Breaking News

ଭାରତୀୟ ଯବାନଙ୍କୁ ଅଦ୍ଭୁତ ଆବିଷ୍କାର ଦେଲେ ସୋନମ୍

ଲାଗୁଛି ଯେପରି ‘୩ ଇଡିଏଟ୍ସ’ର ‘ଫୁନ୍‌ସୁକ୍‌ ଓ୍ଵାଙ୍ଗଡୁ’ ଙ୍କ ଚରିତ୍ର ଏହି ସୋନମ୍‌ ଓ୍ଵାଙ୍ଗଚୁଙ୍ଗ୍‌ଙ୍କ ପରି । ଯିଏ ସର୍ବଦା ପୁସ୍ତକରେ ଥିବା ପାଠ ଉପରେ ନୁହେଁ ବରଂ ବାସ୍ତବିକ ଜ୍ଞାନ ଉପରେ ଅଧିକ ବିଶ୍ୱାସ ରଖୁଥିଲେ । ଯିଏ କି ସର୍ବଦା ଶିକ୍ଷା ରେ ବାସ୍ତବିକ ସଂସ୍କାର ଆଣିବାକୁ ଚାହୁଁଥିଲେ ।

ନିକଟରେ ସୋନମ୍‌ ଏକ ୩୦ କିଲୋ ଓଜନ ବିଶିଷ୍ଠ ପୋର୍ଟବଲ୍‌ ମିଲିଟାରୀ ଟେଣ୍ଟ ବାହାର କରିଛନ୍ତି । ଯେଉଁଥିରେ ୧୦ ଜଣ ଯବାନ ବହୁତ ଆରାମରେ ରହିପାରିବେ । ସେ ଏକାଧାରରେ ଜଣେ ଶିକ୍ଷା ସଂସ୍କାରକ ସହିତ ଉଦ୍ଭାବକ ମଧ୍ୟ । ତାଙ୍କଦ୍ଵାରା ନିର୍ମିତ ଏହି ସୋଲାର ଟେଣ୍ଟ ଜିରୋ ଡିଗ୍ରୀ ତାପମାତ୍ରାରୁ –୧୪ (ମାଇନସ୍‌ ଚଉଦ) ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ମଧ୍ୟ କାମ କରିବ ବୋଲି ସୋନମ୍‌ ଦାବି କରିଛନ୍ତି । ତାଙ୍କର ଏହି ଉଦ୍ଭାବନ ପ୍ରଦୂଷଣକୁ ଅଟକାଇବା ସହ ଅତ୍ୟଧିକ ଥଣ୍ଡାରେ ରହୁଥିବା ଯବାନଙ୍କ ପାଇଁ ବରଦାନ ପ୍ରମାଣିତ ହେବ ।


ସାଧାରଣତଃ ଲଦାକ୍‌ ଭଳି ଅତ୍ୟଧିକ ଥଣ୍ଡାରେ ରହୁଥିବା ଯବାନମାନେ ତାଙ୍କ ଟେଣ୍ଟକୁ ଗରମ ରଖିବା ପାଇଁ କିରାସିନିର ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଥିଲା । ହେଲେ ଏହି ସୋଲାର ଟେଣ୍ଟ ଯବାନମାନଙ୍କ ପାଇଁ ବରଦାନ ରୂପେ ପ୍ରମାଣିତ ହେବ। ତାଙ୍କର ଏହି ଉନ୍ନତି ମୂଳକ କାର୍ଯ୍ୟକୁ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ବହୁତ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ସୋନମ୍‌ ମୁଁ ତୁମକୁ ସାଲ୍ୟୁଟ୍‌ କରୁଛି ( ”Sonam, you’re the MAN! I salute you.) ।


ସଂକ୍ଷେପରେ ସୋନମ୍‌ ଓ୍ଵାଙ୍ଗ୍‌ଚୁକ୍‌ :
ସୋନମ୍‌ ଏକାଧାରରେ ଜଣେ ଭାରତୀୟ ଇଂଜିନିୟର, ଉଦ୍ଭାବକ ଏବଂ ଶିକ୍ଷା ସଂସ୍କାରକ । ସେ ଷ୍ଟୁଡେଣ୍ଟସ୍‌ ଏଜୁକେସନ ଆଣ୍ଡ୍‌ କଲ୍‌ଚରାଲ୍‌ ମୁଭ୍‌ମେଣ୍ଟ ଅଫ୍‌ ଲଦାକ୍‌ (SECMOL) ର ପ୍ରତିଷ୍ଠାତା ସଦସ୍ୟ । ସେ ମଧ୍ୟ (SECMOL) କ୍ୟାମ୍ପସ୍‌ରେ ସୋଲାର ଏନର୍ଜିର ଚାଲୁଥିବା ରୋଷେଇ ଚୁଲା, ବଲ୍ଵ ଓ ହିଟର ର ଉଦ୍ଭାବନ କରିଛନ୍ତି। ସେ ଆଇସ୍‌ ସ୍ତୁପ ଟେକ୍‌ନିକର ମଧ୍ୟ ଉଦ୍ଭାବକ ଯେ କି କୃତ୍ର୍ତ୍ରିମ ଗ୍ଲାସିଅର ସୃଷ୍ଟି କରିପାରନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *