ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଭଗଵାନ ହନୁମାନଙ୍କ ଭକ୍ତ ଚନ୍ଦ୍ର ଶେଖରଙ୍କ ସହିତ ଘଟିଥିବା ଏପରି ଏକ ସତ୍ୟ ଘଟଣା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣଙ୍କ ହୋସ ଉଡ଼ିଯିବ। ଦର୍ଶକ ବନ୍ଧୁ ଚନ୍ଦ୍ର ଶେଖର ବାବୁ କୁହନ୍ତି କି ଭଗଵାନ ହନୁମାନ ସ୍ଵୟଂ ତାଙ୍କୁ ଦର୍ଶନ ଦେଇ ତାଙ୍କର ଜୀବନ ରକ୍ଷା କରିଥିଲେ। ଦର୍ଶକ ବନ୍ଧୁ ଚନ୍ଦ୍ର ଶେଖର ଭଗଵାନ ହନୁମାନଙ୍କର ପରମ ଭକ୍ତ ଥିଲେ ଆଉ ଏହି ଘଟଣା ୨୦୧୮ ମସିହାର ଅଟେ ଏହି ସମୟରେ ସେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ |
ଆଉ ସେହି ସମୟରେ ତାଙ୍କୁ ଚାକିରୀ କରିବା ପାଇଁ ବ୍ୟାଙ୍ଗଲୋରର ଏକ ଛୋଟ ଗାଁରେ ରହିବାକୁ ପଡିଲା ଏବଂ ସେହି ଗାଁର ନାଁ ବେଲୋନଦୂର ଅଟେ ସେହିଠାରେ ଅନେକ ଆଇଟି କମ୍ପାନୀ ଗୁଡ଼ିକ ଥିଲା। ଦର୍ଶକ ବନ୍ଧୁ ଦିନେ ଚନ୍ଦ୍ର ଶେଖର ଗାଁରୁ ବ୍ୟାଙ୍ଗଲୋର ଯାଉଥିଲେ ଆଉ ସେହିଦିନ ତାଙ୍କୁ ରାତି ହୋଇ ଯାଇଥିଲା। ରାତି ପ୍ରାୟ ୧୨ ଟା ବେଳେ ସେ ବ୍ୟାଙ୍ଗଲୋର ବେଲୋନଦୂର ପହଞ୍ଚି ସାରିଥିଲେ ଆଉ ନିଜ ରୁମ୍ କୁ ଯାଉଥିଲେ କିନ୍ତୁ ହଠାତ୍ ତାଙ୍କର କେହି ପିଛା କରିବାକୁ ଲାଗିଲା |
ଆଉ ସେ ଯେତେବେଳେ ପଛକୁ ବୁଲି ଅନାଇଲେ ସେତେବେଳେ ତାଙ୍କ ପଛରେ କେହି ନଥିଲେ ତେଣୁ ସେ ପୁଣି ନିଜ ରୁମ୍ କୁ ଯିବାକୁ ଲାଗିଲେ ସେହି ସମୟରେ ଅଚାନକ ତାଙ୍କ ନାଁ ଧରି କିଏ ଡାକିଲା ଆଉ ଯେତେବେଳେ ଚନ୍ଦ୍ର ଶେଖର ପଛକୁ ଅନାଇଲେ ଏଥର ବି ସେଠାରେ କେହି ନଥିଲେ।
ଦର୍ଶକ ବନ୍ଧୁ ଏଥର ସେ ଡରିଗଲେ କିନ୍ତୁ ସେ ନିଜ ରୁମ୍ କୁ ଯିବାକୁ ଚାଲିବାକୁ ଲାଗିଲେ ଆଉ ମନେ ମନେ ହନୁମାନ ଚାଳିଶା ମନ୍ତ୍ର ଜପ କରିବାକୁ ଲାଗିଲେ କିଛି ସମୟ ପରେ ତାଙ୍କ ପାଖକୁ ଜଣେ ବୃଦ୍ଧ ଲୋକ ଆସିଲେ | ଆଉ କହିଲେ ତମେ ଏଠି କାହିଁକି ଅଛ ଘରକୁ ଯିବନି କି ଏହାପରେ ଚନ୍ଦ୍ର ଶେଖର ସେହି ବ୍ୟକ୍ତିଙ୍କୁ ସବୁକଥା କହିଲେ କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ହସିଦେଇ କହିଲେ ତମେ ଯାଅ ମୁଁ ତମ ସାଙ୍ଗରେ ଅଛି ଆଉ ଏହାପରେ ସେହି ବ୍ୟକ୍ତି କୁଆଡେ ଗାୟବ ହୋଇଗଲେ ଆଉ ଏହାପରେ ସେହି ରାତିରେ ବାରମ୍ବାର ଏକ ଅଦୃଶ୍ୟ ଶକ୍ତି ତାଙ୍କ ପାଖରେ ଆସି ଚିତ୍କାର କରୁଥିଲା |
କିନ୍ତୁ ଚନ୍ଦ୍ର ଶେଖରଙ୍କର କିଛି କ୍ଷତି କରି ପାରୁନଥିଲା ଆଉ ଏସବୁ ଦେଖି ଚନ୍ଦ୍ର ଶେଖର ବାବୁ ବୁଝିଗଲେ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ବ୍ୟକ୍ତି ନଥିଲେ ସେ ସ୍ଵଂୟ ଭଗବାନ ହନୁମାନ ଥିଲେ ଯିଏକି ତାଙ୍କ ଜୀବନ ରକ୍ଷା କରିବା ପାଇଁ ଆସିଥିଲେ।