିଛି ଅତିଥି ଏହା ଭାବିନେଇଥିଲେ ଯେ ଭୋଜି ପାଇଁ ଆଧାର କାର୍ଡ ବୋଧହୁଏ ବାଧ୍ୟତାମୂଳକ ଅଟେ। ଅନେକ ମଧ୍ୟ ଏନେଇ ପଚାରିଥିଲେ ବୋଲି ବର ଗୋଗୁଲ ଶାହା କହିଛନ୍ତି।
ତେବେ ଏହି ଦମ୍ପତି ସୁବର୍ଣ୍ଣା ଏବଂ ଗୋଗୁଲ ଗତ ଫେବୃଆରୀ ମାସ ୧ ତାରିଖରେ ବିବାହ କରିଛନ୍ତି। କୋଲକାତାର ରାଜଘାଟ ଅଞ୍ଚଳର ଦୁହେଁ ହୋଇଥିବା ବେଳେ ସୁବର୍ଣ୍ଣା ଜଣେ ଡାକ୍ତର ହୋଇଥିବା ବେଳେ ଶାହା ଜଣେ ମାର୍କେଟିଂ କର୍ମଚାରୀ ବୋଲି ଜଣାପଡ଼ିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ