ମାନେ ଜାଣିଥିବେ ଚୀନ ଦେଶରରେ ସବୁବେଳେ କିଛି ନା କିଛି ଅଜବ ଘଟଣା ମାନ ଘଟିଥାଏ। ତେବେ ଚୀନ ଏବେ ଏକ ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଏମିତି କଳ୍ପନା କେହି କେବେ ସ୍ୱପ୍ନରେ ବି କରିନଥିବେ। ବିବାହ ବେଳେ ପୁଅର ମାଆ ନିଜର ଭାବୀ ବୋହୂର ହାତକୁ ଦେଖି ଚକିତ ହୋଇଗଲେ। ତାଙ୍କର ହୋସ୍ ଉଡ଼ିଗଲା।ଘଟଣା ଟି ଘଟିଛି ଚୀନ୍ର ଜିଆଙ୍ଗୁସ୍ ଅଞ୍ଚଳର ସୋଜୋଉରେ ଘଟିଛି ଏବଂ ବାହାଘରଟି ୩୧ ମାର୍ଚ୍ଚରେ ଅନୁଷ୍ଠିତ ହେଉଥିଲା।
ତେବେ ଯେଉଁ ଦୁଇଜଣ ବିବାହ କରିଥିଲେ ସେ ଦୁଇଜଣ ବାସ୍ତବରେ ଭାଇ ଭଉଣୀ ଥିଲେ। ଯେତେବେଳେ ଝିଅ ବିବାହ କରି ଶାଶୁ ଘରକୁ ଆସିଥିଲା ସେତେବେଳେ ପୁଅ ର ମା ସେ ଝିଅର ହାତରେ ଥିବା ଜନ୍ମ ବେଳର ଚିହ୍ନକୁ ଦେଖିଲେ , ସେ ତୁରନ୍ତ କନ୍ୟାଙ୍କୁ ନିଜ ଝିଅ ବୋଲି ଚିହ୍ନି ପାରିଥିଲେ । ଯେବେ କନ୍ୟାର ହାତରେ ଥିବା ଚିହ୍ନକୁ ଦେଖି ବରର ମାଆ ତାଙ୍କର ପିତାମାତାଙ୍କ ବିଷୟରେ ପଚାରିଲେ, ଜାଣିବାକୁ ପାଇଲେ ୨୦ ବର୍ଷ ପୂର୍ବେ ବର୍ତ୍ତମାନର ବାପା-ମାତା ତାଙ୍କୁ ଏକ ରାସ୍ତା କଡ଼ରୁ ପାଇ ପାଳିଥିଲେ ।
ତେବେ ଏହି ଯୁବତୀ ଜଣଙ୍କ ଯେତେବେଳେ ପ୍ରକୃତ କଥା ଜାଣି ପାରିଲେ ତାଙ୍କ ମାତା ପିତା ଙ୍କୁ ଧରି କାନ୍ଦିବାକୁ ଲାଗିଲେ। ତେବେ ବନ୍ଧୁଗଣ ଏହି ବିବାହ ଭାଙ୍ଗିଲା ନାହିଁ ।କାରଣ ବରକୁ ବି ସେମାନେ କେଇଁଠୁ ଆଣି ନିଜ ପାଖରେ ରଖିଥିଲେ। ସେ ଝିଅ ଟିର ପ୍ରକୃତ ମା ଏହି ବିବାହ ରେ ସହମତି ଜଣାଇ ଥିଲେ ।ତେବେ ରୀତିନୀତି ରେ ବାହାଘର ଟି ସମ୍ପର୍ଣ୍ଣ ହେଲା।
ତେବେ ଏକ ଖବର ମୁତାବକ ୨୦ ବର୍ଷ ପୂର୍ବେ ଯେବେ ଏହି ମହିଳାଙ୍କର ପୁଅ ହଜିଯାଇଥିଲା , ବହୁତ ଖୋଜିଥିଲେ , ଶେଷରେ ନିରାଶ ହୋଇ ଏହି ପିଲାକୁ (ବର)କୋଳେଇ ନେଇଥିଲେ । ତେବେ ହଜି ଯାଇଥିବା ତାଙ୍କ ଝିଅ ଙ୍କ ସହ ଏହି ପୁଅ ଟିର ବିବାହ ହୋଇଥିଲା ଓ ଏଠାରେ ଥିବା ଲୋକମାନେ ଏହି ଘଟଣା ଜାଣି ଭାବୁକ ହୋଇଯାଇଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ